www.samajalive.in
Sunday, December 14, 2025
26.1 C
Bhubaneswar

ଯାତନା ଦେଉଛି ସ୍ମାର୍ଟସିଟିର ସ୍ମାର୍ଟରାସ୍ତା, ଲୋକେ ହିନସ୍ତା

ଉତ୍ତରଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱର ରାସ୍ତାଘାଟ ସବୁ ଯେମିତି କ୍ଷତବିକ୍ଷତ ହୋଇ ପଡ଼ିଛି। କେଉଁଠି ନା କେଉଁଠି ଖୋଳା ପୋତାରେ ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ। ମରାମତି କିମ୍ବା ରକ୍ଷଣାବେକ୍ଷଣ ପ୍ରତି କାହାରି ଦୃଷ୍ଟି ପଡୁନାହିଁ। ସତେଯେମିତି ଏଥିପ୍ରତି କେହି ଉତ୍ତରଦାୟୀ ନୁହନ୍ତି। ବିକାଶ ନାମରେ ଭଲ ରାସ୍ତା ଖୋଳାଯାଇ ଛାଡ଼ି ଦିଆଯାଇଛି ତ ଆଉ କେଉଁଠି ଦୀର୍ଘ ଦିନ ଧରି ରାସ୍ତାସାରା ଖାଲଖମା ଭର୍ତ୍ତି ହୋଇ ରହିଛି। ଏମିତି ଅଭିଯୋଗ ଆଇଆର୍‌ସି ଭିଲେଜ ଅଞ୍ଚଳରୁ ହୋଇଛି। ସ୍ଥାନୀୟ ଲୋକେ କହିଛନ୍ତି ଆଇଆର୍‌ସି ଏନ୍‌-୨୫ଠାରୁ ହାଇସ୍କୁଲ ଏବଂ ବିଦ୍ୟୁତ୍‍ ଅଫିସ୍‍ ପର୍ଯ୍ୟନ୍ତ ପ୍ରାୟ ଅଧ କିଲୋମିଟର ରାସ୍ତା ଦୀର୍ଘଦିନ ଧରି ଶୋଚନୀୟ ହୋଇ ପଡ଼ିଛି। ଯାତାୟାତ କ୍ଷେତ୍ରରେ ଲୋକେ କଷ୍ଟ ଭୋଗୁଥିବା ବେଳେ କେହି ଏହାର ମରାମତି କରୁନାହାନ୍ତି। ଏହି ରାସ୍ତାଟି ଗତ ୫ ମାସ ତଳୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ସ୍ମାର୍ଟସିଟି ପ୍ରକଳ୍ପରେ ଟାଇଲ ବିଛାଯାଇଥିଲା। ବାରମ୍ବାର ବିଏମସିକୁ ଅବଗତ କରାଯାଉଥିଲେ ବି ଏହାର ସମାଧାନ ହୋଇପାରି ନାହିଁ। ବ୍ୟବସାୟ ପ୍ରତିଷ୍ଠାନଠାରୁ ଆରମ୍ଭ କରି ଜନସାଧାରଣ ଯନ୍ତ୍ରଣା ଭୋଗୁଛନ୍ତି। ଗୋଡ଼ି, ବାଲି ଅଣନିଃଶ୍ୱାସୀ କରୁଥିବା ବେଳେ ଦୁର୍ଘଟଣା ବୃଦ୍ଧି ପାଉଛି। ଏହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ମତାମତ:

- Advertisement -

ନାରାୟଣ ଜିତୁ (ସ୍ଥାନୀୟ ବ୍ୟବସାୟୀ): ଏହି ରାସ୍ତାଟି ଗତ ୬ ମାସ ତଳୁ ଶୋଚନୀୟ ହୋଇ ପଡ଼ିଥିବା ବେଳେ ଏ ଦିଗରେ ବିଏମ୍‌ସି ଆଖିବୁଜି ଦେଇଛି। ଅଭିଯୋଗ କଲେବି ସମସ୍ୟା ପ୍ରତି ଗୁରୁତ୍ୱ ଦେଉନି। ତେଣୁ ଆଗକୁ ଲୋକେ ଧାରଣା ଦେବା ପାଇଁ ସଜବାଜ ହେଉଛନ୍ତି।
ଅଶ୍ୱିନୀ ଜେନା (ସ୍ଥାନୀୟ ବାସିନ୍ଦା): ଲୋକଙ୍କ ମୁଖ୍ୟ ଗମନାଗମନ ଭାବେ ଏହି ରାସ୍ତାଟିକୁ ବ୍ୟବହାର କରାଯାଉଛି। ଗତ କିଛି ମାସ ଧରି ରାସ୍ତା ତମାମ ଖାଲଖମା ପରିପୂର୍ଣ୍ଣ, ଧୂଳି ବାଲିରେ ଲୋକେ ଯନ୍ତ୍ରଣା ପାଉଛନ୍ତି। ବିଏମ୍‌ସି ଏ ଦିଗରେ ଦୃଷ୍ଟି ଦେଉନାହିଁ।

ପତିତପାବନ ପଟ୍ଟନାୟକ (ସହକାରୀ ନିର୍ବାହୀଯନ୍ତ୍ରୀ, ବିଏମ୍‌ସି): ରାସ୍ତା ବିଏମ୍‌ସିର ସତ। ତେବେ ସ୍ମାର୍ଟସିଟି ପ୍ରକଳ୍ପରେ ଟାଇଲ୍‌ ପଡ଼ିଛି କି ଆଉ କ’ଣ ପାଇଁ ହୋଇଛି ସେନେଇ ଅନୁଧ୍ୟାନ କରାଯିବ। ତୁରନ୍ତ ମରାମତି ପାଇଁ ପଦକ୍ଷେପ ନିଆଯିବ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories