www.samajalive.in
Saturday, December 13, 2025
26.1 C
Bhubaneswar

ଅଭିନେତ୍ରୀ ଜୟଶ୍ରୀ ରମୈୟାଙ୍କ ଆତ୍ମହତ୍ୟା, ଡିପ୍ରେସନରେ ପୀଡ଼ିତ ଥିଲେ

ବେଙ୍ଗାଲୁରୁ: ଲୋକପ୍ରିୟ କନ୍ନଡ ଅଭିନେତ୍ରୀ ତଥା ବିଗ୍‌ ବସ୍‌ କନ୍ନଡ଼ର ପୂର୍ବତନ ପ୍ରତିଦ୍ବନ୍ଦ୍ବୀ ଜୟଶ୍ରୀ ରମୈୟାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ବେଙ୍ଗାଲୁରୁସ୍ଥିତ ବାସଭବନରୁ ଜୟଶ୍ରୀଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ତେବେ ସେ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ମିଳିଥିବା ସୂଚନା ଅନୁସାରେ, ଜୟଶ୍ରୀ ବିଗତ କିଛିମାସ ହେବ ଡିପ୍ରେସନରେ ପୀଡ଼ିତ ଥିଲେ। ବେଙ୍ଗାଲୁରୁର ସନ୍ଧ୍ୟା କିରଣ ଆଶ୍ରମରେ ତାଙ୍କର ଚିକିତ୍ସା ଚାଲିଥିଲା। ଗତବର୍ଷ ସେ ସୋସିଆଲ ମିଡିଆରେ ଏକ ପୋ​‌ଷ୍ଟ କରି ଦୁନିଆ ଛାଡ଼ିଦେବା କଥା କହିଥିଲେ। ଜୟଶ୍ରୀ ଲେଖିଥିଲେ, ସେ ଡିପ୍ରେସନରୁ ବାହାରକୁ ଆସିପାରୁ ନାହାନ୍ତି। ସେଥିଲାଗି ସେ ମରିବାକୁ ଚାହୁଁଛନ୍ତି। ତେବେ ଏହାକୁ ପୋଷ୍ଟ କରିବାର କିଛି ସମୟ ପରେ ଡିଲିଟ୍‌ କରିଦେଇଥିଲେ।

- Advertisement -

କେବଳ ଏତିକି ନୁହେଁ, ଜୟଶ୍ରୀ କହିଥିଲେ ଯେ ସେ ଡିପ୍ରେସନ ସହିତ ଲଢ଼ିପାରୁ ନାହାନ୍ତି ଏବଂ ଇଚ୍ଛା-ମୃତ୍ୟୁ ଚାହୁଁଛନ୍ତି। ସୂଚନାଯୋଗ୍ୟ, ଜୟଶ୍ରୀ ଜଣେ ଲୋକପ୍ରିୟ କନ୍ନଡ଼ ଅଭିନେତ୍ରୀ ଏବଂ ଡ୍ୟାନ୍ସର ମଧ୍ୟ।୨୦୧୫ରେ ସେ କନ୍ନଡ଼ ରିୟଲିଟି ଶୋ ବିଗ୍‌ ବସ୍‌ କନ୍ନଡ଼ରେ ଅଂଶଗ୍ରହଣ କରିଥିଲେ। ସୁପରଷ୍ଟାର କୀଚ୍ଚା ସୁଦୀପ ଏହି ଶୋର ହୋଷ୍ଟ ଥିଲେ। ଜୟଶ୍ରୀଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା ‘Uppu Huli Khara’।

ଜୟଶ୍ରୀଙ୍କ କିଛି ବନ୍ଧୁ କହିଛନ୍ତି ଯେ, ସେ କୌଣସି ପାରିବାରିକ ସମସ୍ୟା ଯୋଗୁ ମାନସିକ ସ୍ତରରେ ଚିନ୍ତିତ ଥିଲେ। ଅନେକ ସମୟରେ ସେ ଅବସାଦରେ ରହୁଥିବା କହୁଥିଲେ। ତାଙ୍କୁ ସେ ଅନେକ ଥର ବୁଝାଇବା ସହିତ ସବୁ ଠିକ୍‌ ହୋଇଯିବ ବୋଲି କହିଥିଲେ। କିନ୍ତୁ ଜୟଶ୍ରୀ ବାରମ୍ବାର ଫୋନ୍‌ ନମ୍ବର ବଦଳାଉଥିଲେ, ଯେଉଁଥିପାଇଁ ତାଙ୍କ ସହିତ ସବୁବେଳେ ଯୋଗାଯୋଗ ସମ୍ଭବ ହୋଇପାରୁ ନ ଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories