www.samajalive.in
Sunday, December 14, 2025
26.1 C
Bhubaneswar

ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଲା କରୋନା ଟୀକା ‘କୋଭିସିଲ୍ଡ‘

ମୋହନା: ଦୀର୍ଘଦିନର ଅପେକ୍ଷା ପରେ ରାଜ୍ୟର ପ୍ରତ୍ୟକ ଜିଲ୍ଲାରେ ପହଞ୍ଚିଛି କରୋନା ଟୀକା । ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାର ମୋହନା, ପାରଳାଖେମୁଣ୍ଡି, ରାୟଗଡ଼, ଗୁରାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ଟୀକାକରଣର ବ୍ୟବସ୍ଥା ଜିଲ୍ଲା ପ୍ରସାଶନ ପକ୍ଷରୁ କରାଯାଇଛି । ଶୁକ୍ରବାର ପୁର୍ବାହ୍ନ ୧୧ଟା ସମୟରେ କଡା ସୁରକ୍ଷା ମଧ୍ୟରେ ଜାତୀୟ ଟୀକା ଯାନରେ ପହଞ୍ଚିଥିଲା ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ । ଟୀକା ସୁରକ୍ଷିତ ରଖାଯାଇଥିବା ବକ୍ସକୁ ଓହ୍ଲାଯାଇ ଧୂପ, ଦୀପ, ହୁଳହୁଳି, ଶଙ୍ଖ, ଘଣ୍ଟି ବଜାଇ ବନ୍ଦାପନା କରି ଟୀକା ସୁରକ୍ଷିତ ରଖାଯିବା ଗୃହକୁ ବିଡ଼ିଓ ବଂଶୀଧର ଖୋସଲା, ସ୍ଵାସ୍ଥ୍ୟକେନ୍ଦ୍ର ଅଧିକାରିଣୀ ଡ଼.ନମିତାପଣ୍ଡା, ଡ଼. ଅମୃତରାଜ ଜେନା, ଡ଼. ଜୟ ପଣ୍ଡା, ଜିଲ୍ଲା ଆଶା ପ୍ରବନ୍ଧକ ନାରାୟଣ ମଲ୍ଲିକ, ଫାର୍ମାଶିଷ୍ଟ କୃଷ୍ଣଚନ୍ଦ୍ର ପଟ୍ଟନାୟକ, ଷ୍ଟାପ ନର୍ସ ଉର୍ମିଳା ପ୍ରଧାନ, ଏଲଏଚଭି ପ୍ରତିଭା କୁମାରୀ ପରିଡ଼ା, ବିପିଏମ ବିଭୂପ୍ରସାଦ କର, ବସନ୍ତ ନାୟକ ଆଦି କର୍ମଚାରୀମାନେ ନେଇଥିଲେ। ଟୀକାକରଣ ପାଇଁ ପଞ୍ଜିକୃତ ହୋଇଥିବା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ଆଶା, ଅଙ୍ଗନାବାଡ଼ି କର୍ମୀ ଆଦି ଆଗଧାଡିର କରୋନା ଯୋଦ୍ଧାଙ୍କୁ ଏହି ଟୀକା ଶନିବାର ଦିନ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୫ଟା ମଧ୍ୟରେ କୋଭିସିଲ୍ଡ ଟୀକା ୧୨ଟି ଭାଏଲ ୧୨୦ ଡୋଜ୍‌ ୧୦୦ ଜଣ କରୋନା ଯୋଦ୍ଧାଙ୍କୁ ଯେଉଁମାନଙ୍କର ବୟସ ୫୦ ବର୍ଷରୁ କମ୍ ହୋଇଥିବ ସେମାନଙ୍କୁ ଏହି ଟୀକା ଦିଆଯିବ ବୋଲି ଡାକ୍ତର ଶ୍ରୀମତୀ ପଣ୍ଡା ସୂଚନା ଦେଇଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories