www.samajalive.in
Saturday, December 6, 2025
19.1 C
Bhubaneswar

ମାଇଗ୍ରେନ ସମସ୍ୟା ; କିଛି ଜାଣିବା କଥା

ବର୍ତ୍ତମାନର ଜୀବନଶୈଳୀ, ଖାଦ୍ୟପେୟ କାରଣରୁ ମୁଣ୍ଡବିନ୍ଧା ଏକ ମୁଖ୍ୟ ସମସ୍ୟା ପାଲଟିଛି। ମାତ୍ର ମୁଣ୍ଡ ବିନ୍ଧା ଯନ୍ତ୍ରଣା ଅତ୍ୟଧିକ ପରିମାଣରେ ହେଲେ ଏହା ମାଇଗ୍ରେନର ରୂପ ନେଇଥାଏ। ମାଇଗ୍ରେନର ଯନ୍ତ୍ରଣାରେ ମୁଣ୍ଡର ଗୋଟେ ପଟରେ ଯନ୍ତ୍ରଣା ହୋଇଥାଏ। ଏହି ଯନ୍ତ୍ରଣା ହେବାର କୌଣସି ନିର୍ଦ୍ଦିଷ୍ଟ ସମୟ ନଥାଏ। ଏହାର ପ୍ରଭାବରେ ଜ୍ୱର, ବ୍ୟଥା, ବାନ୍ତି ମଧ୍ୟ ହୋଇଥାଏ। ଏହି ମାଇଗ୍ରେନ କାରଣରୁ ସ୍ନାୟୁ ଜନିତ ସମସ୍ୟା,ରକ୍ତ ସଞ୍ଚାଳନକୁ ମଧ୍ୟ ପ୍ରଭାବିତ କରିଥାଏ। ସେହି ସମୟରେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସହ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ତେଣୁ ଯନ୍ତ୍ରଣା ସମୟରେ ଏପରି କେତେକ ଖାଦ୍ୟ ରହିଛି ଯାହାକୁ ଖାଇବା ଉଚିତ ନୁହେଁ।
– ଏହି ସମୟରେ ଚିଜ କିମ୍ବା ଚିଜ ବ୍ୟବହାର ହୋଇଥିବା ଖାଦ୍ୟ ଖାଇବା ଉଚିତ ନୁହେଁ। ଏହା ଯନ୍ତ୍ରଣାକୁ ବୃଦ୍ଧି କରିଥାଏ।
– ଏହି ମାଇଗ୍ରେନ ସମୟରେ ଆମିଷ ଖାଦ୍ୟରୁ ମଧ୍ୟ ଦୂରେଇ ରହିବା ଆବଶ୍ୟକ। ଖୁବ କମ ପରିମାଣରେ ସପ୍ତାହକୁ ଥରେ ଖାଇପାରିବେ।
– ପ୍ୟାକେଟ୍‍ ଜାତୀୟ ଖାଦ୍ୟ ମଧ୍ୟ ଖାଇବା ଉଚିତ ନୁହେଁ। ଯେପରି ବିଭିନ୍ନ ପ୍ରକାର ଚିପ୍ସ।
– ଖଟା ଜାତୀୟ ଖାଦ୍ୟ ଯେପରି, ଦହି, କମଳା, ଲେମ୍ବୁ ଆଦି ଖାଇବା ଉଚିତ ନୁହେଁ।
ଚକୋଲେଟ –
ଯେଉଁମାନଙ୍କର ମାଇଗ୍ରେନ ଜନିତ ସମସ୍ୟା ରହିଛି, ସୋମାନେ ଚକୋଲେଟ ଖାଇବା ଉଚିତ ନୁହେଁ। କାରଣ ଚକୋଲେଟରେ ଥିବା ବୀଟା-ଫେନିଲେଥାଇଲାମୀନ ଭଳି ଏପରି କିଛି ତତ୍ତ୍ୱ ରହିଛି , ଯାହାକୁ ଖାଇବା ଦ୍ୱାରା ମାଇଗ୍ରେନ ରୋଗୀଙ୍କର ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି ହୋଇଥାଏ। ଫଳରେ ଯନ୍ତ୍ରଣା ବଢିଥାଏ।
ଅଧିକ ଲୁଣଯୁକ୍ତ ଖାଦ୍ୟପଦାର୍ଥ –
ଅଧିକ ଲୁଣଯୁକ୍ତ ଖାଦ୍ୟ ଓ ତେଲରେ ଛଣା ହୋଇଥାଏ ଖାଦ୍ୟପଦାର୍ଥ ଖାଇବା ଉଚିତ ନୁହେଁ। ଏହାକୁ ଖାଇବା ଦ୍ୱାରା ମୁଣ୍ଡ ବିନ୍ଧା ଓ ମାଇଗ୍ରେନର ଯନ୍ତ୍ରଣା ଅଧିକ ବଢିଥାଏ। ଅଧିକ ମାତ୍ରାରେ ସୋଡ଼ିୟମର ସେବନ ରକ୍ତଚାପକୁ ବଢାଇଦେଇଥାଏ। ଫଳରେ ମାଇଗ୍ରେନର ଜନିତ ଯନ୍ତ୍ରଣା ମଧ୍ୟ ବୃଦ୍ଧି ପାଇଥାଏ।
କଫି –
ମାଇଗ୍ରେନ ରୋଗୀମାନେ କଫିର ସେବନ କରିବା ମଧ୍ୟ ଉଚିତ ନୁହେଁ। କାରଣ ଏହାର ସେବନ ମଧ୍ୟ ଯନ୍ତ୍ରଣାକୁ ବଢାଇଥାଏ। ସପ୍ତାହକୁ ଥରେ ଏହାର ସେବନ କରିପାରିବେ।
ନିଶାଯୁକ୍ତ ଦ୍ରବ୍ୟ –
ମାଇଗ୍ରେନ ଜନିତ ସସମ୍ୟା ଥିବା ବ୍ୟକ୍ତିମାନେ ନିଶାଦ୍ରବ୍ୟ ଠାରୁ ନିଜକୁ ଦୂରେଇ ରହିବା ଉଚିତ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories