www.samajalive.in
Monday, December 8, 2025
24.1 C
Bhubaneswar

ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କୁ ଜି.ଉଦୟଗିରି ନଗର ଓ ବ୍ଳକ ବିଜେଡିର ଅଭିନନ୍ଦନ

ଜି.ଉଦୟଗିରି: ମହାମାରୀ କରୋନାର ସୁପରିଚାଳନା ଓ ସରକାରଙ୍କ ତରଫରୁ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟକୁ ସଫଳତାର ସହ କାର୍ୟ୍ୟକାରୀ କରିଥିବାରୁ ସର୍ଭେ ଅନୁସାରେ ଭାରତ ବର୍ଷର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୟନ ହୋଇଥିବାରୁ ଆଜି ଜି.ଉଦୟଗିରି ନଗର ଓ ବ୍ଳକ ବିଜେଡି ତରଫରୁ ନବୀନ ବାବୁଙ୍କୁ ଅଭିନନ୍ଦନ ଜଣାଯାଇଛି। ଏହି ଅବସରରେ ଏକ ଶୋଭାଯାତ୍ରା ବାହାର କରାଯାଇଥିଲା। ଜି.ଉଦୟଗିରିର ପୂର୍ବତନ ଏନଏସି ଅଧ୍ୟକ୍ଷ ପି.ସଞ୍ଜୀବ କୁମାର ପାତ୍ର, ବ୍ଳକ ସଭାପତି ସିମାଞ୍ଚଳ ନାୟକ, ଆମୋଦ ଚନ୍ଦ୍ର ନାୟକ, ଅନିଲ କୁମାର ଦଳବେହେରା, ଦେବନାଥ ଦଳବେହେରା, ରମେଶ ଚନ୍ଦ୍ର ବେହେରା, କୁନିମା ପ୍ରଧାନ, ଶଙ୍କର ସେଠୀ, ନବୀନ ଚନ୍ଦ୍ର ନାୟକ ପ୍ରମୁଖ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଗାନ୍ଧୀ ଛକଠାରେ ବାଣ ଫୁଟାଇବା ସହ ବିଜେଡି ଜିନ୍ଦାବାଦ, ବିଜୁ ପଟ୍ଟନାୟକ ଅମର ରହେ, ନବୀନ ପଟ୍ଟନାୟକ ଜିନ୍ଦାବାଦ ଆଦି ସ୍ଲୋଗାନ ଦେଇଥିଲେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories