www.samajalive.in
Thursday, December 11, 2025
15.1 C
Bhubaneswar

ଟିପିସିଓଡିଏଲ୍‍ ଦ୍ୱାରା ପୁରୀରେ ଖୋଲିଲା ମହିଳାଙ୍କ ଦ୍ୱାରା ପରିଚାଳିତ ଦ୍ୱିତୀୟ ଗ୍ରାହକ ସେବା କେନ୍ଦ୍ର

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟାଟା ପାୱାର ସେଂଟ୍ରାଲ୍‍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‍ (ଟିପିସିଓଡିଏଲ୍‍) ଦ୍ୱାରା ଜଗନ୍ନାଥ ଧାମ ପୁରୀରେ କେବଳ ମହିଳାଙ୍କ ଦ୍ୱାରା ପରିଚାଳିତ ଦ୍ୱିତୀୟ ଗ୍ରାହକ ସେବା କେନ୍ଦ୍ର (କଷ୍ଟମର କେୟାର୍‍ ସେଂଟର) ଉଦ୍‍ଘାଟିତ ହୋଇଯାଇଛି। ଏହି କେନ୍ଦ୍ରକୁ ପୁରୀର ଉପ ଜିଲ୍ଲାପାଳ ଶ୍ରୀମତୀ ଇତିଶ୍ରୀ ନାୟକ ଉଦ୍‍ଘାଟନ କରିଛନ୍ତି। ଉଦ୍‍ଘାଟନ ଉତ୍ସବରେ ଟିପିସିଓଡିଏଲ୍‍ର ବରିଷ୍ଠ ପରିଚାଳନା ଅଧିକାରୀ ଓ ମହିଳା କର୍ମଚାରୀମାନେ ଉପସ୍ଥିତ ଥିଲେ।

- Advertisement -

ମହିଳାମାନେ କିପରି ଅର୍ଥନୈତିକ ସ୍ୱାଧୀନତା ପାଇବେ ସେଦିଗରେ ଟିପିସିଓଡିଏଲ୍‍ କାର୍ଯ୍ୟ କରୁଛି। ସେଥିପାଇଁ କମ୍ପାନୀ ଅଭିବୃଦ୍ଧି ଓ ବିକାଶର ନୂତନ ଉପାୟ ଅବଲମ୍ବନ କରୁଛି। ଏହି ପ୍ରତିଶ୍ରୁତି ପାଳନ ପାଇଁ କଂପାନି ପକ୍ଷରୁ ପୁରୀରେ କେବଳ ମହିଳାଙ୍କ ଦ୍ୱାରା ପରିଚାଳିତ ଦ୍ୱିତୀୟ ଗ୍ରାହକ ସେବା କେନ୍ଦ୍ର ଉଦ୍‍ଘାଟନ କରାଯାଇଛି। ଏହି କେନ୍ଦ୍ରକୁ କେବଳ ମହିଳା କର୍ମଚାରୀମାନେ ପରିଚାଳନା କରିବେ। ଏଥିପାଇଁ ସେମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ନୂତନ ବିଦ୍ୟୁତ ସଂଯୋଗ ପାଇଁ ଆବେଦନ, ବିଲ୍‍ ପେମେଣ୍ଟ୍‍, ଉପଭୋକ୍ତାଙ୍କ ଅଭିଯୋଗ ଶୁଣି ଏହାର ସମାଧାନ ନିମନ୍ତେ ଏହି କର୍ମଚାରୀମାନେ ପ୍ରଶିକ୍ଷଣପ୍ରାପ୍ତ। ଉତ୍କୃଷ୍ଟ ଶ୍ରେଣୀର ଗ୍ରାହକ ସେବାରେ ମହିଳାମାନେ ଶକ୍ତିଶାଳୀ ଭୂମିକା ଗ୍ରହଣ କରିବେ।

ଉନ୍ନତ ଗ୍ରାହକ ଅଭିଜ୍ଞତା ପ୍ରଦାନ ପାଇଁ ଏହି ଗ୍ରାହକ ସେବା କେନ୍ଦ୍ର ସମ୍ପୂର୍ଣ୍ଣ ପ୍ରଶିକ୍ଷଣପ୍ରାପ୍ତ।  କ୍ୟୁ ମ୍ୟାନେଜମେଣ୍ଟ୍‍ ସିଷ୍ଟମ: କେନ୍ଦ୍ରକୁ ଗ୍ରାହକଙ୍କ ଆଗମନକୁ ଦକ୍ଷତାର ସହ ପରିଚାଳନା କରିବା। ସେଲ୍‌ଫଫ ହେଲ୍ପ କିଓସ୍କରେ ନୂତନ ସଂଯୋଗ ସଂକ୍ରାନ୍ତୀୟ ସୂଚନା, ଡୁପ୍ଲିକେଟ୍‍ ବିଲ, ଗ୍ରାହକ ବିବରଣୀ ସମ୍ପର୍କୀୟ ତଥ୍ୟ ଏହି ଇ-କିଓସ୍କରୁ ମିଳିପାରିବ।

ଫିଡ୍‍ବ୍ୟାକ୍‍ ଟ୍ୟାବ୍‍: କେନ୍ଦ୍ରରେ ଗ୍ରାହକମାନଙ୍କୁ କିପରି ସେବା ଉପଲବ୍ଧ ହେଲା ତାହାର ମତାମତ ଏହି ଟ୍ୟାବ୍‍ରେ ଉଲ୍ଲେଖ କରାଯିବ।
ଟେଲିଭିଜନ: ଅନ୍‍ଲାଇନ୍‍ ପେମେଣ୍ଟ୍‍ ଓ ସୁରକ୍ଷା ସମ୍ପର୍କରେଗ୍ରାହକଙ୍କୁ ଜଣାଇବା ପାଇଁ ଟେଲିଭିଜନ ଲାଗିଛି।

ଏହି ଅବସରରେ ଟାଟା ପାୱାର ସେଂଟ୍ରାଲ୍‍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‍ (ଟିପିସିଓଡିଏଲ୍‍)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଏମ୍‍. ସେନବାଗମ୍‍ କହିଛନ୍ତି ଯେ, “ମହିଳା ସଶକ୍ତିକରଣ ଦିଗରେ ଆମେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛୁ। ମହିଳା ସଶକ୍ତିକରଣ ଉପରେ ଆମ କଂପାନିର ବିଶ୍ୱାସକୁ ପୁରୀରେ ଉଦ୍‍ଘାଟିତ କେବଳ ମହିଳାଙ୍କ ଦ୍ୱାରା ପରିଚାଳିତ ଦ୍ୱିତୀୟ ଗ୍ରାହକ ସେବା କେନ୍ଦ୍ର ଆହୁରି ଶକ୍ତିଶାଳୀ କରିବ। ଲିଙ୍ଗ ବିବିଧତାକୁ ମଜବୁତ କରିବା ନିମନ୍ତେ ଏହା ଏକ ଉଦ୍ୟମ ଓ ଅଭିନବ ସେବା ଏବଂ ସମାଧାନ ପ୍ରଦାନ କରି ଗ୍ରାହକଙ୍କ ମଧ୍ୟରେ ଆନନ୍ଦ ସୃଷ୍ଟି କରିବ। ଆମର ଗ୍ରାହକ ସେବା କେନ୍ଦ୍ରଗୁଡିକ ଗୋଟିଏ ଛାତ ତଳେ ଗ୍ରାହକମାନଙ୍କୁ ସୁବିଧାରେ ସମସ୍ତ ସେବା ଯୋଗାଇଦେବା ସହ ସିଧାସଳଖ ଯୋଗାଯୋଗ କରିବାର ସୁଯୋଗ ପ୍ରଦାନ କରିବ।”

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories