www.samajalive.in
Saturday, December 13, 2025
26.1 C
Bhubaneswar

ଅନିଶ୍ଚିତତାରେ ଖଣ୍ଡଗିରି କୁମ୍ଭ ମେଳା

ଖଣ୍ଡଗିରି: ଆସନ୍ତା ମାସରେ ଖଣ୍ଡଗିରି କୁମ୍ଭ ମେଳା। ମାଘ ସପ୍ତମୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଖଣ୍ଡଗିରି ପାହାଡ଼ରେ ଓଁ କାର ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେବ ଯଜ୍ଞ ସ୍ଥଳ। ହେଲେ ଏଯାବତ ମେଳା ନେଇ ପ୍ରସ୍ତୁତି ଆରମ୍ଭ ହୋଇନି।
ଖଣ୍ଡଗିରି ଏକ ପୁରାତନ ତପ ସ୍ଥଳ ହୋଇଥିବାରୁ ଭାରତର ବିଭିନ୍ନ ସ୍ଥାନରୁ ବହୁ ସନ୍ନ୍ୟାସୀଙ୍କ ଆଗମନ ହୁଏ। ଅଗ୍ନି କୁଣ୍ଡରେ ଘୃତାହୁତି ଦେବା ସହ ମନି ଋଷିମାନେ ସାଧନା କରିଥାନ୍ତି। ଏହା ସହ ଏକ ବଡ଼ ପରମ୍ପରା ମଧ୍ୟ ଯୋଡ଼ି ହୋଇ ରହିଛି। ମହାପ୍ରଭୁ ଅନନ୍ତ କେଶରୀଙ୍କ ଯାତ୍ରା। ଜାଗମରାରୁ ବାଜା ବାଣ ରୋଷଣି କରି ଏକ ବିଶାଳ ପଟୁଆରରେ ଭୋଗ ଖାଇ ବାହାରନ୍ତି ମହାପ୍ରଭୁ।ଖଣ୍ଡଗିରି ପରିକ୍ରମା କରି ରାତ୍ରିରେ ଫେରିଥାନ୍ତି। ଏଥିସହ ଆତସବାଜି ପ୍ରତିଯୋଗିତା ଦେଖିବାକୁ ହଜାର ହଜାର ଦର୍ଶକଙ୍କ ସମାଗମ ହୁଏ । ଦୀର୍ଘ ୧୦ ମାସ ଘରେ ରହିବା ପରେ ଯାତ୍ରା ଓ ମେଳା ପ୍ରେମୀ ବୁଲିବା ପାଇଁ ଅଥୟ ହେଲେଣି। ସରକାର ଏହାକୁ ଦୃଷ୍ଟିରେ ରଖି କିଛି ମନୋରଞ୍ଜନ କାର୍ଯ୍ୟକ୍ରମ କୋଭିଡ ମାର୍ଗଦର୍ଶିକା ପାଳନ କରି ପ୍ରଦର୍ଶନ ନିମନ୍ତେ ଅନୁମତି ଦେଇଛନ୍ତି। ତେବେ ଖଣ୍ଡଗିରି ମେଳାର ମୁଖ୍ୟ ଆକର୍ଷଣ ଯାତ୍ରା ପରିବେଷଣ ହୋଇଥିବାବେଳେ ପଚାଶ ପ୍ରତିଶତ ଦର୍ଶକଙ୍କୁ ନେଇ ଯାତ୍ରା ପ୍ରଦର୍ଶନ ସମ୍ଭବ ନୁହେଁ ବୋଲି ଯାତ୍ରା ପ୍ରଯୋଜକ କହିଛନ୍ତି । ଖଣ୍ଡଗିରି ମେଳା ପାଇଁ ଜାଗମରା, ବରମୁଣ୍ଡା, ଆଇଗିଣିଆ, ଘାଟିକିଆ ଆଦି ଆଖପାଖ ଅଞ୍ଚଳର ଦର୍ଶକଙ୍କ ଆବେଗ ବଢୁଥିବା ବେଳେ ମେଳା ହେବ କି ନାହିଁ ତାହା ଅନିଶ୍ଚିତତା ମଧ୍ୟରେ ରହିଛି। ସେହିପରି ମେଳା ଅବସରରେ ଦୋକାନ ବଜାର ବସିବ କି ନା ତାହା ମଧ୍ୟ ଜଣାପଡ଼ିନାହିଁ । ପ୍ରଶାସନ ସହ ବିଭିନ୍ନ ଯାତ୍ରା ପେଣ୍ଡାଲ ଆୟୋଜକ ଓ ସ୍ଥାନୀୟ ମୁରବୀଙ୍କ ବୈଠକ ଏଯାବତ ହୋଇନାହିଁ। କରୋନା କଟକଣାକୁ ଆଖି ଆଗରେ ରଖି ପ୍ରଶାସନ, ସ୍ଥାନୀୟ ମୁରବି ଓ ଯାତ୍ରା ପେଣ୍ଡାଲ ଆୟୋଜକଙ୍କ ସହ ଆଲୋଚନା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories