www.samajalive.in
Monday, December 8, 2025
24.1 C
Bhubaneswar

ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଭୂମି ପୂଜନ କାର୍ଯ୍ୟକ୍ରମ

ବୌଦ୍ଧ : ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ଦିରର ଉନ୍ନତି ପାଇଁ ପ୍ରତ୍ୟେକ ଜିଲ୍ଲାକୁ ୧କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଛି। ବୌଦ୍ଧ ସହରର ଶ୍ରୀଜଗନ୍ନାଥ ମନ୍ଦିର ଭିତର ଓ ବାହାର ପରିସରର ବିକାଶ ପାଇଁ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ମନ୍ଦିର ଭିତରେ ରହିଥିବା କଲ୍ୟାଣ ମଣ୍ଡପର ସଂପ୍ରସାରଣ ଓ ମନ୍ଦିର ଭିତରେ ନୂତନ ଭାବେ ଲକ୍ଷ୍ମୀ ମନ୍ଦିର ଓ ନବଗ୍ରହ ମନ୍ଦିର ନିର୍ମାଣ କରିବା ପାଇଁ ମନ୍ଦିରର ପୂଜକ ବିଭୁପ୍ରସାଦ ପଣ୍ଡାଙ୍କ ଦ୍ୱାରା ସମ୍ପାଦିତ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଉପସ୍ଥିତ ରହି ଶୁଭଖୁଂଟ ସ୍ଥାପନ କରି ଶିଳାନ୍ୟାସ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ତଥା ଦେବୋତର ଅଧିକାରୀ ଅଶ୍ୱିନୀ କୁମାର ମେହେର ବୌଦ୍ଧବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବୀ ପଡ୍ରସାଦ ଦାସ, ଆସିଷ୍ଟାଣ୍ଡ ଇଂଜିନିୟର ଲକ୍ଷ୍ମୀଧର ସିଂ, ଜେ.ଇ. ମନୋଜ ବେହେରା, ଗଋହନିର୍ମାଣ ଶୈଳୀ ଅଧିକାରୀ ସୁଶ୍ରୀ ସୁମନ ଷଡଙ୍ଗୀ, ମନ୍ଦିର କମିଟିର ସଭାପତି ରଘୁନାଥ ଷଡଙ୍ଗୀ, ସଂପାଦକ ବିଶ୍ୱଜିତ ମିଶ୍ର, ଠିକାଦାର ସତ୍ୟେନ୍ଦ୍ର କୁମାର ଶତପଥି ଓ ସୂର୍ଯ୍ୟେନ୍ଦ୍ର କୁମାର ଶତପଥି ପ୍ରମୁଖ ଯୋଗଦାନ କରିଥିଲେ। ଆସନ୍ତା ମାର୍ଚ୍ଚମାସ ପୁର୍ବରୁ ନିର୍ମାଣକାର୍ଯ୍ୟକୁ ସମାପନ କରିବା ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories