www.samajalive.in
Monday, December 8, 2025
13.1 C
Bhubaneswar

 ଗାନ୍ଧୀଙ୍କ ତିରୋଧାନ ଦିବସରେ ଓଡିଶାକୁ ନିଶାମୁକ୍ତ କରିବା ପାଇଁ ସରକାରଙ୍କୁ ଆହ୍ୱାନ ଦେଲେ ନିରଞ୍ଜନ

ଭୁବନେଶ୍ୱର :୧୯୨୦ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ଉତ୍କଳ ପ୍ରଦେଶ କମିଟି ଗଠିତ ହୋଇଥିଲା ଏବଂ ଏହାର ପ୍ରଥମ ସଭାପତି ଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ। ସେହି ବର୍ଷ ହିଁ ଜାତିରପିତା ମହାତ୍ମା ଗାନ୍ଧୀ ପ୍ରଥମେ ଓଡିଶାକୁ ଆସିଥିଲେ। ମହାତ୍ମା ଗାନ୍ଧୀ ସର୍ବମୋଟ୍‍ ୮ ଥର ଓଡିଶା ଆସିଥିଲେ ଏବଂ ପ୍ରଥମେ ସେ ଆସିଥିଲେ ୧୯୨୦ ମସିହା ମାର୍ଚ୍ଚ ମାସରେ। ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡିଶା ଆଗମନ ଓ ଉତ୍କଳ କଂଗ୍ରେସର ୧୦୦ ବର୍ଷ ପୂର୍ତିକୁ ଧୁମ୍‍ଧାମ୍‍ରେ କଂଗ୍ରେସ ବର୍ଷ ତମାମ୍‍ ପାଳନ କରିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଘୋଷଣା କରିଛନ୍ତି।

ରାଜ୍ୟ ସରକାର ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକୀ ପାଳନ କରିବା ପାଇଁ ନିଷ୍ପତି ନେଇଛନ୍ତି। ଯାହାର ଚୂଡାନ୍ତ ରୂପରେଖ ଏ ପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। ଓଡିଶା ସ୍ୱାଧିନତା ସଂଗ୍ରାମୀ ସମିତି ପକ୍ଷରୁ ମଧ୍ୟ ଗାନ୍ଧୀଙ୍କ ଏହି ଓଡିଶା ଆଗମନର ଶତବାର୍ଷିକୀ ପାଳନ ପାଇଁ ଆହ୍ୱାନ ଦିଆଯାଇଛି। ଉଭୟ ରାଜ୍ୟ ସରକାର ଓ ସ୍ୱାଧିନତା ସଂଗ୍ରାମୀ ସମିତି ପକ୍ଷରୁ ଯେଉଁ କାର୍ଯ୍ୟକ୍ରମ ପ୍ରସ୍ତୁତ ହେବ ସେଥିରେ କଂଗ୍ରେସ ଦଳ ସାମିଲ ହେବାକୁ ଆହ୍ୱାନ ଦେବା ସହିତ ଏହାକୁ ସଫଳ କରିବା ପାଇଁ ଦଳ ପକ୍ଷରୁ ନିବେଦନ କରାଯାଇଛି। ମହାତ୍ମା ଗାନ୍ଧୀ ସ୍ୱାଧିନତା ଆନ୍ଦୋଳନ ସହିତ ନିଶା ନିବାରଣ ବିରୁଦ୍ଧରେ ସ୍ୱର ଉତୋଳନ କରିଥିଲେ। ରାଜ୍ୟ ସରକାର ମହାତ୍ମା ଗାନ୍ଧୀଙ୍କ ପ୍ରତି ଯଦି ବାସ୍ତବରେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଚାହାନ୍ତି ତେବେ ଗାନ୍ଧିଜୀଙ୍କର ତିରୋଧାନ ଦିବସ ଅର୍ଥାତ୍‍ ଜାନୁଆରୀ ୩୦ ତାରିଖରେ ଓଡିଶାକୁ ନିଶାମୁକ୍ତ କରିବା ପାଇଁ ଘୋଷଣା କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ।

- Advertisement -

କଂଗ୍ରେସ ଦଳ ଓ ଗାନ୍ଧିଜୀଙ୍କ ଓଡିଶା ଆଗମନର ୧୦୦ ବର୍ଷକୁ ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରେ ବିଭିନ୍ନ ପ୍ରକାରରେ ପାଳନ କରାଯିବ। ଦେଶର ସ୍ୱାଧିନତା ସଂଗ୍ରାମ, ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁଙ୍କ ଜୀବନୀ ଓ ବଳିଦାନ, ଦେଶର ବିକାଶରେ କଂଗ୍ରେସର ଅବଦାନ ଇତ୍ୟାଦି ଉପରେ ବର୍ଷ ତମାମ ସେମିନାର, ପଦଯାତ୍ରା, ପ୍ରଶିକ୍ଷଣ ଶିବିର ଆଦି ଆୟୋଜନ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟିର ପ୍ରବକ୍ତା  ସୁଦର୍ଶନ ଦାସ ଓ ଜ୍ଞାନଦେବ ବେଉରା ଉପସ୍ଥିତ ଥିଲେ।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories