www.samajalive.in
Sunday, December 14, 2025
23.1 C
Bhubaneswar

ଫାଇଜର ଟିକା ନେବାପରେ ଇସ୍ରାଏଲରେ ୧୨ହଜାର ଲୋକ କରୋନା ସଂକ୍ରମିତ

ଜେରୁଜେଲମ: ପ୍ରଥମେ ଫାଇଜର ଟିକା ନେଇଥିବା ୟୁରୋପୀୟ ରାଷ୍ଟ୍ର ନରୱେର ୨୩ ବରିଷ୍ଠ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେ ଇସ୍ରାଏଲରେ ଏକ ବଡ ଘଟଣା ସାମ୍ନାକୁ ଆସିଛି । ଟିକା ନେବା ପରେ ୧୨୪୦୦ରୁ ଅଧିକ ବ୍ୟକ୍ତି କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୬୯ ଜଣ ଦ୍ୱିତୀୟ ଥର ଟିକା ନେଇଥିବା ସୂଚନା ରହିଛି।

ସୂଚନା ଅନୁଯାୟୀ, ଆମେରିକା ଓ ଜର୍ମାନ ଦ୍ୱାରା ତିଆରି ହୋଇଥିବା ଫାଇଜର-ବାୟୋନଟେକ୍ ଟିକା ନେବା ପାଇଁ ଇସ୍ରାଏଲ ସରକାର ଚୁକ୍ତି କରିଛନ୍ତି। ଏବେ କିନ୍ତୁ ଏହି ଟିକା ଦୁର୍ବଳ ବୋଲି ଇସ୍ରାଏଲର ନ୍ୟାଶନାଲ କୋର୍ଡିନେଟର ନଚମନ ଆଶ କହିଛନ୍ତି ।

- Advertisement -

କରୋନା ସଂକ୍ରମଣକୁ ରୋକିବା ପାଇଁ ଡିସେମ୍ୱର ୧୯ରୁ ଇସ୍ରାଏଲରେ ଟିକାକରଣ ଆରମ୍ଭ ହୋଇଛି। ଏଯାବତ ୩.୫ ପ୍ରତିଶତ ସମ୍ପୂର୍ଣ୍ଣ କରୋନା ଟିକା (ଦୁଇଟି ଡୋଜ) ନେଇଥିବା ସୂଚନା ରହିଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଇସ୍ରାଏଲ ତୃତୀୟ ଥର ପାଇଁ ଲକଡାଉନ୍ ରହିଛି। ପାଖାପାଖି ୫ ଲକ୍ଷ ଲୋକ ସଂକ୍ରମିତ ହୋଇଥିବା ବେଳେ ୪,୦୦୫ ଜଣ ମୃତ୍ୟୁ ବରଣ କରିଥିବା ଇସ୍ରାଏଲ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ସୂଚନା ଦେଇଛି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories