www.samajalive.in
Monday, December 8, 2025
13.1 C
Bhubaneswar

ଲକ୍‌ଡାଉନରେ ବାପାଙ୍କୁ ସାଇକେଲରେ ବସାଇ ୧୨୦୦ କି.ମି. ଯାତ୍ରା କରିଥିଲେ ଜ୍ୟୋତି, ଏବେ ହେଲେ ନିଶାମୁକ୍ତି ଅଭିଯାନର ବ୍ରାଣ୍ଡ ଆମ୍ବାସାଡର

କରୋନା ସମୟରେ ଲକଡାଉନ ଜାରି ହୋଇଥିବାବେଳେ ବିହାରର ୧୫ ବର୍ଷୀୟା ଝିଅ ଜ୍ୟୋତି କୁମାରୀଙ୍କୁ ନେଇ କେବଳ ଦେଶ ନୁହେଁ, ବିଦେଶରେ ବି ଚର୍ଚ୍ଚା ଜୋର ଦରିଥିଲା। ଜ୍ୟୋତି ନିଜ ରୋଗାକ୍ରାନ୍ତ ବାପାଙ୍କୁ ସାଇକେଲରେ ବସାଇ ହରିୟାଣାର ଗୁରୁଗ୍ରାମରୁ ବିହାରର ଦରଭଙ୍ଗା ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ଜ୍ୟୋତିଙ୍କ ଏହି ଦୀର୍ଘ ଯାତ୍ରା ତାଙ୍କୁ ବିଶ୍ବସ୍ତରରେ ଚର୍ଚ୍ଚିତ କରିଥିଲା। ସେବେଠାରୁ ‘ସାଇକେଲ ଗର୍ଲ’ ଭାବେ ପରିଚିତ ଜ୍ୟୋତିଙ୍କୁ ଏବେ ବିହାର ସରକାର ସ୍ବତନ୍ତ୍ର ସମ୍ମାନ ଦେଇଛନ୍ତି। ରାଜ୍ୟ ସରକାରଙ୍କ ସମାଜ କଲ୍ୟାଣ ବିଭାଗ ତାଙ୍କୁ ନିଶା ମୁକ୍ତି ଅଭିଯାନର ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ କରିଛି।

Image Courtesy: Social Media

ସମାଜ କଲ୍ୟାଣ ବିଭାଗର ସାମାଜିକ ସୁରକ୍ଷା ନିର୍ଦେଶକ ଦୟାନିଧାନ ପାଣ୍ଡେ ଜ୍ୟୋତିଙ୍କୁ ଢେର ପ୍ରଶଂସା କରିଛନ୍ତି। ଜ୍ୟୋତିଙ୍କ ଦୃଢ଼ ଇଚ୍ଛାଶକ୍ତି ଏବଂ ସାହସର ପ୍ରଶଂସା କରିବା ସହିତ ସେ ନିଜେ ଦରଭଙ୍ଗା ଯାଇ ଜ୍ୟୋତିଙ୍କୁ ନିଶାମୁକ୍ତି ଅଭିଯାନର ବ୍ରାଣ୍ଡ ଆମ୍ବାସାଡର ଭାବେ ଘୋଷଣା କରିଛନ୍ତି। ଜ୍ୟୋତିଙ୍କୁ ସରକାରଙ୍କ ତରଫରୁ ପାଣ୍ଡେ ୫୦ ହଜାର ଟଙ୍କାର ଚେକ୍‌ ଏବଂ ସ୍ମାର୍ଟଫୋନ ପ୍ରଦାନ କରିଥିଲେ। ଜ୍ୟୋତିଙ୍କ ସହିତ ତାଙ୍କ ବାପାଙ୍କୁ ବି ସମ୍ମାନିତ କରାଯାଇଥିଲା।

- Advertisement -

ପାଣ୍ଡେ କହିଛନ୍ତି, ବିହାରର ଯୁବପିଢ଼ିଙ୍କ ପାଇଁ ଜ୍ୟୋତି ପ୍ରେରଣାର ଉତ୍ସ। ଲକଡାଉନ ସମୟରେ ପରିସ୍ଥିତି ଅତ୍ୟନ୍ତ ପ୍ରତିକୂଳ ଥିଲା। ସେ ସମୟରେ ଜ୍ୟୋତି ଯେଉଁଭଳି ସାହସ ପ୍ରଦର୍ଶନ କରିଥିଲେ, ସେଥିରୁ ଯୁବପିଢ଼ି ଶିକ୍ଷା ଗ୍ରହଣ କରିବା ଦରକାର। ଜ୍ୟୋତିଙ୍କ ସାହସର ଚର୍ଚ୍ଚା ପୂରା ଦେଶ ସହିତ ସାରା ଦୁନିଆରେ ହୋଇଥିଲା। ଏହି କାରଣରୁ ସରକାର ରିଲ୍‌ ହିରୋଙ୍କ ବଦଳରେ ରିୟଲ ହିରୋଙ୍କୁ ବ୍ରାଣ୍ଡ ଆମ୍ବାସାଡର କରିବାକୁ ନିଷ୍ପତ୍ତି ନେଇଥିଲେ। କୌଣସି ପ୍ରକାର ପ୍ରତିକୂଳ ପରିସ୍ଥିତିରେ ନିଶା ସେବନ କରିବା ଠିକ୍‌ ନୁହେଁ, ଏହା ମଣିଷ ସମେତ ତା’ର ପରିବାରକୁ ବରବାଦ୍‌ କରିଦେଇଥାଏ।

ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ବି ସେତେବେଳେ ଜ୍ୟୋତିଙ୍କ ବାହାଦୁରିକୁ ପ୍ରଶଂସା କରିଥିଲେ। ରବିଶଙ୍କର କହିଥିଲେ ଯେ, ସେ ଜ୍ୟୋତିଙ୍କ ବାହାଦୁରିରେ ପ୍ରଭାବିତ ହୋଇଛନ୍ତି। ଜ୍ୟୋତି ଯଦି ସାଇକେଲିଂ କରିବାକୁ ଚାହୁଁଛନ୍ତି, ତେବେ ତାଙ୍କୁ ପ୍ରଶିକ୍ଷଣ ଦେବା ଲାଗି ସେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କୁ ଅନୁରୋଧ କରିଥିଲେ। ଏହା ପରେ କ୍ରୀଡ଼ାମନ୍ତ୍ରୀ ଜ୍ୟୋତିଙ୍କ ସାଇକେଲିଂର ପରୀକ୍ଷା ବ୍ୟବସ୍ଥା କରାଇବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଲକଡାଉନ ସମୟରେ ଜ୍ୟୋତିଙ୍କ ଏହି ସାହସିକତାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ମଧ୍ୟ ପ୍ରଶଂସା କରିଥିଲେ। ସେ ଟ୍ବିଟ୍‌ କରି ଲେଖିଥିଲେ, ୧୫ ବର୍ଷୀୟା ଜ୍ୟୋତି କୁମାରୀ ସାଇକେଲରେ ନିଜ ବାପାଙ୍କୁ ବସାଇ ୭ ଦିନରେ ୧୨୦୦ କିଲୋମିଟର ଦୂର ଯାତ୍ରା କରି ଘରେ ପହଞ୍ଚିଲେ। ସାହସ ଏବଂ ପ୍ରେମର ଏହି ସୁନ୍ଦର ଯୋଡ଼ି ଭାରତୀୟ ଲୋକ ଏବଂ ସାଇକେଲ ମହାସଂଘର ଧ୍ୟାନ ଆକର୍ଷଣ କରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories