www.samajalive.in
Monday, December 8, 2025
14.1 C
Bhubaneswar

ମାନବିକତା : ତଦନ୍ତକୁ ଆସି ଶବ କାନ୍ଧେଇଲେ ପୁଲିସ ବାବୁ

ଜି.ଉଦୟଗିରି : କନ୍ଧମାଳ ଜିଲା ରାଇକିଆ ବ୍ଳକର ପଞ୍ଚାୟତ ସାହିରେ ଅସମୟରେ ଜଣେ ପୁଲିସ ଅଧିକାରୀଙ୍କ ମାନବିକତା ଆଲୋଚନାର ବିଷୟ ପାଲଟିଛି। ଏକ ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ ଗାଁକୁ ଆସିଥିବା ରାଇକିଆ ଥାନାର ସେକେଣ୍ଡ ଅଫିସର ଶେଷରେ ନିଜେ ଶବକୁ କା​‌େ​‌ନ୍ଧଇ ଶ୍ମଶାନକୁ ନେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।
ପଞ୍ଚାୟତସାହିର ବିଶିକେଶନ ନାୟକଙ୍କ ପୁଅ ବାଟ ନାୟକ କିଛିଦିନ ତଳେ ବିବାହ କରିଥିଲେ। କିନ୍ତୁ ବିବାହର କିଛିଦିନ ପରେ କୋଣସି କାରଣରୁ ପ୍ରତିଦିନ ବାଟ ଓ ତାଙ୍କ ସ୍ତ୍ରୀ ମଧ୍ୟରେ ଝଗଡା ଲାଗି ରହୁଥିଲା। ଶନିବାର ରାତିରେ ବଟ ଓ ତାଙ୍କ ସ୍ତ୍ରୀ ମଧ୍ୟରେ ପୁଣି ଥରେ ଝଗଡ଼ା ହୋଇଥିଲା । ଏଥିରେ ମାନସିକ ଭାରସାମ୍ୟ ହରାଇ ବାଟ ରବିବାର ସକାଳୁ ଘର ପାଖ ଜଙ୍ଗଲରେ ବେକରେ ଲୁଗା ଦେଇ ଆତ୍ମହତ୍ୟା କରିଥିଲେ। ଘରର ସଦସ୍ୟମାନେ ବହୁ ଖୋଜା ଖୋଜି କରିବା ପରେ ଏକ ଗଛରେ ବାଟ ନାୟକଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ। ବାଟ ଆତ୍ମହତ୍ୟା କରିଥିବା ସମ୍ପର୍କରେ ପରିବାରବର୍ଗ ରାଇକିଆ ଥାନାକୁ ସୂଚନା ଦେଇଥିଲେ। ଏ ସମ୍ପର୍କରେ ଥାନାରେ ଏତଲା ହେବା ପରେ ରବିବାର ପୂର୍ବାହ୍ନରେ ଥାନାର ସେକେଣ୍ଡ ଅଫିସର ରାଜେଶକୁମାର ଶ୍ରୀଚନ୍ଦନ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଥିଲେ। ତେବେ ବାଟଙ୍କ ଶବକୁ ଶ୍ମଶାନକୁ ନେବା ପାଇଁ ତାଙ୍କ ଘରେ ମାତ୍ର ୩ଜଣ ପୁରୁଷ ସଦସ୍ୟ ଥିବାରୁ ଶବ ନେବାରେ ସମସ୍ୟା ହୋଇଥିଲା। ଶେଷରେ ସେକେଣ୍ଡ ଅଫିସର ଶ୍ରୀଚନ୍ଦନ ମାନବିକତା ଦେଖାଇ ନିଜେ ଶବକୁ କାନ୍ଧ ଦେଇ ବୋହି ନେଇଥିଲେ। ପୁଲିସ ଏ ସଂକ୍ରାନ୍ତରେ କେଶ୍ ନଂ ୧/୨୧ରେ ଏକ ମାମଲା ରୁଜୁ କରିଛି। ଏଏସଆଇ ଲଡୁ କିଶୋର ତ୍ରିପାଠୀ ମାମଲାର ତଦନ୍ତ କରୁଛନ୍ତି। ସେକେଣ୍ଡ ଅଫିସରଙ୍କ ଏଭଳି ମାନବିକତା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories