www.samajalive.in
Wednesday, December 10, 2025
16.1 C
Bhubaneswar

ଗ୍ରାମବାସୀଙ୍କ ଦ୍ୱାରା ୬ ଫୁଟର ଗୋମୁହାଁ କୁମ୍ଭୀର ଉଦ୍ଧାର

କାଲିମେଳା: ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲ ପଞ୍ଚାୟତର ଏମଭି-୭୮ ଗ୍ରାମ ପୋଖରୀରୁ ଏକ ୬ ଫୁଟ ଲମ୍ବର ଗୋମୁହାଁ କୁମ୍ଭୀର ଉଦ୍ଧାର କରାଯାଇଛିା ଏହି କୁମ୍ଭୀରଟି ୨ ବର୍ଷ ତଳେ ସ୍ଥାନୀୟ ନଦୀରୁ ଏମଭି-୭୮ ଗ୍ରାମ ମୁଣ୍ଡରେ ଥିବା ବଡ ପୋଖରୀ ଭିତରକୁ ପସି ଆସିଥିଲା। ଗ୍ରାମବାସୀ ଏହା ଜାଣିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଏହାକୁ ଧରି ନପାରି ଗ୍ରାମବାସୀ ମାନଙ୍କୁ ଧରିବାକୁ କହିଥିଲେ। ତେବେ କୁମ୍ଭୀରଟି ପୋଖରୀରେ ଥିବା ମାଛ ଖାଇଯାଉଥିବା ବେଳେ ଗ୍ରାମବାସୀ ମାନେ ଗାଧୋଇବାକୁ ଗଲା ବେଳେ ପୋଖରୀ କୁଳକୁ ଚାଲିଆସୁଥିଲା। ଫଳରେ ଗ୍ରାମବାସୀ ମାନେ ଭୟଭୀତ ଅବସ୍ଥାରେ ରହିଆସୁଥିଲେ। ପ୍ରତିଦିନ କୁମ୍ଭୀର ଉତ୍ପାତ ବଢିବାରୁ ଏହାକୁ ଧରିବାକୁ ଗ୍ରାମବାସୀମାନେ ଜାଲ ବିଛାଇଥିଲେ। ପରେ ଆଜି ସକାଳ ୬ଟା ସମୟରେ ଗ୍ରାମର ଆନନ୍ଦ ହାଲଦାର, ଉତୋମ ଯୋଦାର, ଅପୁର୍ବ ମଣ୍ଡଳ, ଉତୋମ ବିଶ୍ୱାସ, ଅସିମ ଯୋଦାର କୁମ୍ଭୀରକୁ କାବୁ କରିଥିଲେ। ପରେ ବନ ବିଭାଗର ଅଧୀକାରୀମାନେ ପହଞ୍ଚି କୁମ୍ଭୀରକୁ ଉଦ୍ଧାର କରିଥିବା ଜଣାପଡିଛିା ଏଥିସହ ପୋଖରୀରେ ଆଉ ଗୋଟିଏ କୁମ୍ଭୀର ରହିଥିବା ଗ୍ରାମବାସୀମାନେ କହିଛନ୍ତି। କୁମ୍ଭୀରକୁ ଦେଖିବାକୁ ଆଖପାଖ ଗାଁର ବହୁ ଲୋକ ଜମା ହୋଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories