www.samajalive.in
Saturday, December 6, 2025
19.1 C
Bhubaneswar

ଭାରତ ବାୟୋଟେକର ଘୋଷଣା : କୋଭାକ୍ସିନରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଲେ କମ୍ପାନୀ ଦେବ କ୍ଷତିପୂରଣ

ହାଇଦ୍ରାବାଦ : କରୋନା ଭୂତାଣୁ ବିରୁଦ୍ଧରେ ସ୍ୱଦେଶୀ ଟିକା କୋଭାକ୍ସିନ ବିକଶିତ କରିଥିବା ଭାରତ ବାୟୋଟେକ୍ କହିଛି ଯେ, ଯଦି କେହି ଟିକା ନେବା ପରେ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାର ସମ୍ମୁଖୀନ ହୁଅନ୍ତି, ତେବେ କମ୍ପାନୀ ଏହାର କ୍ଷତିପୂରଣ ଦେବ । ଭାରତ ବାୟୋଟେକ୍ (ବିବିଏଲ୍), ଭାରତ ସରକାରଙ୍କଠାରୁ କୋଭାକ୍ସିନର ୫୫ ଲକ୍ଷ ଡୋଜ୍ ଯୋଗାଇ ଦେବା ପାଇଁ ବରାଦ ପାଇଛି।

ଟିକା ଗ୍ରହଣକାରୀଙ୍କ ଦ୍ବାରା ସ୍ୱାକ୍ଷରିତ ବୁଝାମଣାପତ୍ର ଅନୁଯାୟୀ, ‘ଯଦି କୌଣସି ପ୍ରତିକ୍ରିୟା କିମ୍ବା ଗୁରୁତର ପ୍ରତିକ୍ରିୟା ଦେଖାଯାଏ ତେବେ ସରକାରଙ୍କ ତରଫରୁ ନିର୍ଦ୍ଧାରିତ ତଥା ପ୍ରାଧିକୃତ କେନ୍ଦ୍ର ତଥା ଡାକ୍ତରଖାନା ଗୁଡ଼ିକରେ ଔଷଧୀୟ ମାନ୍ୟତା ଅନୁଯାୟୀ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଯଦି ପାର୍ଶ୍ୱ ପ୍ରତିକ୍ରିୟା ଟିକା ସହିତ ଜଡିତ, ତେବେ କମ୍ପାନୀ ଏଥିପାଇଁ ଦେୟ ମଧ୍ୟ ଦେବ।

- Advertisement -

ନିଜର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣରେ ଭାରତ ବାୟୋଟେକ୍ ର କୋଭାକ୍ସିନ୍ କୋଭିଡ୍-୧୯ ବିରୁଦ୍ଧରେ ଆଣ୍ଟିଡୋଟ୍ ସୃଷ୍ଟି କରିବାର କ୍ଷମତା ପ୍ରଦର୍ଶନ କରିଛି। ତଥାପି, କୋଭାକ୍ସିନର ଔଷଧୀୟ କାର୍ଯ୍ୟକ୍ଷମତା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ତଥ୍ୟ ଆଧାରରେ ଏହାର ଫଳପ୍ରଦ କ୍ଷମତା ଉପରେ ଅଧ୍ୟୟନ କରାଯାଉଛି।

ଫର୍ମରେ ଦର୍ଶାଯାଇଛି ଯେ ଟୀକା ନେବାର ଅର୍ଥ ନୁହେଁ ଯେ ଏହା କୋଭିଡ -୧୯ରୁ ସୁରକ୍ଷା ପାଇଁ ଧାର୍ଯ୍ୟ କରାଯାଇଥିବା ଅନ୍ୟ ମାନକ ପାଳନ କରିବା ବନ୍ଦ କରିବ। ଏଥିସହ ଟିକା ଗ୍ରହଣକାରୀଙ୍କୁ ଏକ ଫ୍ୟାକ୍ଟସିଟ୍ ମଧ୍ୟ ଦିଆଯାଇଥିଲା ଏବଂ ପ୍ରତିକ୍ରିୟା ପ୍ରଭାବର ସାତ ଦିନ ମଧ୍ୟରେ ପୀଡିତଙ୍କୁ ଏକ ଫର୍ମ ଦିଆଯାଇଥିଲା।

ଭାରତର ଔଷଧ ନିୟାମକ ଦ୍ବାରା ସ୍ୱଦେଶୀ ଭାବରେ ବିକଶିତ କୋଭାକ୍ସିନ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା। ଜାତୀୟ ରାଜଧାନୀ ନୂଆଦିଲ୍ଲୀର ୮୧ଟି କେନ୍ଦ୍ରରେ ସ୍ୱାସ୍ଥ୍ୟ କର୍ମୀ ଏବଂ ଆଗଧାଡିର କର୍ମଚାରୀଙ୍କୁ ଟିକା ଯୋଗାଇବା ପାଇଁ ଏକ ଅଭିଯାନ ଆରମ୍ଭ ହୋଇଥିଲା । ଏହି ୭୫ ଟି କେନ୍ଦ୍ରରେ, ଅକ୍ସଫୋର୍ଡର କୋଭିସିଲ୍ଡ  ଏବଂ ଅବଶିଷ୍ଟ ୬ଟି କେନ୍ଦ୍ରକୁ କୋଭାକ୍ସିନର ମାତ୍ରା ଦିଆଯାଉଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories