www.samajalive.in
Saturday, December 6, 2025
16.1 C
Bhubaneswar

ଜିଲ୍ଲା ସ୍ତରୀୟ ରେଡ଼କ୍ରସ ସାଧାରଣ ବୈଠକ

ନବରଙ୍ଗପୁର : ନବରଙ୍ଗପୁର ମିଶନ ଶକ୍ତି ସଭାଗୃହରେ ଜିଲ୍ଲା ସ୍ତରୀୟ ରେଡ଼କ୍ରସ ସାଧାରଣ ବୈଠକ ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଭାରତୀୟ ରେଡ଼କ୍ରସ ସୋସାଇଟି, ଜିଲ୍ଲା ଶାଖା ନବରଙ୍ଗପୁର ଡ଼ଃ ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଉପସ୍ଥିତ ଥିବା ସମସ୍ତ ସଭ୍ୟଙ୍କୁ ନୂତନ ବର୍ଷ ର ଅଭିନନ୍ଦନ ଜଣାଇବା ସହିତ ରେଡ଼କ୍ରସ ର ମୌଳିକ ନୀତି ଆଦର୍ଶ ଉପରେ ଆଲୋକପାତ କରିଥିଲେ । ମାନବିକତା, ମାନବ ସେବାହିଁ ମାଧବ ସେବା । ସେବା ହିଁ ରେଡ଼କ୍ରସର ଆଦ୍ୟ ଓ ଆଦର୍ଶ ସମାଜରେ ଦୁଃଖୀ ଓ ଦରିଦ୍ରଙ୍କ ର ସେବା ପାଇଁ ରେଡ଼କ୍ରସ ସର୍ବଦା ହାତ ବଢ଼ାଇ ଥାଏ । ଏହା ଶାନ୍ତି, ମୈତ୍ରୀ ଓ ପ୍ରୀତିରେ ବିଶ୍ୱାସ କରିବା ସହ ସମାଜରେ ମାନବିକତା ପ୍ରତିଷ୍ଠା ପାଇଁ ପାରିପାର୍ଶ୍ବିକ ବୁଝାବଣା, ସହଯୋଗ ଓ ବନ୍ଧୁପ୍ତ ବୃଦ୍ଧିକରିଥାଏ ବୋଲି କହିବା ସହ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବା ମହାପୂଣ୍ୟ ବୋଲି କହିଥିଲେ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ, ଉପସଭାପତି, ନିବେଦିତା ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ନିମାଇ ସୁତାର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଡ଼ଃ ଚୌଧୁରୀ ଶୋଭା ରାଣୀ ମିଶ୍ର, ଉପ ଜିଲ୍ଲାପାଳ, ଭାସ୍କର ରୋଇତ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ, ମୌସୁମୀ ନାୟକ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଶିଶିର କୁମାର ପାଣି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ହଳଧର ନିହାଲ,ବରିଷ୍ଠ ଆଇନଜୀବୀ ସମରେଶ ଗନ୍ତାୟତ, ଅଧ୍ୟାପିକା ଚନ୍ଦନା ପଣ୍ଡା, ନିର୍ବାହୀ ଯନ୍ତ୍ରୀ, ପୋଡ଼ାଗଡ, ଡେମ, ଉପର ଇନ୍ଦ୍ରାବତୀ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ  ତପନ କୁମାର ସାହୁ,ସହାରା ର ନିର୍ଦେଶକ, ମନୋଜ କୁମାର ଧଳ, ଜିଲ୍ଲାର ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଶିଶୁ ବିକାଶ ଅଧିକାରୀ ବ୍ୟତୀତ ବିଭିନ୍ନ ବିଭାଗୀୟ ଅଧିକାରୀ ବୈଠକରେ ଯୋଗ ଦେଇଥିଲେ। ଦ୍ବିତୀୟତଃ ଗୃହରେ  ୨୦୧୯-୨୦ ମସିହାର ଆୟ ଓ ବ୍ୟୟର ହିସାବ ଉପସ୍ଥାପନନା କରାଯାଇଥିଲା, ତାହା ସର୍ବସନ୍ନମତିଙ୍କ ସହମତିରେ ଗୃହରେ ପାରିତ ହୋଇଥିଲା। ତହସିଲଦାର ଡାବୁଗାଁ,କୋଡ଼ିଙ୍ଗା, ଜିଲ୍ଲା ପଞ୍ଚାୟତ ଅଧିକାରୀ ଏବଂ ଜିଲ୍ଲା ଅବକାରୀ ବିଭାଗ ଅଧିକାରୀମାନେ ଆଶାନୁରୂପ ପାଣ୍ଠି ଆଦାୟ କରି ଥିବାରୁ ଜିଲ୍ଲାପାଳ ଖୁସି ବ୍ୟକ୍ତ କରିଥିଲେ । ଯେଉଁ ଅଧିକାରୀ ମାନେ ନିର୍ଦ୍ଧାରିତ ଆଶାନୁରୂପକ   ରେଡ଼କ୍ରୋସ ପାଣ୍ଠି ଜମା କରିନାହାନ୍ତି ଅତିଶୀଘ୍ର ଜିଲା ଜରୁରୀ କାଳୀନ ବିଭାଗରେ ପାଣ୍ଠି ପୈଠ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଆୟ ଅନୁସାରେ ବ୍ୟୟର ପରିମାଣ ଅଧିକ ଥିବାରୁ ଜିଲ୍ଲାପାଳ ଗୃହରେ କ୍ଷୋଭ ପ୍ରକାଶ କରି ରେଡ଼କ୍ରୋସ ପାଣ୍ଠିର ଆୟ ବୃଦ୍ଧି କରିବା ସମ୍ପର୍କରେ ଗୁରୁତ୍ୱ ଦେଇଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories