www.samajalive.in
Wednesday, December 10, 2025
16.1 C
Bhubaneswar

ଗଣତନ୍ତ୍ର ଦିବସ ୨୦୨୧ : ପ୍ରଧାନମନ୍ତ୍ରୀ ପିନ୍ଧିଛନ୍ତି କେଶରୀ ରଙ୍ଗର ପଗଡି

ନୂଆଦିଲ୍ଲୀ : ଆଜି ୭୨ତମ ସାଧାରଣତନ୍ତ୍ର ଦିବସ। ଗଣତନ୍ତ୍ର ଦିବସ ଓ ସ୍ୱାଧୀନତା ଦିବସ ଅବସରରେ ପଗଡି ପିନ୍ଧିବାର ପରମ୍ପରାକୁ ବଜାୟ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ସ୍ୱତନ୍ତ୍ର କେଶରୀ ରଙ୍ଗର ପଗଡି ପିନ୍ଧିଛନ୍ତି। ଏହାସହ ମୋଦୀ ପାରମ୍ପରିକ କୁର୍ତ୍ତା ପାଇଜାମା ଜ୍ୟାକେଟ ସହ କାନ୍ଧରେ ସାଲ୍‍ ପରିଧାନ କରିଛନ୍ତି। ଏହାସହ ଆଜିର ମହାନ ଦିନରେ ଜାତୀୟ ଯୁଦ୍ଧ ସ୍ମାରକୀରେ ସହିଦ୍‍ ଙ୍କୁ ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ୭୨ ତମ ଗଣତନ୍ତ୍ର ଦିବସ ପାଳନ ପାଇଁ ଗୁଜରାଟର ଜାମନଗରର ସ୍ୱତନ୍ତ୍ର ପଗଡି ପିନ୍ଧିଛନ୍ତି।


ସୂଚନା ଅନୁଯାୟୀ, ଜାମନଗରର ରାଜ ପରିବାର ତରଫରୁ ଏହି ପଗଡି ପ୍ରଧାନମନ୍ତ୍ରୀଙ୍କୁ ଉପହାରରେ ପ୍ରଦାନ କରାଯାଇଥିଲା।
ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ମୋଦୀ ଭିନ୍ନ ପ୍ରକାର ପଗଡି ପିନ୍ଧିଥିବାର ନଜର ଆସିଛନ୍ତି। ୨୦୧୫ ମସିହା ପରଠାରୁ ପ୍ରଧାନମନ୍ତ୍ରୀ ଗଣତନ୍ତ୍ର ଦିବସ ଅବସରରେ ଏପରି ଭିନ୍ନ ପ୍ରକାର ପଗଡି ପିନ୍ଧିଥିବାର ନଜର ଆସୁଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories