www.samajalive.in
Tuesday, December 9, 2025
16.1 C
Bhubaneswar

ଅନ୍ତର୍ଜାତୀୟ ସୀମାରେ ଆଉ ଏକ ସୁଡ଼ଙ୍ଗ ଠାବ

ଜାମ୍ମୁ: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ପାକିସ୍ତାନ ଭାରତରେ ଅଶାନ୍ତି ସୃଷ୍ଟି କରିବା ଲାଗି ବିଭିନ୍ନ ପ୍ରକାର ଷଡ଼ଯନ୍ତ୍ର ରଚିବାରେ ଲାଗିଛି। ଏଥିପାଇଁ ସୀମାନ୍ତରେ ସୁଡ଼ଙ୍ଗ ଖୋଳି ଜାମ୍ମୁ-କାଶ୍ମୀରକୁ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଉଛି। ଶନିବାର ପୁଣି ଏକ ସୁଡ଼ଙ୍ଗ ଠାବ ହୋଇଛି, ଯେଉଁବାଟେ ଆତଙ୍କବାଦୀମାନେ ପାକିସ୍ତାନରୁ ଭାରତକୁ ଅନୁପ୍ରବେଶ କରୁଥିବା ଜଣାପଡ଼ିଛି।

- Advertisement -

ଶନିବାର ଠାବ ହୋଇଥିବା ସୁଡ଼ଙ୍ଗର ଲମ୍ବ ପ୍ରାୟ ୧୫୦ ମିଟର ହେବ। ବିଏସଏଫ ଯବାନମାନେ ହୀରାନଗରର ପାନସର ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଏହି ସୁଡ଼ଙ୍ଗ ଠାବ କରିଛନ୍ତି। ପାକିସ୍ତାନୀ ଗୁଇନ୍ଦା ବିଭାଗ ଏହି ସୁଡ଼ଙ୍ଗ ବାଟେ ଆତଙ୍କୀଙ୍କୁ ଭାରତ ପଠାଉଥିଲା। ଏହା ଗତ ୧୦ ଦିନ ମଧ୍ୟରେ ବିଏସଏଫ ଦ୍ବାରା ଠାବ ହୋଇଥିବା ୨ୟ ସୁଡ଼ଙ୍ଗ।

ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ସୁଡ଼ଙ୍ଗ ବିଷୟରେ ବିଶିଷ୍ଟ ସୂତ୍ରରୁ ସେନାକୁ ଖବର ମିଳିଥିଲା। ଏହା ପରେ ବିଏସଏଫ ପକ୍ଷରୁ ପନସର ଅଞ୍ଚଳରେ ଆଣ୍ଟି ଟନେଲିଂ ଡ୍ରାଇଭ ଆରମ୍ଭ କରି ଏହାକୁ ଠାବ କରିଥିଲା। ଏହି ସୁଡ଼ଙ୍ଗ ଭୂପୃଷ୍ଠରୁ ୩୦ ଫୁଟ ଗଭୀରରେ ଖୋଳାଯାଇଛି। ଏହାକୁ ମିଶାଇ ଜାମ୍ମୁ ଅଞ୍ଚଳରୁ ବର୍ତ୍ତମାନ ସୁଦ୍ଧା ୧୦ଟି ସୁଡ଼ଙ୍ଗ ଠାବ ହେଲାଣି।

Hot this week

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

Related Articles

Popular Categories