www.samajalive.in
Friday, December 12, 2025
27.1 C
Bhubaneswar

ସାରନାଧର୍ମ କୋଡ ଲାଗୁ ପାଇଁ ଆଦିବାସୀଙ୍କ ଶୋଭାଯାତ୍ରା; ଦାବିପତ୍ର ପ୍ରଦାନ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାଠାରେ ଆଦିବାସୀମାନଙ୍କ ପକ୍ଷରୁ ଆଗାମୀ ଜନଗଣନାରେ ଧର୍ମ କୋଡ୍ ‘ସାରନାଧର୍ମ’ କୋଡ ଲାଗୁ କରିବା ଓ ଅନ୍ୟାନ୍ୟ ଦାବୀ ନେଇ ବ୍ଲକ ସଭାପତି ନିମାଇଁ ମୁର୍ମୁଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ବିଡ଼ିଓଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ୟେଶରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଆଦିବାସୀଙ୍କ ମୌଳିକ ସମସ୍ୟା ୫ମ ଅନୁସୂଚି ଅଞ୍ଚଳରେ ପେସା ଆଇନକୁ ସରକାର କାର୍ୟ୍ୟକାରୀରେ ଅବହେଳା କରିବା ଆଦିବାସୀଙ୍କୁ ଉନ୍ନୟନମୂଳକ କାର୍ୟ୍ୟ ଉପରେ ଶୋଷଣ ଆଦି ବିଭିନ୍ନ ଦାବି ପତ୍ର ପ୍ରଦାନ କରାଯାଇଛି। ଏହି ଶୋଭାଯାତ୍ରାକୁ ସୁଦାମ ମାଝୀ, ଘସିରାମ ହାସଁଦା, ରଘୁନାଥ ମୁର୍ମୁ ସମ୍ପାଦକ ସୁରେନ୍ଦ୍ର ନାଥ ହାସଁଦାଙ୍କ ସହଯୋଗରେ ଶତାଧିକ ଆଦିବାସୀ ମହିଳା ପୁରୁଷମାନେ ଠାକୁରମୁଣ୍ଡା ହାଟ ପଡିଆ ଠାରେ ଏକତ୍ରିତ ହୋଇ ବିଭିନ୍ନ ଦାବୀ ନେଇ ସ୍ଲୋଗାନ ଦେଇ ଠାକୁରମୁଣ୍ଡା ବ୍ଲକ ସମ୍ମୁଖରେ ପହଞ୍ଚି ବିଡ଼ିଓଙ୍କୁ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ୟେଶ ରେ ପ୍ରଦାନ କରିଥିଲେ। ଦାବିପତ୍ରରେ ଆଦିବାସୀମାନଙ୍କୁ ସାରନା ଧର୍ମ କୋଡ଼ ପ୍ରଦାନ, ହୋ ଭାଷାକୁ ଅଷ୍ଟମ ଅନୁଛେଦରେ ସାମିଲ କରିବା, ସମ୍ବିଧାନର ପଞ୍ଚମ ଅନୁସୂଚିକୁ ଲାଗୁ କରିବା, ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬କୁ ଲାଗୁ କରି ଆଦିବାସୀମାନଙ୍କ ଜଙ୍ଗଲ ଜମି, ପୂଜା ସ୍ଥଳୀ ପାଇଁ ପଟ୍ଟା ପ୍ରଦାନ ସହ ଆଦିବାସୀଙ୍କ ବିସ୍ଥାପନକୁ ବନ୍ଦ କରିବାକୁ ଦାବୀ କରାଯାଇଛି।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories