www.samajalive.in
Monday, December 8, 2025
24.1 C
Bhubaneswar

ରାଷ୍ଟ୍ରୀୟ ଯୁବ ସଂସଦ ମହୋତ୍ସବରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମଙ୍ଗଳବାର ସକାଳେ ଭିଡିଓ କନ୍‍ଫରେନ୍ସିଂ ଜରିଆରେ ଜାତୀୟ ଯୁବ ସଂସଦ ମହୋତ୍ସବର ସମାପନ ସମାରୋହରେ ଉଦବୋଧନ ଦେବେ। ଏହି ଅବସରରେ ଲୋକସଭା ବାଚସ୍ପତି ଓମ୍‍ ବିର୍ଲା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏବଂ କ୍ରୀଡାମନ୍ତ୍ରୀ କିରେଣ ରିଜିଜ୍ଜୁ ଉପସ୍ଥିତ ରହିବା ସହ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ମହୋତ୍ସବର ଲକ୍ଷ୍ୟ ହେଉଛି ୧୮ରୁ ୨୫ବର୍ଷ ବୟସର ଯୁବପିଢିଙ୍କଠାରୁ ଦେଶର ଭବିଷ୍ୟତ ସମ୍ପର୍କରେ ସେମାନଙ୍କ ମତାମତ ବିଷୟରେ ଅବଗତ ହେବା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୭ ଡିସେମ୍ବର ୩୧ରେ ଏହି ବିଷୟ ଘୋଷଣା କରିବା ପରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଏହାର ଅନ୍ତିମ ପର୍ଯ୍ୟାୟ ସଂସଦର କେନ୍ଦ୍ରୀୟ କକ୍ଷରେ ଅନୁଷ୍ଠିତ ହେବ ଯେଉଁଥିରେ ୨୯ଜଣ ରାଷ୍ଟ୍ରୀୟ ବିଜେତା ମତ ଉପସ୍ଥାପନ କରିବାର ସୁଯୋଗ ପାଇବେ। ରାଜ୍ୟସଭା ସାଂସଦ ରୂପା ଗାଙ୍ଗୁଲି, ଲୋକସଭା ସାଂସଦ ପରଭେଷ ସାହିବ ସିଂହ ଏବଂ ପ୍ରସିଦ୍ଧ ସାମ୍ବାଦିକ ପ୍ରଫୁଲ କେଟକର୍‍ ସେମାନଙ୍କ ମଧ୍ୟରୁ ତିନିଜଣଙ୍କୁ ଚୟନ କରିବେ, ଯେଉଁମାନେ ମଙ୍ଗଳବାର ଦିନ ସମାପନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନିଜର ମତ ଉପସ୍ଥାପନ କରିବେ।

- Advertisement -

ପ୍ରତ୍ୟେକ ବର୍ଷ ଜାନୁୟାରୀ ୧୨ରୁ ୧୬ ଯାଏଁ ଜାତୀୟ ଯୁବ ଉତ୍ସବ ଆୟୋଜନ ହୋଇଥାଏ। ଜାନୁୟାରୀ ୧୨ ତାରିଖରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମବାର୍ଷିକୀକୁ ଜାତୀୟ ଯୁବ ଦିବସଭାବେ ପାଳନ କରାଯାଉଥିବାରୁ ସେହିଦିନ ଯୁବକମାନଙ୍କ ପ୍ରତିଭା ଚୟନ କରାଯାଏ। ଚଳିତବର୍ଷ କୋଭିଡ ମହାମାରୀ ଯୋଗୁଁ ୨୪ତମ ଜାତୀୟ ଯୁବ ଉତ୍ସବ ଭର୍ଚ୍ୟୁଆଲ ମୋଡରେ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି ‘ଯୁବା-ଉତ୍ସାହ ନୟେ ଭାରତ୍‍କା’।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories