www.samajalive.in
Monday, December 8, 2025
13.1 C
Bhubaneswar

ବିରଞ୍ଚି ନାରାୟଣ ମନ୍ଦିରରେ ଶାମ୍ବ ଦଶମୀ ପୂଜା

ବୁଗୁଡ଼ା: ଓଡ଼ିଶାର ଦ୍ଵିତୀୟ ଅର୍କ କ୍ଷେତ୍ର ବିରଞ୍ଚି ନାରାୟଣ ମନ୍ଦିରରେ ଶାମ୍ବ ଦଶମୀ ଉପଲକ୍ଷେ ପୂଜା ଓ ହୋମ ଅନୁଷ୍ଠିତ ହୋଇଥିଲା। ପୁରୋହିତ ଚିତ୍ତ ରଂଜନ ମିଶ୍ରଙ୍କ ତତ୍ତ୍ବାବଧାନରେ ବୈଷ୍ଣବ ଚରଣ ଦାଶ, ହିମାଂଶୁ ଶେଖର ଦାଶ, ଶ୍ରୀକାନ୍ତ ମିଶ୍ର, ସୁବାଷ ଦାଶ, ରାମାନୁଜ ମହାପାତ୍ର, ଚିନ୍ମୟ ଦାଶ, ପ୍ରଶାନ୍ତ ମିଶ୍ର, ଶିବପ୍ରସାଦ ଦାଶ, ଲମ୍ବୋଦର ଦାଶ ପ୍ରମୁଖ ହୋମ କାର୍ୟ୍ୟ ସମ୍ପାଦନ କରିଥିଲା ବେଳେ କର୍ତ୍ତା ରୂପେ ମଠାଧୀଶ ଭକ୍ତ ରାମ ଦାସ ଯୋଗଦେଇଥିଲେ। ପ୍ରଭାତରୁ ଅବକାଶ, ସୂର୍ୟ୍ୟ ପୂଜା, ମଙ୍ଗଳ ଆରତୀ ଏବଂ ତ୍ରିକାଳ ପୂଜା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଓଡ଼ିଶାର କୋଣ ଅନୁକୋଣରୁ ଭକ୍ତ ମାନେ ଆସି ମାନସିକ ପୂଜା କରିବା ସହ ବାମ୍ଫିର ପବିତ୍ର ଜଳକୁ ମସ୍ତକରେ ଲଗାଇଥିଲେ।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories