www.samajalive.in
Sunday, December 7, 2025
16.1 C
Bhubaneswar

ମନ ଜିଣିବେ ମାନ୍‌ଭୀ

ଭୁବନେଶ୍ଵର: ଓଲିଉଡରେ ଆଉ ଜଣେ ନୂଆ ନାୟିକାଙ୍କ ଆବିର୍ଭାବ ହୋଇଛି। ସେ ହେଉଛନ୍ତି ମାନ୍‍ଭୀ ପଟେଲ୍‍। ଆୟୁଷୀ ଫିଲ୍ମସ୍‍ ବ୍ୟାନରରେ ନିର୍ମିତ ହେବାକୁ ଥିବା ଓଡ଼ିଆ ଚଳଚ୍ଚିତ୍ର ‘ଦିଲ୍‍ର ପାସ୍‍ୱାର୍ଡ’ରେ ସେ ନାୟିକା ଭାବେ ନଜର ଆସିବେ। ତାଙ୍କ ବିପକ୍ଷରେ ଅଭିନୟ କରୁଛନ୍ତି ୟୁଥ୍‍ ସେନସେସନ୍‍ ସ୍ୱରାଜ୍‍ ବାରିକ। ଏମ୍‍ବିଏ କରିବା ସହିତ ମୁମ୍ବଇରେ ମଡେଲିଂ ଓ ଅଭିନୟ ଜାରି ରଖିଥିବା ମାନ୍‌ଭୀ ଏକ ବଡ଼ ସୁଯୋଗ ଅପେକ୍ଷାରେ ଥିଲେ। ତାଙ୍କୁ ଏ ସୁଯୋଗ ଆଣି ଦେଇଛନ୍ତି ଚଳଚ୍ଚିତ୍ରର କାହାଣୀକାର ତଥା କାର୍ୟ୍ୟକାରୀ ପ୍ରଯୋଜକ ରମାଶଙ୍କର। ‘ଲଭ୍‍ ଡଟ୍‍ କମ୍‍’ ଓ ‘ପ୍ରେମ୍‍ ୱେଡ୍‌ସ ପ୍ରିୟା’ ପରେ ଏହା ହେଉଛି ରମାଶଙ୍କରଙ୍କ ତୃତୀୟ ଫିଲ୍ମ।

- Advertisement -

ମାନ୍‌ଭୀ ଯେତେବେଳେ କଲେଜରେ ପଢୁଥିଲେ ସେତେବେଳେ କଲେଜ ଡ୍ରାମାରେ ଅଭିନୟ କରୁଥିଲେ ଏବଂ ସହର ସାରା ତାଙ୍କର ହୋର୍ଡିଂ ଲାଗୁଥିଲା। ଦୁହେଁ ଏକା ସହରର ହୋଇଥିବାରୁ ରମାଶଙ୍କର ମଧ୍ୟ ଏ ବିଷୟରେ ଭଲଭାବେ ଅବଗତ ଥିଲେ ଏବଂ ମାନ୍‍ଭୀଙ୍କ ଅଭିନୟ ଦେଖି ବିଶେଷ ପ୍ରଭାବିତ ହୋଇଥିଲେ। ତେଣୁ ସେ ମାନ୍‌ଭୀଙ୍କୁ ଏହି ସୁଯୋଗ ଦେଇଥିଲେ। ‘ଦିଲ୍‍ର ପାସ୍‍ୱାର୍ଡ’ରେ ମାନ୍‌ଭୀ ଜଣେ କଲେଜ ପଢୁଆ ଝିଅ ଚରିତ୍ରରେ ଅଭିନୟ କରୁଛନ୍ତି। ରାଜବଂଶରେ ଯାହାଙ୍କର ଜନ୍ମ। ରାଜ ପରିବାରର ଏକମାତ୍ର ଅଲିଅଳୀ ଝିଅ। ପରିବାରର ସୁଖ, ଶାନ୍ତି, ହସ, ଖୁସି ଓ ମାନ ମର୍ୟ୍ୟାଦା.. ସେ ହିଁ ସବୁକିଛି। ହେଲେ ତାଙ୍କ ଜୀବନରେ ଏମିତି ଏକ ମୁହୂର୍ତ୍ତ ଆସେ ଯାହା ସବୁକିଛି ବଦଳାଇଦିଏ। ଖୁବ୍‍ଶୀଘ୍ର ଫ୍ଲୋର୍‌କୁ ଆସିବାକୁ ଯାଉଛି ସୁମନ ବର୍ମା ପ୍ରଯୋଜିତ ତଥା ଧରମ୍‍ ବର୍ମା ନିବେଦିତ ଚଳଚ୍ଚିତ୍ର ‘ଦିଲ୍‍ର ପାସ୍‍ୱାର୍ଡ’। ଡ. ରଜନୀରଞ୍ଜନ ଏହାର ସଂଳାପ ଲେଖିଥିବାବେଳେ ସିନେମାଟୋଗ୍ରାଫିରେ ଅଛନ୍ତି ଦିଗ୍‍ବିଜୟ ସିଂ। ସଙ୍ଗୀତ ଦେଇଛନ୍ତି ପ୍ରେମ୍‍ ଆନନ୍ଦ। ମାନ୍‌ଭୀ ଓ ସ୍ୱରାଜଙ୍କ ବ୍ୟତୀତ ଓଲିଉଡର ବହୁ ନାମୀ ଦାମୀ କଳାକାରଙ୍କୁ ଏଥିରେ ଦେଖିବାକୁ ମିଳିବ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories