www.samajalive.in
Monday, December 8, 2025
13.1 C
Bhubaneswar

ଆଜି ଉନ୍ମୋଚନ ହେବ ଦ୍ୱିତୀୟ ଭାରତ ନବୀକରଣ ସୂଚୀ

ନୀତି ଆୟୋଗ ଆଜି ଦ୍ୱିତୀୟ ଭାରତ ନବୀକରଣ ସୂଚୀକୁ ଭର୍ଚୁଆଲ ମାଧ୍ୟମରେ ଉନ୍ମୋଚନ କରିବ। ନୀତିଆୟୋଗ ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର ନୀତି ଆୟୋଗ ସଦସ୍ୟ ଡକ୍ଟର ଭି.କେ. ସାରଶ୍ୱତ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଫିସର ଅମିତାଭ କାନ୍ତଙ୍କ ଉପସ୍ଥିତିରେ ଏହି ସୂଚୀ ଉନ୍ମୋଚନ କରିବେ। ନୀତି ଆୟୋଗରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଦେଶକୁ ଏକ ନବୀକରଣ ଭିତ୍ତିକ ଅର୍ଥନୀତିରେ ରୂପାନ୍ତରିତ କରିବା ପାଇଁ ଏଥିରେ ସରକାର ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିଛନ୍ତି।

ଭାରତ ନବୀକରଣ ସୂଚୀ ୨୦୨୦ରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସେମାନଙ୍କର କାର୍ଯ୍ୟ ସମ୍ପାଦନା ଭିତ୍ତିରେ ଶ୍ରେଣୀଭୁକ୍ତ କରିବାକୁ ବ୍ୟବସ୍ଥା ରହିଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୧୭ଟି ପ୍ରମୁଖ ରାଜ୍ୟ, ୧୦ଟି ଉତ୍ତରପୂର୍ବ ଓ ପାର୍ବତ୍ୟ ରାଜ୍ୟ ଏବଂ ୯ଟି ସହରଭିତ୍ତିକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଶ୍ରେଣୀଭୁକ୍ତ କରାଯାଇଛି। ଏହାଦ୍ୱାରା ସେମାନଙ୍କର କାର୍ଯ୍ୟ ସମ୍ପାଦନାର ସଫଳତାର ସହ ତୁଳନା କରାଯାଇପାରିବ।

- Advertisement -

ରାଜ୍ୟଗୁଡ଼ିକର ପ୍ରଦର୍ଶନକୁ ପ୍ରଭାବଶାଳୀ ଭାବରେ ତୁଳନା କରିବା ପାଇଁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ୧୭ଟି ପ୍ରମୁଖ ରାଜ୍ୟ, ୧୦ଟି ଉତ୍ତର-ପୂର୍ବ ଏବଂ ପାହାଡିଆ ରାଜ୍ୟ ଏବଂ ୯ଟି ସହର ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଛି। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଦୁଇଟି ବ୍ୟାପକ ବର୍ଗରେ ସ୍ଥାନିତ ହୋଇଛି: ଫଳାଫଳ ଏବଂ ପ୍ରଶାସନ, ମୋଟ ଉପରେ ଭାରତ ନବୋନ୍ମେଷ ସୂଚକାଙ୍କ ୨୦୨୦ରେ ୩୬ଟି ସୂଚକାଙ୍କ ଅଛି ଯେଉଁଥିରେ ହାର୍ଡ ଡାଟା (୩୨ ସୂଚକ) ଏବଂ ଚାରିଟି ମିଶ୍ରିତ ସୂଚକ ଅର୍ନ୍ତଭୁକ୍ତ।

ଭାରତ ନବୋନ୍ମେଷ ସୂଚକାଙ୍କ ୨୦୨୦ ପୂର୍ବବର୍ଷର ପଦ୍ଧତିକୁ ଭିତ୍ତି କରି ନୂଆ ନୀତି ନିର୍ଦ୍ଧାରିତ ହେବ ଯାହା ସମ୍ପୂର୍ଣ୍ଣ ପରିବେଶ ଅନୁକୂଳ। ଏ କ୍ଷେତ୍ରରେ ଆଗକୁ ବଢିବାବେଳେ ଭାରତୀୟ ଅର୍ଥନୀତିର ନିର୍ଦ୍ଦିଷ୍ଟ ମାନକକୁ ବଜାୟ ରଖିବା ସହ ବିଶ୍ୱର ଅଗ୍ରଣୀ ମାନକଗୁଡିକୁ ମଧ୍ୟ ଅନୁସରଣ କରାଯିବ ଯାହା ଫଳରେ ଗବେଷଣା ଓ ଉନ୍ନୟନ ପାଇଁ ମୋଟ ଘରୋଇ ଉତ୍ପାଦର ପ୍ରମୁଖ ଅଂଶ ବିନିଯୋଗ କରାଯିବ।

ସୂଚକାଙ୍କ ଧାରାକୁ ଆଧାର କରି ଦେଶ, ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ନୂତନତ୍ୱ ସୃଷ୍ଟି କରୁଥିବା ବିଭିନ୍ନ କାରଣଗୁଡିକର ବିସ୍ତୃତ ବିଶ୍ଳେଷଣ ପ୍ରଦାନ କରିଥାଏ। ବିଶ୍ୱାସ କରାଯାଏ ଯେ ଏହି ବିଶ୍ଳେଷଣଗୁଡିକ ଜାତୀୟ ତଥା ଉପ-ଜାତୀୟ ସ୍ତରରେ ଅନୁପାତର ଉଦ୍ଭାବକ ଏବଂ ପ୍ରତିବନ୍ଧକକୁ ଚିହ୍ନଟ କରିବାରେ ନୀତି ର୍ନିଣ୍ଣୟକାରୀଙ୍କୁ ସକ୍ଷମ କରିବ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories