www.samajalive.in
Thursday, December 11, 2025
15.1 C
Bhubaneswar

ପରୀ ଘଟଣାରେ ରାଜ୍ୟ ସରକାର ବିଧାନସଭାରେ ମିଛ କହି ଅକ୍ଷମଣୀୟ ଅପରାଧ କରିଛନ୍ତି: ବିଜେପି 

ଭୁବନେଶ୍ୱର: ନୟାଗଡ ଜିଲ୍ଲା ଯଦୁପୁର ଗାଁର ୫ ବର୍ଷର ଝିଅ ପରୀର ହତ୍ୟାକାଣ୍ଡର ତଦନ୍ତକୁ ନେଇ ରାଜ୍ୟସରକାର ହୀନ ରାଜନୀତି କରିଚାଲିଛନ୍ତି। ପରୀ ହତ୍ୟାକାଣ୍ଡ ଘଟଣାରେ ତଦନ୍ତ କରୁଥିବା ଏସଆଇଟି କୋର୍ଟ ମନିଟରିଂ ବୋଲି ରାଜ୍ୟସରକାର କହି ଓଡିଶାବାସୀଙ୍କୁ ବାରମ୍ବାର ଭ୍ରମିତ କରିଛନ୍ତି। କିନ୍ତୁ ପରୀ ହତ୍ୟାକାଣ୍ଡ ଘଟଣାର ତଦନ୍ତ ପାଇଁ ମାନ୍ୟବର ହାଇକୋର୍ଟଙ୍କୁ ରାଜ୍ୟ ସରକାର କୌଣସି ଚିଠି ଦେଇନଥିବା ଆରଟିଆଇ ତଥ୍ୟରୁ ମିଳିଛି। କେବଳ ଶାସକ ଦଳର ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟସରକାର ସାଢେ ୪ କୋଟି ଓଡିଆଙ୍କୁ ମିଛ କହିବା ଏବଂ ଧୋକ୍କା ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟସରକାର କାହିଁକି ଅରୁଣ ସାହୁଙ୍କୁ ସୁରକ୍ଷା ଦେଉଛନ୍ତି? ସରକାରଙ୍କ କିଛି ଗୋଲକ ଧନ୍ଦାର ଚିଠା ଅରୁଣଙ୍କ ପାଖରେ ଅଛି କି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ କହିଛନ୍ତି ଯେ   ବିଜେଡି ସରକାର ମିଛର ପାହଡ ଉପରେ ଠିଆ ହୋଇଛନ୍ତି। ପରୀ ହତ୍ୟାକାଣ୍ଡ ଓ ଅଙ୍ଗ ତସ୍କରୀରେ ତାଙ୍କ ବରିଷ୍ଠ ମନ୍ତ୍ରୀ ଅରୁଣ ସାହୁ ଓ କର୍ମୀ ବାବୁଲି ନାୟକ, କାହ୍ନୁ ବେହେରା, ଡୁଗୁ ନାୟକ, ଜୟୀ ପରିଡା ସଂପୃକ୍ତ ଥିବାରୁ ସେମାନଙ୍କୁୁ ବଂଚାଇବା ପାଇଁ ଗୋଟେ ପରେ ଗୋଟେ ମିଛ ପ୍ରହଳିକା ରଚନା କରାଯାଉଛି। ପରୀ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଏହି ଦୋଷୀମାନଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେଇଚାଲିଛନ୍ତି। ବିଧାନସଭା ଭିତରେ ଓ ବାହାରେ ଶାସକ ଦଳ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସକ ମାନେ ବାରମ୍ବାର ଏସଆଇଟି ତଦନ୍ତ କୋର୍ଟ ମନିଟରିଂ ହେଉଛି ବୋଲି ମିଥ୍ୟା କହିବା ଗଣତନ୍ତ୍ରରେ ଅକ୍ଷମଣୀୟ ଅପରାଧ ବୋଲି ଡ.ସାମନ୍ତସିଂହାର କହିଛନ୍ତି।

- Advertisement -

ଅରୁଣ ସାହୁଙ୍କୁ ବଂଚାଇବା ପାଇଁ ମୂଳରୁ ରାଜ୍ୟସରକାର ଷଡଯନ୍ତ୍ର ରଚିଥିଲେ। ବିଧାନସଭାରେ କୋର୍ଟ ମନିଟରିଂ କଥା କହି ପ୍ରଥମେ ମିଛ କହିଥିଲେ। ପରବର୍ତୀ କାଳରେ ଗଣମାଧ୍ୟମ ଆଗରେ ବାରମ୍ବାର ତାଙ୍କ ମନ୍ତ୍ରୀ, ବିଧାୟକ ଓ ମୁଖପାତ୍ରମାନେ ଏସଆଇଟି ତଦନ୍ତ କୋର୍ଟ ମନିଟରିଂ ବୋଲି ଦୋହରାଇଥିଲେ। ଓଡିଶାର ଡିଜିପି ଶ୍ରୀ ଅଭୟ ମଧ୍ୟ ଗୋଟେ ଲିଖିତ ପ୍ରେସ ବିଜ୍ଞପ୍ତିରେ ଏସଆଇଟି କୋର୍ଟ ମନିଟରିଂ ବୋଲି ଉଲ୍ଲେଖ କରିଥିଲେ। ଏଥିରୁ ସ୍ପଷ୍ଟ ଯେ ଅରୁଣ ସାହୁଙ୍କୁ ବଂଚାଇବା ଏବଂ ପରୀ ହତ୍ୟା ତଦନ୍ତକୁ ବାଟବଣା କରିବା ପାଇଁ ପୋଲିସ ବିଭାଗର ସର୍ବୋଚ୍ଚସ୍ତର ମଧ୍ୟ ଷଡଯନ୍ତ୍ର କରିଥିଲା। ଶାସକ ଦଳ ଏସଆଇଟି ଓ ଉଚ୍ଚପଦସ୍ତ ସରକାରୀ ଅଫିସରମାନେ ମାନ୍ୟବର ଉଚ୍ଚନ୍ୟାୟଳୟଙ୍କ ନାଁ ନେଇ ମଧ୍ୟ ଏହି ପ୍ରସଙ୍ଗରେ ମିଛ କହିଛନ୍ତି। କଂଗ୍ରେସର ମୁଖପାତ୍ରମାନେ ବି ବିଭିନ୍ନ ସମୟରେ ବିଜେଡି କଥାରେ ହଁ ରେ ହଁ ମିଳାଇ ଏସଆଇଟି କୋର୍ଟ ମନିଟରିଂ ବୋଲି କହିଛନ୍ତିି। କିନ୍ତୁ ଆଜି ଆରଟିଆଇ ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ, ଶାସକ ଦଳ ଓ ରାଜ୍ୟ ସରକାର ମିଳିମିଶି ରାଜ୍ୟବାସୀଙ୍କୁ ଭ୍ରମିତ କରିଛନ୍ତି ଏବଂ ସାମ୍ବିଧାନିକ ବିଧିବ୍ୟବସ୍ଥା ଯଥା ବ୍ୟବସ୍ଥାପିକା, କାର୍ଯ୍ୟପାଳିକା, ନ୍ୟାୟପାଳିକାର ମାନହାନୀ କରିଛନ୍ତି। ବିଧାନସଭାରେ ମିଥ୍ୟା କହିଥିବାରୁ ବିଜେଡି ବିଧାୟକଙ୍କ ନାଁରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣାଯାଉ ଏବଂ ଉଚ୍ଚନ୍ୟାୟଳୟ ନାଁ ନେଇ ମିଛ କହିଥିବାରୁ କୋର୍ଟର ଅବମାମନା ଆଧାରରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରିବା ସହ ପରୀ ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇକୁ ଦିଅନ୍ତୁ ବୋଲି ଡ.ଲେଖାଶ୍ରୀ ସାମନ୍ତସିଂହାର ଦାବି କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories