www.samajalive.in
Friday, December 12, 2025
27.1 C
Bhubaneswar

ଶୁଭ ମକର ସଂକ୍ରାନ୍ତି : ଏହି ବିଶେଷ ଦିଗ ପ୍ରତି ଦିଅନ୍ତୁ ଧ୍ୟାନ

ଆଜି ସାରା ଦେଶରେ ପାଳନ କରାଯାଉଛି ଶୁଭ ମକର ସଂକ୍ରାନ୍ତି। ଆଜି ଏହି ଦିନରେ ସୂର୍ଯ୍ୟଦେବତାଙ୍କ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ। ଏହିଦିନ ପବିତ୍ର ନଦୀରେ ସ୍ନାନ କରିବା ଦ୍ୱାରା ଖୁବ ପୁଣ୍ୟଫଳ ମିଳିଥାଏ। ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଆଜିର ଦିନରେ ସୂର୍ଯ୍ୟଦେବ ମକର ରାଶିରେ ପ୍ରବେଶ କରିଥାଆନ୍ତି। ଆଜିର ଦିନରେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ଜାଣନ୍ତୁ…….
ମକର ସଂକ୍ରାନ୍ତି ଦିନ ଯଦି ଆପଣଙ୍କୁ ଘରକୁ କେହି ସାଧୁ, ଅସହାୟ ବ୍ୟକ୍ତି ଆସୁଛନ୍ତି। ତେବେ ତାଙ୍କୁ ଖାଲି ହାତରେ ଫେରାନ୍ତୁ ନାହିଁ। ନିଜ ସକ୍ଷମ ଅନୁଯାୟୀ ଖାଦ୍ୟ ଓ କିଛି ଜିନିଷ ଦାନ ଦିଅନ୍ତୁ। ଆଜିର ଦିନରେ ଦାନର ଖୁବ ମହତ୍ତ୍ୱ ରହିଛି। ରାଶିର ଯେକୌଣସି ଜିନିଷ ଦାନ ଦେବା ଖୁବ ଶୁଭ ବୋଲି କୁହାଯାଏ।
ଅଧିକାଂଶ ଲୋକଙ୍କ ଅଭ୍ୟାସ ସକାଳୁ ଉଠିବା ପରେ ବିଛଣାରେ ହିଁ ଚା’ ପିଅନ୍ତି। ମାତ୍ର ଆଜି ଏଭଳି କରନ୍ତୁ ନାହିଁ, ସ୍ନାନ ପରେ ହିଁ ଚା’ ପିଅନ୍ତୁ।
ଆଜି ରସୁଣ, ପିଆଜ, ଆମିଷର ସେବନ କରନ୍ତୁ ନାହିଁ। ମଧୁର ବଚନ କୁହନ୍ତୁ। କ୍ରୋଧ ମଧ୍ୟ କରନ୍ତୁ ନାହିଁ।
କୌଣସି ବୃକ୍ଷଲତାର କ୍ଷତି କରନ୍ତୁ ନାହିଁ।
ଆଜି ମୁଗଡ଼ାଲି ଖେଚେଡି ପ୍ରସ୍ତୁତ କରି ଖାଆନ୍ତୁ। ମଦ୍ୟପାନ କରନ୍ତୁ ନାହିଁ।
ସୂର୍ଯ୍ୟଅସ୍ତ ପରେ ଅନ୍ନ ସେବନ କରନ୍ତୁ ନାହିଁ।

 

Hot this week

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

Related Articles

Popular Categories