www.samajalive.in
Sunday, December 7, 2025
26.1 C
Bhubaneswar

ଗଞ୍ଜାମରେ ଆରମ୍ଭ ହେଲା ଟିକାକରଣ: ପ୍ରଥମ ପର୍ଯ୍ୟାୟରେ ୧୧ଶହ ଜଣଙ୍କୁୁ ଟିକା ପ୍ରଦାନ

ବ୍ରହ୍ମପୁର:  ଗଞ୍ଜାମ ଜିଲାରେ ପ୍ରଥମ ପର୍ୟ୍ୟାୟ ଟିକାକରଣ କାର୍ୟ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି । ଜିଲା ୧୧ଟି କେନ୍ଦ୍ରରେ ୧୧ଶହ ଜଣଙ୍କୁୁ ଟିକା ପ୍ରଦାନ କରାଯାଇଛି । ଏଥିରେ ଅଛନ୍ତି ସ୍ବାସ୍ଥ୍ୟ କର୍ମୀ, ନର୍ସ, ଏଏନ୍‌ଏମ୍‌ କର୍ମୀ, ଅଙ୍ଗନୱାଡ଼ି କର୍ମୀ, ସଫେଇ କର୍ମଚାରୀ ଏବଂ ମେଡ଼ିକାଲ୍‌ କର୍ମଚାରୀ । ବ୍ରହ୍ମପୁର ସିଟି ହସ୍‌ପିଟାଲ୍‌ ପରିସରରେ ଜିଲା ସ୍ତରୀୟ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା । ଜିଲାର ପ୍ରଥମ ବ୍ୟକ୍ତି ଭାବେ ମଧୁମେହ ବିଶେଷଜ୍ଞ ଡା. ସୁନିଲ କୁମାର କୋଟା ଟିକା ନେଇଥିଲେ । ଏହି କାର୍ୟ୍ୟକ୍ରମରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲା ଜନସ୍ବାସ୍ଥ୍ୟ ତଥା ଜିଲା ମୁଖ୍ୟ ଚିକିତ୍ସାଧିକରୀ ଡା, ଉମା ଶଙ୍କର ମିଶ୍ର, ବ୍ରହ୍ମପୁର ମହାନଗର ନିଗମର କମିଶନର ସିଦ୍ଧେଶ୍ବର ବଳିରାମ ବୋନ୍ଦର, ଜିଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡା. ଆର୍‌.ଜଗଦିଶ ପଟ୍ଟନାୟକ, ଜାତୀୟ ସ୍ବାସ୍ଥ୍ୟ ମିଶନର ଡିପିଏମ୍‌ ଶ୍ୟାମ ସୁନ୍ଦର ତ୍ରିପାଠୀଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏହି ଅବସରରେ ଭିଡ଼ିଓ କନ୍‌ଫ୍ରେନ୍ସିଂ ଜରିଆରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ । ଡା. କୋଟା ଟିକା ଗ୍ରହଣର ଅନୁଭୁତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ । ସେହିଭଳି ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପଜି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ମଧ୍ୟ ଟିକାକରଣ ଅନୁଷ୍ଠିତ ହୋଇଥିଲା । ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି. ଆଓ ଉପସ୍ଥିତ ରହି ଟିକାକରଣର ତଦାରଖ କରିଥିଲେ । ଶିଶୁ ରୋଗ ବିଶେଷଜ୍ଞ ଡା. ସୁନିଲ କୁମାର ଅଗ୍ରୱାଲ୍‌ ପ୍ରଥମ ବ୍ୟକ୍ତି ଭାବେ ଟିକା ନେଇଥିଲେ । ଏଥି ସହ ବ୍ରହ୍ମପୁର ସହରର ଖ୍ରୀଷ୍ଟିଆନ୍‌ ହସ୍‌ପିଟାଲ୍‌ ଏବଂ ଆସିକ ରୋଡ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଟିକାକରଣ ଅନୁଷ୍ଠିତ ହୋଇଥିଲା । ଏତଦ୍‌ ବ୍ୟତିତ ଗଞ୍ଜାମ ଜିଲାର ଅନ୍ୟ ୭ଟି କେନ୍ଦ୍ର ଯଥା ଭଞ୍ଜନଗର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର, ଆସିକା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଛତ୍ରପୁର ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର, ସୁମଣ୍ଡଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ବେଲଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଟିକାକରଣ ଅନୁଷ୍ଠିତ ହୋଇଛି । ତେବେ କୌଣସି ସ୍ଥାନରୁ ପାର୍ଶ୍ବ ପ୍ରତିକ୍ରୀୟା ସୂଚନା ମିଳିନାହିଁ ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories