www.samajalive.in
Saturday, December 13, 2025
26.1 C
Bhubaneswar

କଚ୍ଛରେ ଟ୍ରକ୍‍-ଅଟୋ ଧକ୍କା: ୬ ମୃତ

ଗାନ୍ଧିନଗର : ଗୁଜରାଟର କଚ୍ଛ ଜିଲା ଭୁଜଠାରେ ରବିବାର ଅପରାହ୍ନରେ ଏକ ଟ୍ରକ୍‍ ଧକ୍କାରେ ଏକ ଅଟୋ ରିକ୍ସାର ୬ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ୪ ଜଣଙ୍କୁ ଭୁଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି।
କୁହାଯାଉଛି ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‍ଟି ଯାତ୍ରୀବାହୀ ଅଟୋ ରିକ୍ସାକୁ ପଛରୁ ଧକ୍କା ଦେଇଥିଲା। ଅଟୋଟି କିଛି ଦୁରକୁ ଛିଟିକି ପଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଇଥିଲେ। ସେତେବେଳକୁ ୬ ଲୋକଙ୍କ ମୃତ୍ୟୁ ହୋଇ ସାରିଥିଲା। ପୁଲିସ୍‍ ଟ୍ରକ୍‍ ଏବଂ ଅଟୋ ରିକ୍ସା ଚାଳକଙ୍କୁ ଖୋଜୁଛି। ଉଲ୍ଲେଖ ଯେ କଛରେ ରବିବାର ଅନ୍ୟ ଏକ ଦୁର୍ଘଟଣାରେ ୪ ଲୋକଙ୍କ ମୃତ୍ୟୁ ଘଟିଛି ଓ ୩୫ ଜଣ ଆହତ ହୋଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories