www.samajalive.in
Thursday, December 11, 2025
15.1 C
Bhubaneswar

ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକଙ୍କ ଧାନ ମଣ୍ଡି ପରିଦର୍ଶନ

ବୌଦ୍ଧ : ବିଜେପି ରାଜ୍ୟ କୃଷକ ମୋର୍ଚ୍ଚାର ସଂଯୋଜକ ମନୋରଂଜନ ଦାଶ ଏକ ପ୍ରତିନିଧି ମଣ୍ଡଳୀ ସହ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ବୀରନରସିଂହପୁର ମାର୍କେଟୟାଡଠାରେ ଥିବା ମଥୁରା ସେବା ସମବାୟ ସମିତିର ଧାନମଣ୍ଡିରେ ପହଞ୍ଚି ମଣ୍ଡି କର୍ମଚାରୀ ଓ ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ। ମଣ୍ଡିରେ ଉପସ୍ଥିତ ଥିବା ଚାଷୀମାନେ ଅଭିଯୋଗ ଅନୁଯାୟୀ ଯେଉଁ ହିସାବରେ ଯୋଗାଣ ବିଭାଗ ପକ୍ଷରୁ ଟୋକେନ ଦିଆଯାଉଛି ସେତିକରି ପରିମାଣରେ ଟ୍ରକ ବ୍ୟବସ୍ଥା କରାଯାଉନାହିଁ। ଗତବର୍ଷ ଟୋକେନ ଆସିଥିବାବେଳେ ଯୋଗାଣ ବିଭାଗ ମିଲର ଟାର୍ଗେଟ ଓ ମଣ୍ଡି ଟାର୍ଗେଟ ବୃଦ୍ଧିରେ ବିଳମ୍ବ କରିଥିବାରୁ ଚାଷୀମାନେ ଧାନର ଅଭାବି ବିକ୍ରିର ସମ୍ମୁଖିନ ହୋଇଥିଲେ। ସେଥିପାଇଁ ପ୍ରଥମ କିସ୍ତିରେ ଆସିଥିବା ଟାର୍ଗେଟ ସରିବା ପୂର୍ବରୁ ଆବଶ୍ୟକତା ଅନୁସାରେ ଟାର୍ଗେଟ ବୃଦ୍ଧି କରିବା ଆବଶ୍ୟକ ବୋଲି ଚାଷୀମାନେ ପ୍ରକାଶ କରିଥିଲେ। ଉକ୍ତ ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ଜିଲ୍ଳା ସଭାପତି ମାଗୁଣି ଚରଣ ଗାଇଗୌରିଆ, ଶ୍ୟାମସୁନ୍ଦର ପୁରୋହିତ୍‍, ମହିଳା ମୋର୍ଚ୍ଚା ସଭାନେତ୍ରୀ ନମିତାରାଣୀ ଦାଶ, କୃଷକ ନେତା ଆନନ୍ଦ ପ୍ରଧାନ, କୈବଲ୍ୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଚାଷୀମାନଙ୍କ ଅଭିଯୋଗ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କୃଷକ ମୋର୍ଚ୍ଚା ସଂଯୋଜକ ଶ୍ରୀ ଦାଶ ଚାଷୀମାନଙ୍କୁ ପ୍ରତିଶୃତି ଦେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories