www.samajalive.in
Wednesday, December 10, 2025
16.1 C
Bhubaneswar

ନିଶ୍ଚନ୍ତ କୋଇଲି ଛକରେ ଟ୍ରଲର ସହ କାର ମୁହାଁମୁହିଁ ଧକ୍କା ; ୪ ଗୁରୁତର,. ଜଣେ ମୃତ

କଟକ : ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି କଟିକଟା ଛକରେ ବିଳମ୍ବିତ ରାତ୍ରିରେ ଟ୍ରଲର ଓ କାର ଧକ୍କା ମୁହାଁମୁହିଁ ଧକ୍କା ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ସମସ୍ତେ ଗୋଟିଏ ପରିବାରର। ମୃତକ ହେଲେ ସରିତା ମଳିକ । ଦୁର୍ଘଟଣା ପରେ କାର ଚାଳକ ସହ ୪ ଜଣ ଗୁରୁତର ଅବସ୍ଥାରେ ଦମକଳ ବାହିନୀ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ, ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ସୂଚନା ଯୋଗ୍ୟ, ମା ମନୋରମା ମଳିକ ସ୍ୱାମୀ ଭୋଳନାଥଙ୍କ ଦେହ ଖରାପ ଥିବାରୁ ପୁଅ ବିଶ୍ୱଜିତ ମଳିକ ଝିଅ ସରିତା ମଳିକ ଓ ପୁଅ ବିଶ୍ୱଜିତର ଦାଦା ବାବାଜୀ ମଳିକ ଏକ କାର ଯୋଗେ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। ସେମାନେ ଏକ ମେଡିକାଲ ଘଟଣାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଯାଉଥିବା ସମୟ କଟିକଟା ଛକରେ ଦୁର୍ଘଟଣାର ଶିକାର ହୋଇଥିଲେ। ସମସ୍ତେ ଯାଜପୁର ଜିଲ୍ଲାର ବିଂଝାରପୁର ଜରି ଗାଁର ଲୋକ ଏବଂ ଗୋଟେ ପରିବାରର ହୋଇଥିବା ଜଣାପଡିଛି। କାରରେ ସେମାନେ ବିଳମ୍ବିତ ରାତ୍ରିରେ ଘରୁ ବାହାରିଥିଲେ, ପୁଲିସ ଦୁର୍ଘଟଣାଗ୍ରସ୍ତ ଦୁଇ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଗୁରୁତର ହୋଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories