www.samajalive.in
Sunday, December 14, 2025
26.1 C
Bhubaneswar

ବିଷାକ୍ତ ମଦ ମୃତ୍ୟୁ; ମୃତକଙ୍କ ସଂଖ୍ୟା ୨୦କୁ ବୃଦ୍ଧି, ଜିଲାପାଳ ଓ ଏସପି ନିଲମ୍ବିତ

ଭୋପାଳ: ମଧ୍ୟପ୍ରଦେଶର ମୋରେନା ଜିଲାରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ବୁଧବାର ୨୦କୁ ବୃଦ୍ଧି ପାଇଛି। ଅନ୍ୟ ୧୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଜାରି ରହିଛି। ଏହି ମାମଲାରେ ମଧ୍ୟପ୍ରଦେଶ ସରକାର ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି। ମୋରେନା ଜିଲାପାଳ ଏବଂ ଏସପିଙ୍କୁ ନିଲମ୍ବିତ କରାଯାଇଛି।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଏହି ଘଟଣାକୁ ଗୁରୁତର ସହିତ ନେଇଛନ୍ତି। ସେ ଟ୍ବିଟ୍‌ କରି ଜିଲା ଅବକାରୀ ଅଧିକାରୀଙ୍କୁ ବି ନିଲମ୍ବିତ କରିବାକୁ ଘୋଷଣା କରିଛନ୍ତି। ଶିବରାଜ ଟ୍ବିଟ୍‌ରେ କହିଛନ୍ତି, ମୋରେନା ବିଷାକ୍ତ ମଦ ମୃତ୍ୟୁ ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ଦୁଃଖଦାୟକ। ମାମଲାର ତଦନ୍ତ ଚାଲିଛି। ଯାଞ୍ଚ ପ୍ରକ୍ରିୟାରେ ଅବହେଳା କରିଥିବା ଯୋଗୁ ଜିଲା ଅବକାରୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।

- Advertisement -

ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି, ଘଟଣାର ତଦନ୍ତ ପାଇଁ ଏକ ଟିମ୍‌ ପଠାଯାଇଛି। ମୋରେନାରେ ବିଷାକ୍ତ ମଦ ମୃତ୍ୟୁ ଘଟଣା ବହୁ ଦୁଃଖଦ ଏବଂ କଷ୍ଟଦାୟକ। ଏହି ମାମଲାରେ ସ୍ଥାନୀୟ ଥାନା ଅଧିକାରୀ ଏବଂ ଜିଲାପାଳଙ୍କୁ ନିଲମ୍ବିତ କରାଯାଇଛି। ଘଟଣା ପାଇଁ ଦାୟୀ କୌଣସି ଅଧିକାରୀଙ୍କୁ ଛଡ଼ାଯିବ ନାହିଁ।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ମୋରେନା ଜିଲାର ମାନପୁର ଏବଂ ପହାୱାଲି ଗାଁରେ ବିଷାକ୍ତ ମଦ ପିଇ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା। ପ୍ରାୟ ୩୦ ଜଣ ଅସୁସ୍ଥ ହୋଇପଡ଼ିଥିଲେ। ବୁଧବାର ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories