www.samajalive.in
Monday, December 8, 2025
24.1 C
Bhubaneswar

ଆସାମର ଦ୍ରୁତ ଓ ସର୍ବାଙ୍ଗୀନ ବିକାଶ ଉପରେ କେନ୍ଦ୍ର ସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି : ମୋଦୀ

ଶିବସାଗର( ଅସୋମ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆସାମ ହେଉଛି ଦେଶର ଐତିହ୍ୟର କେନ୍ଦ୍ରବିନ୍ଦୁ। ଆସାମର ଦ୍ରୁତ ଓ ସର୍ବାଙ୍ଗୀନ ବିକାଶ ସରକାରଙ୍କ ପାଇଁ ଯଥେଷ୍ଟ ଗୁରୁତ୍ୱ ବହନ କରେ। ପ୍ରଧାନମନ୍ତ୍ରୀ ଆସାମର ଶିବସାଗର ଜିଲ୍ଲାର ଜେରେଙ୍ଗା ପଥର ଠାରେ ୧ ଲକ୍ଷ ୬ ହଜାର ଜମିପଟ୍ଟା ଓ ଆଲଟ୍‍ମେଣ୍ଟ୍‍ ସାର୍ଟିଫିକେଟ୍‍ ବଣ୍ଟନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆସାମ ଆତ୍ମନିର୍ଭର ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଆସାମର ମୋଟ ଜନସଂଖ୍ୟାର ଶତକଡ଼ା ୪୦ ଭାଗ ଆୟୁଷ୍ମାନ ଭାରତ ଯୋଜନାର ସୁବିଧା ଲାଭ କରୁଛନ୍ତି ବୋଲି  ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଏନ୍‍ଡିଏ ସରକାର ସର୍ବଦା ଆସାମର ସଂସ୍କୃତିର ସଂରକ୍ଷଣ ପାଇଁ କାର୍ଯ୍ୟ କରିଆସୁଛନ୍ତି। ସରକାର ଆସାମର ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ତଥା ବିକାଶ ଦିଗରେ ନୀତିମାନ ପ୍ରଣୟନ କରୁଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆସାମରେ ୫୦ ଲକ୍ଷ ଗ୍ୟାସ୍‍ ସିଲିଣ୍ଡର ବଣ୍ଟନ କରାଯାଇଛି। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ରାଜ୍ୟର ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଣ ଦିଗରେ କାର୍ଯ୍ୟ କରୁଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ସରକାରଙ୍କ ଆକ୍ଟ-ଇଷ୍ଟ ନୀତି ଯୋଗାଯୋଗକୁ ଅଧିକ ମଜବୁତ କରିଛି। କୋବିଡ୍‍ ନାଇଣ୍ଟିନ୍‍ ସମୟରେ ଆସାମ ସରକାରଙ୍କ
ମାନବୀୟ କାର୍ଯ୍ୟର ସେ ଭୂୟସୀ ପ୍ରଶଂସା କରିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories