www.samajalive.in
Monday, December 8, 2025
13.1 C
Bhubaneswar

ଆସାମ ବିଧାନସଭା ନିର୍ବାଚନ: ୫ ଦଳ ସହ ମେଣ୍ଟ କରିବ କଂଗ୍ରେସ

ଆଗାମୀ ୪ ମାସ ମଧ୍ୟରେ ହେବ ଆସାମ ବିଧାନସଭା ନିର୍ବାଚନ । ଏହି ନିର୍ବାଚନରେ କ୍ଷମତାସୀନ ବିଜେପିକୁ ହରାଇବା ପାଇଁ ଅଣ୍ଟା ଭିଡ଼ିଛି କଂଗ୍ରେସ । ରାଜ୍ୟର ୫ଟି ଦଳ ସହ ମେଣ୍ଟ କରି କଂଗ୍ରେସ ନିର୍ବାଚନ ଲଢ଼ିବ ବୋଲି ରାଜ୍ୟ ସଭାପତି ରିପୁନ ବୋରା ଘୋଷଣା କରିଛନ୍ତି ।
ସୂଚନା ଅନୁସାରେ କଂଗ୍ରେସ  ବିଧାନସଭା ନିର୍ବାଚନରେ  ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (AIUDF), ସିପିଆଇ, ସିପିଆଇ (ଏମ୍), ସିପିଆଇ (ଏମଏଲ୍) ଏବଂ ଜୋନାଲ ଗାନ୍ ମୋର୍ଚ୍ଚା ମେଣ୍ଟ କରିବ । ଏହି ଅବସରରେ ରିପେୁନ ବୋରା କହିଛନ୍ତି ଯେ ବିଜେପି ବିରୋଧୀ ଦଳଗୁଡ଼ିକ ନିମନ୍ତେ ଆମେ ଦ୍ବାର ଖୋଲା ରଖିଛୁ । ଶାସକ ଦଳକୁ କ୍ଷମତାରୁ ହଟାଇବା ପାଇଁ ଆମେ ଚେଷ୍ଟା କରିବୁ । 
ଚଳିତ ବର୍ଷ ଏପ୍ରିଲ-ମେ ମାସରେ ଆସାମରେ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ଆୟୋଗର ଏକ ତିନି ଜଣିଆ ଦଳ ମଧ୍ୟ ଏହି ନିର୍ବାଚନ ପାଇଁ ପ୍ରସ୍ତୁତିର ଆକଳନ କରିବାକୁ ରାଜ୍ୟ ଗସ୍ତରେ ଅଛନ୍ତି। ଅନେକ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଜୋରଦାର ପ୍ରସ୍ତୁତି ଚଳାଇଛି। ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କୁ ଆସାମର ଦାୟିତ୍ବ ଦିଆଯାଇଛି। ସେମାନଙ୍କ ବ୍ୟତୀତ ମୁକୁଲ ୱାସନିକ ଏବଂ ଶକିଲ ଅହମ୍ମଦ ଖାନ ମଧ୍ୟ ଆସାମ ନିର୍ବାଚନରେ କଂଗ୍ରେସର ମଙ୍ଗ ଧରିବେ ।  ୨୦୧୬ ମସିହାରେ କଂଗ୍ରେସର ଦୀର୍ଘ ଶାସନକୁ ହଟାଇ ରାଜ୍ୟରେ କ୍ଷମତା ହଟାଇ ବିଜେପି ସରକାର ଗଠନ କରିଥିଲା। ଏବେ ବିଜେପି ପୁଣି ଥରେ ସରକାର ଗଠନ କରିବ ବୋଲି ଦାବି କରୁଥିବାବେଳେ କଂଗ୍ରେସ ମଧ୍ୟ କ୍ଷମତାକୁ ଫେରିବାକୁ ଆଶା ବାନ୍ଧିଛି । 

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories