www.samajalive.in
Saturday, December 6, 2025
26.1 C
Bhubaneswar

କଳାପଥରରେ ଆଧ୍ୟାତ୍ମିକ ଅନୁଭୂତି ଶିବିର, ସମ୍ବର୍ଦ୍ଧିତ ହେଲେ ୩ଜିଲାର ସାମ୍ବାଦିକ

କଳାପଥର(ବାଙ୍କୀ): ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ କଳାପଥର ଠାରେ ଥିବା ପ୍ରଭୁ ପସନ୍ଦ ଭବନ, ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ପ୍ରତିନିଧିମାନଙ୍କ ନିମନ୍ତେ ଏକ ଅଧ୍ୟାତ୍ମିକ ଅନୁଭୂତି ଶିବିର ଓ ଇଶ୍ୱରୀୟ ସ୍ନେହମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜସ୍ଥାନ ମାଉଣ୍ଟ୍‍ଆବୁ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ବ୍ରହ୍ମକୁମାର ସୁରେନ୍ଦ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଇଶ୍ୱରୀୟ ଅନୁଭୂତି ଏବଂ ଭଗବାନ ସତ୍ତା ଉପରେ ଆଲୋକପାତ କରିଥିଲେ। କଳାପଥର କେନ୍ଦ୍ରର ମୁଖ୍ୟା ରାଜଯୋଗିନୀ ଯାଜ୍ଞସେନୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୩ଜିଲ୍ଲା ନୟାଗଡ, ଖୋର୍ଦ୍ଧା ଏବଂ କଟକର ବିଭିନ୍ନ ବ୍ଲକରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ପରାୟଣତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ସମାଜରେ ଘଟୁଥିବା ସମସ୍ତ ଘଟଣାକୁ ଲୋକଲୋଚନକୁ ଆଣିବା ପାଇଁ ସାମ୍ବାଦିକମାନେ ଅହୋରାତ୍ର ଚେଷ୍ଟା ଜାରି ରଖିଥିବା ବେଳେ ମନର ସ୍ଥିରତା ଆବଶ୍ୟକ। ସେଥି ପାଇଁ ରାଜଯୋଗ ଏବଂ ମନର ସୁଦ୍ଧତା ଅପରିହାର୍ଯ୍ୟ ଥିବା ରାଜଯୋଗିନୀ ଯାଜ୍ଞସିନୀ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ୟଙ୍ଗକବି ବ୍ରଜ ସୁବୁଦ୍ଧି, ପ୍ରକୃତିବନ୍ଧୁ ରାଜକିଶୋର ପାଣିଗ୍ରାହୀ, ରୂପାଲି ସାହୁ, କବି ଅଖିଳେଶ ମହାପାତ୍ର, ସାମ୍ବାଦିକ ପ୍ରଭାକର ଶିରୋମଣୀ, ବ୍ରହ୍ମକୁମାର ଗୋପବନ୍ଧୁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ପ୍ରତିବର୍ଷ ନେତାଜୀ ଜୟନ୍ତୀ ଅବସରରେ ଏହି କାର୍ଯ୍ୟକ୍ରମର ସ୍ୱନକ୍ଷେତ୍ର ଦିବସ ପାଳନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସାମ୍ବାଦିକ ମାନସ ରଞ୍ଜନ ସାହୁ,ଯୁଧିଷ୍ଠିର କୁଣ୍ଡୁ,ବାଙ୍କୀ ପ୍ରେସ କ୍ଳବର ଉପ ସଭାପତି ସମରେନ୍ଦ୍ର ମହାପାତ୍ର,ପୁର୍ଣ୍ଣଚନ୍ଦ୍ର ସାହୁ,ଶ୍ରୀକାନ୍ତ ମହାନ୍ତି,ଆଶିଷ କୁମାର

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories