www.samajalive.in
Thursday, December 11, 2025
15.1 C
Bhubaneswar

ପୌର ନିର୍ବାଚନ ପାଇଁ ସଜବାଜ; ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା 

ବୌଦ୍ଧ : ପୌର ନିର୍ବାଚନ ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ସଜବାଜ ଆରମ୍ଭ ହୋଇଥିବା ବେଳେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରାଯାଇଛି। ନିର୍ବାଚନ ଅଧିକାରୀ ତଥା ଉପଜିଲାପାଳ ଅଶ୍ୱିନୀ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ରାଜନୈତିକ ଦଳଗୁଡିକର ପ୍ରତିନିଧିମାନଙ୍କୁ ନେଇ ଅନୁଷ୍ଠିତ ବୈଠକରେ ନୂତନ ଭୋଟର ତାଲିକାକୁ ପ୍ରକାଶ କରାଯାଇଛି।

ଦିଆଯାଇଥିବା ସୂଚନା ମୁତାବକ, ୮୬ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ୮୦୯୦୧ ପୁରୁଷ ଭୋଟର ଥିବା ବେଳେ ନୂତନ ଭୋଟର ତାଲିକା ଅନୁଯାୟୀ ୨୫୨୭ ଜଣ ଭୋଟର ବୃଦ୍ଧି ହୋଇ ୮୩୪୨୮ ରେ ପହଂଚିଛି। ସେହିପରି ପୂର୍ବରୁ ମହିଳା ଭୋଟରଙ୍କ ସଂଖ୍ୟା ୭୬୬୩୫ ଥିବାବେଳେ ନୂତନ ତାଲିକା ଅନୁଯାୟୀ ୨୨୮୮ ବୃଦ୍ଧି ପାଇ ୭୮୯୨୩ ରେ ପହଂଚିଛି। ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ସମୁଦାୟ ୧୫୭୫୩୬ ଭୋଟର ରହିଥିବାବେଳେ ନୂତନ ଭୋଟର ତାଲିକା ଅନୁଯାୟୀ ୪୮୧୫ ଜଣଙ୍କ ନାମ ଭୋଟର ତାଲିକାରେ ସଂଯୁକ୍ତ ହୋଇ ୧୬୨୩୫୬ ହୋଇଛି। ସେହିପରି ୮୫ କଂଟାମାଳ ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ୮୩୨୦୯ ପୁରୁଷ ଭୋଟର ଥିବାବେଳେ ନୂତନ ଭୋଟର ତାଲିକା ଅନୁଯାୟୀ ୩୭୭ ଜଣ ଭୋଟର ବୃଦ୍ଧି ହୋଇ ୮୩୫୮୬ ରେ ପହଂଚିଛି। ସେହିପରି ପୂର୍ବରୁ ମହିଳା ଭୋଟରଙ୍କ ସଂଖ୍ୟା ୭୯୮୪୨ ଥିବାବେଳେ ନୂତନ ତାଲିକା ଅନୁଯାୟୀ, ୧୦୪ ବୃଦ୍ଧିପାଇ ୭୯୯୪୬ ରେ ପହଂଚିଛି। କଂଟାମାଳ ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ସମୁଦାୟ ୧୬୩୦୫୨ ଭୋଟର ରହିଥିବାବେଳେ ନୂତନ ଭୋଟର ତାଲିକା ଅନୁଯାୟୀ ୪୮୨ ଜଣଙ୍କ ନାମ ଭୋଟର ତାଲିକାରେ ସଂଯୁକ୍ତ ହୋଇ ୧୬୩୫୩୪ ହୋଇଛି। ନୂତନ ଭୋଟର ତାଲିକା ଅନୁଯାୟୀ ଜଣେ ତୃତୀୟ ଲିଙ୍ଗ ଓ ଜଣେ ସର୍ଭିସ ଭୋଟର ବୃଦ୍ଧି ପାଇବା ସହ ସମୁଦାୟ ୫୨୯୭ ଜଣ ଭୋଟର ବୃଦ୍ଧି ହୋଇ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟରଙ୍କ ସଂଖ୍ୟା ୩୨୫୮୯୦ ରେ ପହଂଚିଛି। ବୈଠକରେ ବିଜେଡିର ପ୍ରତିନିଧି ଭାବରେ ଶିତାଂଶୁ ମହାକୁଡ ବିଜେପି ପ୍ରତିନିଧି ଚିତ୍ତରଂଜନ ପାଣିଗ୍ରାହୀ, ସତ୍ୟାନନ୍ଦ ପାଣ୍ଡେ, ବ୍ୟୋମକେଶ ମହାପାତ୍ର ଓ ଆମଆଦମି ପାର୍ଟି ପକ୍ଷରୁ ସମରେଶ ମିଶ୍ର ପ୍ରତିନିଧିତ୍ୱ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ସୁଶ୍ରୀ ସ୍ମିତାରାଣୀ ରଥ, ସେକସନ ଅଧିକାରୀ ନିରଂଜନ ପାଢିି, ବରିଷ୍ଠ ରାଜସ୍ୱ ସହାୟକ ସରୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories