www.samajalive.in
Monday, December 8, 2025
24.1 C
Bhubaneswar

କରୋନା ମହାମାରୀ ନିୟନ୍ତ୍ରଣରେ ଆଇସିଏମଆର’ର ଅମୂଲ୍ୟ ଅବଦାନ ପାଇଁ ଦେଶ କୃତଜ୍ଞ – ଡଃ ହର୍ଷବର୍ଦ୍ଧନ

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ଆଜି ଭାରତୀୟ ଭେଷଜ ଗବେଷଣା ପରିଷଦ ଓ ଜାତୀୟ ରୋଗ ସୂଚନା ଏବଂ ଅନୁସନ୍ଧାନ କେନ୍ଦ୍ରର ଦଶମ ପ୍ରତିଷ୍ଠା ଦିବସରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଛନ୍ତି। ଏହି ଅବସରରେ ଡଃ ହର୍ଷବର୍ଦ୍ଧନ କର୍କଟ, ମଧୁମେହ ଏବଂ ହୃଦ୍‌ରୋଗ ପାଇଁ ଟେଲି ମେଡିସିନ୍‌ର ବ୍ୟବହାର ତଥା ଅଣ-ସଂକ୍ରାମକ ରୋଗ ଏବଂ ସ୍ୱାସ୍ଥ୍ୟ ପ୍ରଣାଳୀ ପାଇଁ ବିପଦପୂର୍ଣ୍ଣ କାରଣ ଉପରେ ଜାତୀୟସ୍ତରର ସର୍ବେକ୍ଷଣ ଫଳାଫଳକୁ ଉନ୍ମୋଚନ କରିଛନ୍ତି।

- Advertisement -

କାର୍ଯ୍ୟକ୍ରମ ଆରମ୍ଭରେ ଡକ୍ଟର ହର୍ଷବର୍ଦ୍ଧନ କୋଭିଡ -୧୯ ମହାମାରୀକୁ ନିୟନ୍ତ୍ରଣ କରିବାରେ ଅମୂଲ୍ୟ ଅବଦାନ ପାଇଁ ସମଗ୍ର ଦେଶ ତରଫରୁ ଆଇସିଏମଆର ବୈଜ୍ଞାନିକମାନଙ୍କୁ ଗଭୀର କୃତଜ୍ଞତା ଜଣାଇ କହିଛନ୍ତି, “୨୦୨୦ କୋଭିଡ -୧୯ କାରଣରୁ ନିରାଶାଜନକ ହୋଇଥିଲେ ମଧ୍ୟ ଏହି ବର୍ଷ ମଧ୍ୟ ଅନେକ ଆଶା ସୃଷ୍ଟି କରିଛି। ଏହା ବିଜ୍ଞାନ ଏବଂ ବୈଜ୍ଞାନିକମାନଙ୍କ ବର୍ଷ ମଧ୍ୟ ଥିଲା। ସେମାନେ କେବଳ ସ୍ୱଦେଶୀ କିଟ୍ ବିକଶିତ କରିନାହାଁନ୍ତି, କରୋନା ସମ୍ବନ୍ଧିତ ଚାପ ହ୍ରାସ କରିବାରେ ସହାୟକ ହୋଇଛନ୍ତି। ସେ କହିଛନ୍ତି, ଆଇସିଏମ୍ଆର୍ ବିଶ୍ୱର ପ୍ରଥମ ସଂଗଠନ ଯାହା ଭାଇରସ୍ ତଥା ମ୍ୟୁଟାଣ୍ଟ ଷ୍ଟ୍ରେନ୍କୁ ପୃଥକ କରିବାରେ ସଫଳ ହୋଇଛି। ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ ବର୍ତ୍ତମାନ କରୋନା ଟିକା ଉତ୍ପାଦନ କରୁଛି ଏବଂ ଅନ୍ୟ ଦେଶକୁ ମଧ୍ୟ ଦେଉଛି ଏବଂ ଏ ସବୁର ଶ୍ରେୟ ଆମ ବୈଜ୍ଞାନିକମାନଙ୍କୁ ଦିଆଯିବା ଉଚିତ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories