www.samajalive.in
Sunday, December 14, 2025
26.1 C
Bhubaneswar

ଫେସ୍‌ବୁକ୍ ପୋଷ୍ଟ : ବିଧାୟକଙ୍କ କାକା ନାଁରେ ଥାନାରେ ଏତଲା

ଲୋଇସିଂହା : ସ୍ଥାନୀୟ ବିଧାୟକ ମୁକେଶ ମହାଲିଙ୍ଗଙ୍କ କାକା ସ୍ଥାନୀୟ ବିଜେଡି ସମର୍ଥକ ଝସକେତନ ମହାନନ୍ଦଙ୍କୁ ଜୀବନରେ ମାରି ଦେବା ପାଇଁ ଧମକ ଦେବା ସହ ଅସଭ୍ୟ ଭାଷାରେ ଗାଳିଗୁଳଜ କରିବା ନେଇ ଶନିବାର ଲୋଇସିଂହା ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ଶୁକ୍ରବାର ବିଧାୟକ ଡ.ମହାଲିଙ୍ଗଙ୍କ ଫେସ୍ବୁକ ପୋଷ୍ଟରେ ଶ୍ରୀ ମହାନନ୍ଦ ଏକ ପ୍ରତିକ୍ରିୟା ରଖିଥିଲେ। ଏହି ପ୍ରତିକ୍ରିୟାକୁ ବିରୋଧ କରି ବିଧାୟକଙ୍କ କାକା ରଞ୍ଜନ ମହାଲିଙ୍ଗ ତାଙ୍କ ଘରକୁ ଯାଇ ଅସଭ୍ୟ ଭାଷାରେ ଗାଳି ଗୁଲଜ କରଥିଲେ। ତେବେ ସେ ଘରେ ନଥିବା ବେଳେ ତାଙ୍କ ମା ଓ ବାପା ଆସି କାହିଁକ ଗାଳି କରୁଛ ବୋଲି ମନା କରିବାରୁ ସେ ତୋର ପୁଅ ଫେସ୍ବୁକରେ ଅଯଥା କଥା ପୋଷ୍ଟ କରୁଛି। ସେ ଆସିଲେ ତାକୁ ମାରି ଦିଆଯିବ ବୋଲି ଧମକ ଦେଇଥିଲେ। ଶ୍ରୀ ମହାନନ୍ଦ ଘରକୁ ଆସିବା ପରେ ବାପାଙ୍କ ଠାରୁ ଏହି ଖବର ପାଇ ନିଜ ଦଳୀୟ କର୍ମକର୍ତାଙ୍କୁ ଜଣାଇବା ସହ ଶନିବାର ଅପରାହ୍ନରେ ଲୋଇସିଂହା ଥାନାରେ ଏତଲା ଦେଇଛନ୍ତି। ତାଙ୍କ ମାନ ସମ୍ମାନରେ ଆଞ୍ଚ ଆସିବା ସହ ନିଜ ଜୀବନ ପ୍ରତି ବିପଦ ରହିଛି ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି। ଶ୍ରୀମହାନନ୍ଦଙ୍କ ସହ ଜିଲା ଆଇଟି ସଂଯୋଜକ ବିଭୁତି ଭୂଷଣ ମିଶ୍ର, ବ୍ଳକ ଯୁବ ବିଜେଡି ସଭାପତି ପ୍ରକାଶ ମହାରାଣା, ଆଗଲପୁର ଯୁବ ସଭାପତି ନାରାୟଣ ସାହୁ, କାର୍ଯ୍ୟକାରୀ ଯୁବ ସଭାପତି ଅନନ୍ତ ସାହୁ, ଜିଲା ବିଜେଡି ସଂପାଦକ ଅଶୋକ ବରିହା, ଜିଲା ଛାତ୍ର ବିଜେଡି ଉପ ସଭାପତି ଟିବଲୁ କଦମ୍, ସଞୀବ ସାହୁ, ସୁରେନ ମେହେର ସମେତ ବହୁ କର୍ମକର୍ତା ଓ ବିଜେଡି ସମର୍ଥକ ଉପସ୍ଥିତ ରହି ଏହା ବିଜେପି ନେତାଙ୍କ ହୀନ ରାଜନୀତି ବୋଲି ପ୍ରକାଶ କରିଛନ୍ତି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories