www.samajalive.in
Thursday, December 11, 2025
13.1 C
Bhubaneswar

ବୌଦ୍ଧର ପ୍ରସିଦ୍ଧ ରାମଲୀଳା ଯାତ୍ରା ପ୍ରସ୍ତୁତି ବୈଠକ, କରୋନା ପରିସ୍ଥିତି ଠିକ୍‍ ହେଲେ ଧୁମ୍‍ଧାମରେ ହେବ ଯାତ୍ରା

ବୌଦ୍ଧ : ପବିତ୍ର ମକର ସଂକ୍ରାନ୍ତି ଅବସରରେ ବୌଦ୍ଧର ଗଣପର୍ବ ଭାବରେ ମାନ୍ୟତା ଲାଭ କରିଥିବା ପ୍ରସିଦ୍ଧ ରାମଲୀଳା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାମଲୀଳା ନାଟ୍ୟ ସଂସଦର ସଭାପତି ମୃତ୍ୟୁଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଅତିିଥି ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ କରୋନା ମହାମାରୀର ଚିହ୍ନ ସମ୍ପୂର୍ଣ୍ଣ ଲିଭି ନ ଥିବା ବେଳେ ଟୀକାକରଣ ପର୍ଯ୍ୟନ୍ତ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡିବ। ତେବେ ଆଗକୁ ଯଦି ପରିସ୍ଥିତି ଠିକ୍‍ ରହିବ ରାମଲୀଳା ଯାତ୍ରାକୁ ଜିଲ୍ଲାରେ ଧୁମ୍‍ଧାମରେ ପାଳନ କରାଯିବ ବୋଲି ପ୍ରକାଶ କରିଥିଲେ। ଜିଲ୍ଳାରେ ଏହି ପର୍ବ ପ୍ରାୟ ୬୭ ଟି ଗ୍ରାମରେ ପାଳିତ ହେଉଥିଲେ ମଧ୍ୟ ବୌଦ୍ଧର ପ୍ରମୁଖ ଯାତ୍ରାର ପ୍ରସିଦ୍ଧି ରହିଛି। ଭାରତୀୟ ସଂସ୍କୃତିରେ ମର୍ଯ୍ୟାଦା ପୁରୁଷ ଭଗବାନ ଶ୍ରୀରାମଙ୍କ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। କେଉଁ ଆବାହମାନ କାଳରୁ ବୌଦ୍ଧରେ ପାଳିତ ହୋଇଆସୁଥିବା ବୌଦ୍ଧର ରାମଲୀଳା ଯାତ୍ରାରେ ଦର୍ଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ପରିବର୍ତ୍ତନ ହୋଇସାରିଥିଲେ ମଧ୍ୟ ଦୀର୍ଘ ୧୮ ଦିନ ବ୍ୟାପୀ ପାଳିତ ହୋଇଆସୁଥିବା ଏହି ଯାତ୍ରାର କଳାକାରମାନେ ଆନ୍ତର୍ଜାତିକ ରାମଲୀଳା ନାଟ୍ୟତ୍ସୋବରେ ଅଂଶଗ୍ରହଣ କରିବା ସହ ଆଜି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ସ୍ଥାନ ପାଇପାରିଛି। ତେଣୁ ଏହି ଯାତ୍ରାକୁ ନେଇ ବୌଦ୍ଧ ଜିଲ୍ଲାକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ମିଳିପାରିବ ବୋଲି ଜିଲ୍ଳାପାଳ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ। ଏହି ଅବସରରେ ଅନ୍ୟତମ ଅତିଥି ଭାବରେ ସ୍ୱାଧୀନତା ସଂଗ୍ରାମୀ ଗୌରମୋହନ ମିଶ୍ର, ବରିଷ୍ଠ ସାମ୍ବାଦିକ ରଜନୀକାନ୍ତ ଦାଶ, ରାମଲୀଳା ଯାତ୍ରାର ନିର୍ଦ୍ଦେଶକ ଭବାନିଶଙ୍କର ମହାପାତ୍ର, ନାଟ୍ୟକାର ହୃଦାନନ୍ଦ ମିଶ୍ର ପ୍ରମୁଖ ଯୋଗଦେଇ ଚଳିତବର୍ଷ ଯାତ୍ରାକୁ ଶୃଙ୍ଖଳା ଓ ଆକର୍ଷଣୀୟ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯିବାକୁ ମତପ୍ରକାଶ କରିଥିଲେ। ଅନୁଷ୍ଠାନର ସମ୍ପାଦକ ମନୋଜ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିବା ସହିତ ଯାତ୍ରା ଆୟୋଜନ ପାଇଁ ଆବଶ୍ୟକୀୟ ଅର୍ଥ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଚଳିତବର୍ଷ ଯାତ୍ରା ପାଇଁ ବ୍ୟୟ ଅଟକଳ ସଂପର୍କରେ ସୂଚନା ଦେଇଥିଲେ।

ବୈଠକରେ ସହରର ବିଭିନ୍ନ ସଂଗଠନର କର୍ମକର୍ତ୍ତା, ବୁଦ୍ଧିଜିବୀମାନେ ଉପସ୍ଥିତ ରହି ଯାତ୍ରା ଆୟୋଜନ ନେଇ ଗଠନମୂଳକ ପ୍ରସ୍ତାବ ସବୁ ଦେଇଥିଲେ। ବିଶେଷ ଭାବରେ ପ୍ରତିବର୍ଷ ଯାତ୍ରା ଅଧିକ ଲୋକପ୍ରିୟ ହେବା ସହିତ ଜିଲ୍ଲା ଓ ଜିଲ୍ଲା ବାହାରୁ ଦର୍ଶକଙ୍କୁ ଆକୃଷ୍ଟ କରୁଥିବାବେଳେ ଯାତ୍ରା ପଡିଆର ଉନ୍ନତିକରଣ ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲା ମୁଖ୍ୟାଳୟରେ ଥିବା ସମସ୍ତ ମନ୍ଦିର ପରିସରର ଉନ୍ନତି କରାଯାଇଥିବାବେଳେ ପ୍ରସିଦ୍ଧ ଗଣପର୍ବ ରାମଲୀଳା ଯାତ୍ରା ପାଳନ ହେଉଥିବା ଯାତ୍ରା ପଡିଆର ଉନ୍ନତି ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯିବା ସହିତ ଏ ସଂପର୍କରେ ବୌଦ୍ଧ ଜନସାଧାରଣଙ୍କ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ସଭାପତି ମୃତ୍ୟୁଞ୍ଜୟ ମିଶ୍ର ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସମସ୍ତ ଜିଲ୍ଳାବାସୀଙ୍କର ସହଯୋଗ କାମନା କରିଥିଲେ। ଏହି ଅବସରରେ ବିଭିନ୍ନ ରାମଲୀଳା କମିଟିର କଳାକାରମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ସଦସ୍ୟ ପ୍ରମୋଦ କୁମାର ପ୍ରଧାନ ମଂଚ ପରିଚାଳନା କରିଥିବାବେଳେ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories