ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀସ୍ଥିତ କେରଳ ଭବନରେ ଜଣେ ସଶସ୍ତ୍ର ବ୍ୟକ୍ତି ଅନୁପ୍ରବେଶ କରିବାବେଳେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଧରାପଡିଛନ୍ତି। ଫାରୁକ୍ ଅବ୍ଦୁଲ୍ଲାଙ୍କ ଭଟିଣ୍ଡିସ୍ଥିତ ବାସଭବନରେ ଜଣେ ଅନୁପ୍ରବେଶକାରୀ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇବା ଘଟଣାକୁ ନେଇ ଦେଶତମାମ୍ ଚର୍ଚ୍ଚା ଚାଲିଥିବାବେଳେ କେରଳ ହାଉସ୍ରେ ଏହି ଅନୁପ୍ରବେଶ ଉଦ୍ୟମ ହୋଇଥିଲା। ଏହି ସମୟରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ସେଠାରେ ଉପସ୍ଥିତ ଥିଲେ। ସମ୍ପୃକ୍ତ ବ୍ୟକ୍ତି ଏକ ଛୁରୀ ଧରି କେରଳ ହାଉସ୍ର ମୁଖ୍ୟ ଅଟ୍ଟାଳିକାରେ ପ୍ରବେଶ ଉଦ୍ୟମ କରିଥିଲେ। ମାତ୍ର ଉପସ୍ଥିତ ସୁରକ୍ଷାକର୍ମୀ ତୁରନ୍ତ ତାଙ୍କୁ କାବୁ କରିନେଇଥିଲେ। ତୁରନ୍ତ ତାଙ୍କ ହାତରୁ ଛୁରୀଟି ଛଡାଇ ନିଆଯାଇଥିଲା। ବ୍ୟକ୍ତିଜଣକ ମାନସିକ ରୋଗୀ ବୋଲି ଜଣାପଡିଛି। ସୁରକ୍ଷାକର୍ମୀ ତାଙ୍କୁ ତୁରନ୍ତ ‘ମାନବ ଆଚରଣ ଏବଂ ତତ୍ ସମ୍ବନ୍ଧୀୟ ବିଜ୍ଞାନ ପ୍ରତିଷ୍ଠାନ’କୁ ପଠାଇ ଦେଇଛନ୍ତି।
Popular Categories



