www.samajalive.in
Friday, December 12, 2025
27.1 C
Bhubaneswar

ଆମ ଟିକା ସବୁଠୁ ସୁରକ୍ଷିତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆମ କରୋନା ଟିକା ସ୍ବଦେଶୀ। ଏହା ଦୁନିଆର ଅନ୍ୟ ସମସ୍ତ ଟିକା ତୁଳନାରେ ଶସ୍ତା। ଏହା ସବୁଠୁ ସୁରକ୍ଷିତ ମଧ୍ୟ। ଟିକାକୁ ନେଇ ଯେଉଁ ଗୁଜବ ପ୍ରଚାରିତ ହେଉଛି ତାହାକୁ ପ୍ରଶ୍ରୟ ଦେବା ଅନୁଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ କରୋନା ଟିକାକରଣ ନେଇ ଆଲୋଚନା କରିବା ଅବସରରେ ଏହା କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଏପରି ସଙ୍କଟଜନକ ପରିସ୍ଥିତିରେ ଯଦି ଆମକୁ ଟିକା ପାଇଁ ଅନ୍ୟ ଦେଶଗୁଡ଼ିକ ଉପରେ ନିର୍ଭର କରିବାକୁ ପଡ଼ିଥାନ୍ତା, ତେବେ ଦେଶର ସ୍ଥିତି କ’ଣ ହୋଇଥାନ୍ତା ତାହା ଅନୁମାନ କରାଯାଇ ପାରିବ। ଦେଶବାସୀଙ୍କୁ ସୁରକ୍ଷିତ ଟିକା ଦେବା ଲାଗି ବୈଜ୍ଞାନିକମାନେ ସମସ୍ତ ସତର୍କତା ଅବଲମ୍ବନ କରିଛନ୍ତି। ଟିକାକରଣ ଅଭିଯାନର ୬୦% କାର୍ଯ୍ୟ ଶେଷ ହେବା ପରେ ପୁଣି ଥରେ ସମୀକ୍ଷା କରାଯିବ।

- Advertisement -

ମୋଦୀ କହିଥିଲେ, ଟିକା ସମ୍ବନ୍ଧରେ ବ୍ୟାପୁଥିବା ଗୁଜବକୁ ପ୍ରଶ୍ରୟ ନ ମିଳୁ। ଯଦି ଏବଂ କିନ୍ତୁ ଉପରେ କୌଣସି ଆଲୋଚନା ନ ହେବା ଦରକାର। ଅନେକ ଅସାମାଜିକ ତତ୍ତ୍ବ ଏହି କାର୍ଯ୍ୟରେ ବାଧା ଦେବାକୁ ଉଦ୍ୟମ କରିପାରନ୍ତି। ପ୍ରତି ନାଗରିକଙ୍କ ପାଖରେ ଠିକ୍‌ ତଥ୍ୟ ପହଞ୍ଚାଇ ଏସବୁ ଉଦ୍ୟମକୁ ନିଷ୍ଫଳ କରିବା ଉଚିତ। ଏଥିରେ ଧାର୍ମିକ ଏବଂ ସାମାଜିକ ସଂସ୍ଥାଗୁଡ଼ିକର ସହାୟତା ନେବାକୁ ପଡ଼ିବ।

ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ, ଜାନୁୟାରୀ ୧୬ରୁ ଆମେ ଦୁନିଆର ସବୁଠୁ ବଡ଼ ଟିକାକରଣ ଅଭିଯାନ ଆରମ୍ଭ କରିବାକୁ ଯାଉଛୁ। ପ୍ରାୟ ୩ କୋଟି ସ୍ବାସ୍ଥ୍ୟକର୍ମୀ ଏବଂ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଏହି ପର୍ଯ୍ୟାୟରେ ଟିକା ଦିଆଯିବ। ଏହାର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ। ୨ୟ ପର୍ଯ୍ୟାୟରେ ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏବଂ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାରେ ଆକ୍ରାନ୍ତ ୫୦ ବର୍ଷରୁ କମ୍‌ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯିବ। ଆଗାମୀ କିଛି ମାସ ମଧ୍ୟରେ ୩୦ କୋଟି ଲୋକଙ୍କୁ ଟିକାକରଣ କରାଯିବାକୁ ଆମର ଲକ୍ଷ୍ୟ ରହିଛି।

ଏହି ଅବସରରେ ମୋଦୀ ବିଭିନ୍ନ ରାଜ୍ୟରେ କରୋନା ଭୂତାଣୁର ସ୍ଥିତି ସମ୍ପର୍କରେ ବି ଆଲୋଚନା କରିଥିଲେ। ଏହା ସହିତ ଟିକାକରଣକୁ ନେଇ ରାଜ୍ୟ ସରକାରମାନେ କିପରି ପ୍ରସ୍ତୁତି କରିଛନ୍ତି ତାହାର ସମୀକ୍ଷା କରିଥିଲେ। ସୂଚନାଯୋଗ୍ୟ, ଡିସିଜିଆଇ କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକାକୁ ଦେଶରେ ଜରୁରିକାଳୀନ ବ୍ୟବହାର ଲାଗି ଅନୁମତି ଦେଇଛି। ଏହି ଦୁଇଟି ଟିକା ଭାରତରେ ତିଆରି ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories