www.samajalive.in
Friday, December 12, 2025
17.1 C
Bhubaneswar

ବଞ୍ଚିଛି ମାନବିକତା : ରାସ୍ତାରେ ପାଇଥିବା ମନିପର୍ସ ଫେରାଇଲେ 

ରେଙ୍ଗାଲି : ସାଂପ୍ରତିକ ସମାଜରେ ମାନବିକତା ହଜିହଜି ଯାଉଥିବାବେଳେ କିଛି ବ୍ୟକ୍ତିଙ୍କ ପାଖରେ ମାବିକତା ଏବେ ବି ବଞ୍ଚିଛି। ଆଜି ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ରେଙ୍ଗାଲିରେ। ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ବ ରେଙ୍ଗାଲି ପୁରୁଣାବସ୍ତିର ସୁନିଲ କୁମାର ପୃଷ୍ଟି ଗତକାଲି ସନ୍ଧ୍ୟାରେ ରାସ୍ତା ଉପରେ ପଡିଥିବା ଏକ ମନିପର୍ସ ପାଇଥିଲେ। ମନିପର୍ସ ପାଇବା ପରେ ଉକ୍ତ ମନିପର୍ସକୁ ରେଙ୍ଗାଲି ଥାନାର ଜିମା ଦେଇ ଏହାର ଅନୁସନ୍ଧାନ କରି ମନିପର୍ସ ଯାହାର ତାକୁ ଫେରାଇ ଦେବାକୁ ଥାନା ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ମନିପର୍ସ ଭିତରେ ଏଟିଏମ୍ କାର୍ଡ, ପାନ୍ କାର୍ଡ, ଅଧାର କାର୍ଡ ୯୮୭ ଟଙ୍କା ଥିଲା। ମନିପର୍ସ ଭିତରେ ୬/୭ଟି  ଫୋନ୍ ନମ୍ବର ଲେଖାଥିବା ଏକ କାଗଜ ମିଳିଥିଲା। ପୁଳିସ ଉକ୍ତ କାଗଜରେ ଲେଖା ଥିବା ଏକ ଫୋନ୍ ନମ୍ବରରେ କଲ୍ କରିବା ପରେ ଶ୍ୟାମ୍ ମେଟାଲିକ୍‌ସ ରେ କାମ କରୁଥିବା ସୋନୁ କୁମାର ଦିକ୍ଷିତ ନାମକ ଜନୈକ ଯୁବକ ଫୋନ୍ ରିସିଭ୍ କରିଥିଲେ। ମନିପର୍ସ ବାବଦରେ ପୁଲିସ ପଚାରିବାରେ ମନିପର୍ସ ହଜିଯାଇଛି ବୋଲି ସୋନୁ କହିଥିଲେ। ଏହାପରେ ସୋନୁ ଦୀକ୍ଷିତକୁ ଥାନାକୁ ଡକାଇ ମନିପର୍ସରେ କେତେ ଟଙ୍କା ଏବଂ କିକି କାଗଜାତ ଥିଲା ପଚରା ଉଚୁରା କଲା ପରେ ସଠିକ୍ ଉତ୍ତର ଦେବା ଫଳରେ ପୁଲିସ ଉପସ୍ଥିତିରେ ସୁଲିଲ ପୃଷ୍ଟି ସୋନୁ ଦିକ୍ଷୀତଙ୍କୁ ତାଙ୍କ ମନିପର୍ସ ଫେରାଇ ଦେଇଥିଲେ। ସୁନିଲ୍ ପୃଷ୍ଟି ଏଭଳି ମହତ୍ କାମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories