www.samajalive.in
Monday, December 8, 2025
27.1 C
Bhubaneswar

ବିଦ୍ୟାଳୟ ଓପନ ଚେସ୍ : ହର୍ଷିତ ଚମ୍ପିଆନ 

କଟକ: ଆର.ଏନ୍‌ ଦାସ ଫାଉଣ୍ଡେସନ ଏବଂ ଓଡ଼ିଶା ରାଜ୍ୟ ଚେସ୍ ସଂଘର ମିଳିତ ଆନୁକୂଲ୍ୟରେ ଟଙ୍କପାଣି ରୋଡସ୍ଥିତ ବୀଣାପାଣି ଜ୍ଞାନମନ୍ଦିର ପରିସରରେ ରବିବାର ୪ର୍ଥ ଡ. ଆର.ଏନ୍ ଦାଶ ସ୍ମାରକୀ ବିଦ୍ୟାଳୟ ଓପନ ଚେସ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ହର୍ଷିତ ରଞ୍ଜନ ସାହୁ ଚମ୍ପିଆନ, ସ୍ଥିତପ୍ରଜ୍ଞ ସାହୁ ରନର୍ସଅପ ଓ ପ୍ରତୀକ୍‌ କୁଶଲ ରାଉତ ତୃତୀୟ ସ୍ଥାନ ହାସଲ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଞ୍ଜଳି ମିଶ୍ର ୪ର୍ଥ, ଦିବ୍ୟସିଂହ ରାୟ ୫ମ, ଅବିନାଶ ଆଚାର୍ୟ୍ୟ ୬ଷ୍ଠ,ବିକାଶ କୁମାର ଲେଙ୍କା ୭ମ, ଆଦିତ୍ୟ ରଞ୍ଜନ ଦାସ ୮ମ , ମାନସୀ ଜେ ସାମଲ ୯ମ ଓ ସାହାନା ଲେଙ୍କା ୧୦ତମ ସ୍ଥାନ ହାସଲ କରିଛନ୍ତି। ୮ ବର୍ଷରୁ କମ୍‌ ବର୍ଗରେ ଆଦିତି ମହାରଣା ୧ମ, ୧୦ ବର୍ଷରୁ କମ ବର୍ଗରେ ଅମ୍ଲାନ ସେନାପତି ୧ମ, ଅର୍କା ମିଶ୍ର ୨ୟ, ୧୨ ବର୍ଷରୁ କମ୍‌ ବର୍ଗରେ ପ୍ରଜ୍ଞାଶ୍ରୀ ଦେହୁରୀ ୧ମ, ରୋହିତ ମଲ୍ଲିକ ୨ୟ, ବାଳିକା ବିଭାଗରେ ନିୟତି ନିହାରିକା ମହାପାତ୍ର ୧ମ, ପ୍ରିତିଶା ମିଶ୍ର ୨ୟ ସ୍ଥାନ ହାସଲ କରିଛନ୍ତି।

 

- Advertisement -

ଲଳିତ ରଞ୍ଜନ ସାହୁ, ଆର୍ୟ୍ୟନ ଅଙ୍କିତ ସ୍ବାଇଁ, ବୈଭବ ମଜୁମଦାର, ଅମ୍ରିତ ଶତପଥୀ ଓ ଜୀବନଜ୍ୟୋତି ସାହୁ ଶାନ୍ତ୍ବନାମୂଳକ ପୁରସ୍କାର ହାସଲ କରିଛନ୍ତି। ମୁଖ୍ୟ ଅତିଥି ଭାବେ ଏବିଆଇଟି ଏମ୍‌ସିଏ ବିଭାଗ ମୁଖ୍ୟ ଡ ଅମରେଶ ସାହୁ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଚେସ୍‌ ସଂଘ ଟୁର୍ଣ୍ଣାମେଣ୍ଟ ନିର୍ଦେଶକ ଦେବାଶିଷ ପାଣିଗ୍ରାହୀ,ସାଇ ବୀଣାପାଣି ଜ୍ଞାନମନ୍ଦିର ସମ୍ପାଦକ ଭବାନୀ ଶଙ୍କର ମହାପାତ୍ର, ପ୍ରଧାନଶିକ୍ଷୟିତ୍ରୀ ମମତା ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories