www.samajalive.in
Friday, December 5, 2025
26.1 C
Bhubaneswar

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ‘ପରୀକ୍ଷା ଦର୍ପଣ’, ଉନ୍ମୋଚନ କଲେ ଗଣାଶିକ୍ଷା ମନ୍ତ୍ରୀ

ଭୁବନେଶ୍ଵର: ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ସରକାର ପ୍ରସ୍ତୁତ କରିଛନ୍ତି ସହାୟକ ପୁସ୍ତିକା ‘ପରୀକ୍ଷା ଦର୍ପଣ’। ଏହାକୁ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉନ୍ମୋଚନ କରିଛନ୍ତି। ୭୦୦ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତିକାରେ ମାଟ୍ରିକ ପରୀକ୍ଷାର ସାମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତର ରହିଛି। ସରକାର ଏହି ପୁସ୍ତିକାକୁ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଯୋଗାଇଦେବେ।

- Advertisement -

ରାଜ୍ୟର ୬ ଲକ୍ଷ ୨୦ ହଜାର ୫୦୮ ଛାତ୍ରଛାତ୍ରୀଙ୍କୁ ଏହି ପୁସ୍ତିକା ବଣ୍ଟନ କରାଯିବ। ଆସନ୍ତା ଫେବୃୟାରୀ ୧୫ ତାରିଖ ସୁଦ୍ଧା ଏହି ପୁସ୍ତିକାକୁ ସମସ୍ତ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବା ଲାଗି ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଥିପାଇଁ ଫେବୃୟାରୀ ୧୨ ତାରିଖ ସୁଦ୍ଧା ‘ପରୀକ୍ଷା ଦର୍ପଣ’ ପୁସ୍ତିକାକୁ ଜିଲା ଶିକ୍ଷାଧିକାରୀଙ୍କ ନିକଟରେ ପହଞ୍ଚାଯିବ।

ପ୍ରଥମ ପର୍ଯ୍ୟାୟରେ ନୂଆପଡ଼ା, ମାଲକାନଗିରି, ନବରଙ୍ଗପୁର ଏବଂ କୋରାପୁଟ ଜିଲାକୁ ଆଜିଠାରୁ ପୁସ୍ତିକା ପଠାଯାଇଛି। ଜିଲା ଶିକ୍ଷା ଅଧିକାରୀମାନେ ଜିଲାର ଉପାନ୍ତ ବ୍ଲକର ଛାତ୍ରଛାତ୍ରୀମାନଙ୍କୁ ପ୍ରାଥମିକତା ଦେବାକୁ ବ୍ୟବସ୍ଥା କରିବେ ଏବଂ ପୁସ୍ତିକା ବଣ୍ଟନରେ ସ୍ବଚ୍ଛତା ଅବଲମ୍ବନ କରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାରେ ନିର୍ଦେଶ  ଦିଆଯାଇଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories