www.samajalive.in
Sunday, December 7, 2025
13.1 C
Bhubaneswar

ନୀଳ ରଙ୍ଗ ମାନସିକ ଚାପ କମ୍ କରେ

ପ୍ରତି ୧୫ଜଣରେ ୫ଜଣ ଲୋକ ମାନସିକଚାପରେ ଆକ୍ରାନ୍ତ, ଆଜିର ସମୟରେ ସ୍ମାର୍ଟଫୋନ୍‌ରେ କିଛି ସମୟ ଅତିବାହିତ କରି ଲୋକେ ନିଜ ଚାପକୁ କମ୍ କରୁଥିବାର ମତ ଦେଇଛନ୍ତି। ବିଭିନ୍ନ ଆପ୍ଲିକେସନରେ ସମୟ କାଟିବା ସହ ଗେମ୍‌ ଖେଳିଲେ କେତେଜଣଙ୍କୁ ମଜା ଲାଗେ। ଦୈନନ୍ଦିନ ବ୍ୟବହାରରେ ଆସୁଥିବା ସୋସିଆଲ୍ ସାଇଟ୍ ମଧ୍ୟ ମାନସିକ ଚାପକୁ କମ୍ କରୁଥିବାର ବିଶେଷଜ୍ଞ ମତ ଦେଇଛନ୍ତି। ଫେସବୁକ୍, ଟ୍ବିଟର୍ ଆଦି ସୋସିଆଲ୍‌ ସାଇଟ୍‌ ନୀଳ ରଙ୍ଗରେ ଡିଜାଇନ୍ କରାଯାଇଛି, ଏହା ପଛରେ ମଧ୍ୟ ଯଥାର୍ଥ କାରଣ ରହିଛି। ନୀଳ ରଙ୍ଗ ମାନସିକଚାପକୁ କମ୍ କରିବା ସହ ଏଇ ରଙ୍ଗକୁ ଦେଖିଲେ ମନ ଫୂର୍ତ୍ତି ଲାଗୁଥିବାର ବିଶେଷଜ୍ଞଙ୍କ ମତ। ଏହା ଉପରେ ପରୀକ୍ଷା କରି ସଫଳତା ପାଇବା ପରେ ସୋସିଆଲ୍ ସାଇଟ୍ ଫେସବୁକ୍, ଟ୍ବିଟର୍‌୍କୁ ମଧ୍ୟ ନୀଳ ରଙ୍ଗରେ ହିଁ ଡିଜାଇନ୍ କରାଯାଇଥିଲା। ପରବର୍ତ୍ତୀ ସମୟରେ ଅନୁଧ୍ୟାନରୁ ଜଣାପଡ଼ିଥିଲା, ଲୋକେ ଏସବୁ ସାଇଟ୍‌ରେ ସମୟ ଅତିବାହିତ କରି ମାନସିକ ଶାନ୍ତି ପାଉଥିବାର ମତ ଦେଇଛନ୍ତି। ସମୁଦ୍ରର ନୀଳ ରଙ୍ଗ ସହ ନୀଳ ଆକାଶକୁ କିଛି ସମୟ ଚାହିଁ ବସିଲେ ମଧ୍ୟ ମଣିଷ ଚିନ୍ତା ମୁକ୍ତ ହୋଇଯାଏ। ଈଷତ୍ ନୀଳ ରଙ୍ଗ ଆଖିକୁ ମଧ୍ୟ ବିଶ୍ରାମ ଦେଉଥିବାର ବିଶେଷଜ୍ଞ କହିଛନ୍ତି। ନିଦ୍ରାହୀନତାରେ ଆକ୍ରାନ୍ତ ଲୋକଙ୍କୁ ଡାକ୍ତର ପରାମର୍ଶ ଦିଅନ୍ତି ନୀଳ ରଙ୍ଗର ବିଛଣାରେ ଶୋଇବାକୁ ନଚେତ୍ ଯେଉଁ କକ୍ଷର କାନ୍ଥ ନୀଳ ରଙ୍ଗ ହୋଇଥିବ, ସେଇ କକ୍ଷରେ ଶୋଇବା ଭଲ।
-କେତୋଟି ଏୟାରଲାଇନ୍ସ କମ୍ପାନୀ ମଧ୍ୟ ସେମାନଙ୍କ ବିମାନକୁ ନୀଳ ରଙ୍ଗରେ ଡିଜାଇନ୍ କରିବା ପଛର କାରଣ ହେଉଛି ଯାତ୍ରା ସମୟରେ ଯାତ୍ରୀଙ୍କ ଚାପ କମ୍ ରହୁ।
-ଅଧିକାଂଶ କାର୍ଯ୍ୟାଳୟର ଆଭ୍ୟନ୍ତରୀଣ ସାଜସଜ୍ଜା ନୀଳ ରଙ୍ଗରେ ହେବା ପଛର ଅନ୍ୟତମ କାରଣ ଯେ ନୀଳ ରଙ୍ଗର ପରିବେଶରେ କର୍ମଚାରୀଙ୍କ କାର୍ଯ୍ୟକ୍ଷମତା ଭଲ ରହେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories