www.samajalive.in
Wednesday, December 10, 2025
16.1 C
Bhubaneswar

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ବୌଦ୍ଧ ଗସ୍ତ

ବୌଦ୍ଧ : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଦିନିକିଆ ବୌଦ୍ଧ ଗସ୍ତରେ ଆସି ବିଭିନ୍ନ ବିଭାଗ ପକ୍ଷରୁ ଚାଲିଥିବା ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ବୌଦ୍ଧ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆୟୋଜିତ ସମୀକ୍ଷା ବୈଠକରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଯୋଗାଇ ଦିଆଯାଇଥିବା ଅନୁଦାନର ସଠିକ୍‍ ବିନିଯୋଗ କରିବାକୁ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଛନ୍ତି। ପରେ ଏକ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମ ଓଡ଼ିଶାରେ ଲୋକମାନଙ୍କ ଅର୍ଥନୈତିକ ବିକାଶ ପାଇଁ ଅନେକ ସମ୍ଭାବନା ରହିଥିବାବେଳେ କୃଷି, ପଶୁପାଳନ, ମତ୍ସ୍ୟଚାଷ, କୁକୁଡାଫାର୍ମିଂ, ହସ୍ତତନ୍ତ କ୍ଷେତ୍ରରେ ନିଯୁକ୍ତି ପାଇଁ ଅନେକ ସୁଯୋଗ ରହିଥିବା ପ୍ରକାଶ କରିଥିଲେ। ଏହିସବୁ କ୍ଷେତ୍ରରେ ଲଘୁ ଶିଳ୍ପଦ୍ୟୋଗୀମାନଙ୍କୁ ଭିତିଭୂମି ଯୋଗାଇଦେବାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦିଆଯିବ। ସରକାରଙ୍କ ପକ୍ଷରୁ ବେସରକାରୀ ଓ ଲଘୁ ଉଦ୍ୟୋଗୀମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ଗୁରୁତ୍ୱ ପ୍ରଦାନ କରାଯାଉଅଛି। ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାରେ କୁକୁଡାଫାର୍ମିଂ ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଉଦ୍ୟାଗୀମାନେ ସଫଳ ହୋଇଥିବାବେଳେ ଏହିଭଳି ଛୋଟ ଛୋଟ ଉଦ୍ୟୋଗ ଦ୍ୱାରା କର୍ମନିଯୁକ୍ତିକୁ ଗୁରୁତ୍ୱ ଦେବା ସହିତ ଅଂଚଳର ଅର୍ଥନୈତିକ ବିକାଶ ଉପରେ ଶ୍ରୀ ତ୍ରିପାଠୀ ଗୁରୁତ୍ୱାରୋପ କରିଥିଲେ।

ବିଶେଷ ଭାବରେ ବୌଦ୍ଧ, ସୁବର୍ଣ୍ଣପୁର ଓ ବରଗଡ ଜିଲ୍ଲାରେ ବୁଣାକାର ଓ ହସ୍ତଶିଳ୍ପ ବିଶ୍ୱସ୍ତରୀୟ ହୋଇଥିବାବେଳେ ଏହାର ବିକାଶ ପାଇଁ ଏକ ବୃହତ୍ତ ସମ୍ଭାବନା ରହିଥିବା ସେ ଏହି ଗସ୍ତରେ ଅନୁଭବ କରିପାରିଥିବା ପ୍ରକାଶ କରିଥିଲେ। ବର୍ତମାନ ଯୁବପିଢୀ ରୋଜଗାରର ନୂଆ ପନ୍ଥା ସୃଷ୍ଟି କରିବାରେ ସିଦ୍ଧହସ୍ତ ହୋଇଥିବାବେଳେ ବିଦେଶରୁ ଶିକ୍ଷା ଗ୍ରହଣ କରି ଅନେକ ଯୁବକ ଯୁବତୀ ନିଜ ଅଂଚଳରେ ସଫଳ ଉଦ୍ୟେଗୀ ହେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ଓ ସଫଳ ହୋଇପାରିଛନ୍ତି ଯାହାକି ଅଂଚଳ ପାଇଁ ଶୁଭ ସୂଚନା। ସରକାର ଲୋକଙ୍କୁ ସ୍ୱାବଲମ୍ବୀ କରିବା ଉପରେ ଗୁରୁତ୍ୱ ଦେଇ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ବ୍ୟାଙ୍କଗୁଡିକ ପକ୍ଷରୁ କିପରି ଏହି ଲଘୁ ଉଦ୍ୟୋଗୀମାନଙ୍କୁ ସୁବିଧା ସୁଯୋଗ ମିଳିପାରିବ ସେ ସଂପର୍କରେ ମଧ୍ୟ ଶ୍ରୀ ତ୍ରିପାଠୀ ଗୁରୁତ୍ୱାରୋପ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଳାରେ ୧୦୦ କୋଟି ଟଙ୍କାର ଓ ବୌଦ୍ଧ ଜିଲ୍ଲାରେ ୯୦ କୋଟି ଟଙ୍କାର ହସ୍ତତନ୍ତ ବ୍ୟବସାୟ ରହିଛି। ଉଭୟ ଜିଲ୍ଳାରେ ପ୍ରାୟ ୯ ହଜାର ପରିବାର ଏହି ବ୍ୟବସାୟରେ ଜଡିତ ରହିଛନ୍ତି। ଦୁଇ ପଡ଼ୋଶୀ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଳାର ସୀମାରେଖା ମଧ୍ୟରେ ଆବଦ୍ଧ ନରହି ମିଳିତ ଭାବରେ ଅଂଚଳର ଅର୍ଥନୈତିକ ବିକାଶ ଦିଗରେ କାର୍ଯ୍ୟ କରିବା ପାଇଁ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଥିଲେ। ଉଭୟ ଜିଲ୍ଳାର ଜିଲ୍ଳାପାଳ ଏଦିଗରେ ଦୃଷ୍ଟି ଦେବାକୁ ଆଲୋଚନା ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ ସୂଚନା ଦେଇଥିଲେ।

- Advertisement -

ଏହି ବୈଠକରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ସୁବର୍ଣ୍ଣପୁର ଜିଲ୍ଲାପାଳ ମନୀଷା ବାନାର୍ଜିଙ୍କ ସମେତ ଜିଲ୍ଲାର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ବୌଦ୍ଧର ଐତିହାସିକ ସଂଗ୍ରହାଳୟ ବୁଲି ଦେଖିବା ସହିତ ଜିଲ୍ଲା ପ୍ରଶାସନର ଉଦ୍ୟମକୁ ପ୍ରଶଂସା କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories