www.samajalive.in
Saturday, December 6, 2025
19.1 C
Bhubaneswar

୧୪ ବର୍ଷ ପରେ ଜିଲା କ୍ରୀଡା ସଂଘର ପ୍ରସ୍ତୁତି, ୩୦ରେ ନିର୍ବାଚନ ପାଇଁ ସରଗରମ

ନବରଙ୍ଗପୁର : ଦୀର୍ଘ ୧୪ ବର୍ଷ ବ୍ୟବଧାନ ପରେ ବହୁ ପ୍ରତିକ୍ଷିତ ଜିଲ୍ଲା କ୍ରୀଡା ସଂଘର ନିର୍ବାଚନକୁ ନେଇ ନବରଙ୍ଗପୁର ଚଳଚଞ୍ଚଳ ହୋଇଉଠିଛି। ଆସନ୍ତା ୩୦ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜିଲା କ୍ରିଡା ସଂଘର ଉପସଭାପତି ,ସାଧାରଣ ସମ୍ପାଦକ, କୋଷାଧ୍ୟକ୍ଷ, ୨ଜଣ ଯୁଗ୍ମସମ୍ପାଦକ, ଜଣେ ଲେଖାଏଁ ସମ୍ପାଦକ (ଫୁଟବଲ ,ଆଥଲେଟିକ, ଭଲିବଲ, ହକି,ଇଣ୍ଡୋର ଗେମ, କ୍ରିକେଟ ଓ ମହିଳାକ୍ରିଡା ପାଇଁ ନିର୍ବାଚନ ହେବ। ମିଶନଶକ୍ତି ହଲର ସମ୍ମିଳନୀ କକ୍ଷ ଠାରେ ଏହି ନିର୍ବାଚନ ଅନୁଷ୍ଠିତ ହେବ। ସେହି ଦିନହିଁ ପ୍ରାର୍ଥୀପତ୍ର ଦାଖଲ ସହ ନିର୍ବାଚନ ଓ ଫଳଫଳ ଘୋଷଣା କରାଯିବ। ଏହି  ନିର୍ବାଚନରେ ୮୯ ଭୋଟରମାନେ ମତ ସାବ୍ୟସ୍ତ କରିବାକୁ ଥିବାବେଳେ ସେଥିରେ ୪୦ କ୍ଲବରୁ ଦୁଇ ଜଣ ଲେଖାଏଁ ୮୦ ଜଣ ଓ ୯ ଜଣ ପ୍ରଶାସନ ଅଧିକାରୀ ଯଥା, ଜିଲାପାଳ, ଆରକ୍ଷୀ ଅଧିକ୍ଷକ, ଉପଜିଲାପାଳ, ଜିଲା କ୍ରିଡା ଅଧିକାରୀ, ନେହେରୂ ଯୁବକେନ୍ଦ୍ର ସଂଯୋଜକ, ରିଜର୍ଭ ଇନ୍ସପେକ୍ଟର, ଜିଲା ଶିକ୍ଷା ଅଧିକାରୀ ଓ ଇନ୍ଦ୍ରାବତୀ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ଭୋଟ ଦେବେ ବୋଲି ଜିଲା କ୍ରିଡା ଅଧିକାରୀ ମହେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି। ନିର୍ବାଚନ ଅଧିକାରୀ ଭାବେ ଅତିରିକ୍ତ ଜିଲାପାଳ ନିର୍ବାଚନ ପରିଚାଳନା କରିବେ।

ସୂଚନାଯୋଗ୍ୟଯେ, ପୂର୍ବତନ ଜିଲ୍ଲାପାଳ ଭାସ୍କର ଜ୍ୟୋତି ଶର୍ମାଙ୍କ ସମୟରେ ଏହି ନିର୍ବାଚନ ହୋଇଥିବାବେଳେ ବର୍ତ୍ତମାନ  ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର  ମିଶ୍ରଙ୍କ ପ୍ରଚେଷ୍ଟାରେ ଦୀର୍ଘ ୧୪ ବର୍ଷ ବ୍ୟବଧାନ ପରେ ନିର୍ବାଚନ ହେବାକୁ ଯାଉଛି। ଏହାକୁ ନେଇ ଜିଲାର କ୍ରୀଡାବିତ ତଥା ଖେଳପ୍ରେମୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଅତୀତରେ କ୍ରୀଡା ସଂଘ ଜିଲା ପାଇଁ ଅନେକ ସୁନାମ ଆଣିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହା ପରିଲକ୍ଷିତ ହୋଇ ନଥିଲା। ଯାହାଦ୍ୱାରା ଖେଳାଳୀ ମାନେ ପ୍ରତିଭା ଥିବା ସତ୍ତ୍ବେ ଜିଲା ଓ ରାଜ୍ୟ ସ୍ତରରେ ଖେଳିବା ପାଇଁ ସୁଯୋଗ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଥିଲା।  ଏପରିକି ପୂର୍ବତନ ରାଜ୍ୟସ୍ତରୀୟ ଆଥଲେଟ୍ ରାଜୀବ ଲୋଚନ ପୂଜାରୀଙ୍କ ତତ୍ତ୍ୱାବଧାନରେ ନବରଙ୍ଗପୁର କ୍ରୀଡାବିତ୍ ମାନେ ରାଜ୍ୟ ସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ଭାଗ ନେବା ପାଇଁ କ୍ରୀଡା ସଂଘର ସହଯୋଗ ନମିଳିବାରୁ ଶେଷରେ ରାଜରାସ୍ତାରେ ଭିକ୍ଷା ମାଗି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ। ସେହି ଘଟଣା ଗଣମାଧ୍ୟମରେ ଲୋକଲୋଚନକୁ ଆସିବା ପରେ ଖେଳପ୍ରତି କ୍ରୀଡାବିତ୍ ମାନଙ୍କ ମଧ୍ୟରେ ନୈରାଶ୍ୟ ଭାବ ଜାଗ୍ରତ ହୋଇଥିଲା। ତେବେ ପୁର୍ନବାର ଜିଳାପାଳ ଡଃ ମିଶ୍ରଙ୍କ ବଳିଷ୍ଠ ଉଦ୍ୟମରେ ଆଗାମୀ ୩୦ ତାରିଖ ଦିନ ଜିଲ୍ଲା କ୍ରୀଡା ସଂଘର ନିର୍ବାଚନ ହେବାକୁ ଯାଉଥିବାରୁ ଜିଲ୍ଲା କ୍ରୀଡା ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି। ତେବେ ଏହି ସଂଘରେ ନିଜେ ଜିଲ୍ଲାପାଳ ସଭାପତି ଥିବାବେଳେ ଉପ ସଭାପତି ଆରକ୍ଷୀ ଅଧିକ୍ଷକ ରହିବା ନିୟମ ରହିଛି। ବାକି ଗୋଟିଏ ଉପ ସଭାପତି, ଗୋଟିଏ ସାଧାରଣ ସଂପାଦକ, ଦୁଇଟି ଯୁଗ୍ମ ସଂପାଦକ, ଗୋଟିଏ କୋଷାଧ୍ୟକ୍ଷ ଓ ବିଭିନ୍ନ ଖେଳ ପାଇଁ ଗୋଟିଏ ଲେଖାଁଏ  ସଂପାଦକ ପଦବୀ ରହିଛି। ଏହି ପଦବୀରେ ପ୍ରାର୍ଥୀ ହେବା ପାଇଁ ବର୍ତ୍ତମାନ ଛକାପଞ୍ଜା ଆରମ୍ଭ ହୋଇଯାଇଛି । ବିଶେଷ କରି ସାଧାରଣ ସଂପାଦକ ପଦବୀ ପାଇଁ ପ୍ରାର୍ଥୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଜୋର ଧରିଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories