www.samajalive.in
Thursday, December 11, 2025
15.1 C
Bhubaneswar

ଭାରତ ମାନବ ସମୁଦାୟକୁ ସୁରକ୍ଷିତ ରଖିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ – ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଦେଶରେ ବିକଶିତ ଦୁଇଟି କୋଭିଡ୍‍ ୧୯ ଟିକା ଦ୍ୱାରା ଭାରତ ମାନବ ସମୁଦାୟକୁ ସୁରକ୍ଷିତ ରଖିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। କୋଭିଡ୍‍ ୧୯ ମହାମାରୀ ସମସ୍ୟାର ସମାଧାନ ଲାଗି ଉଦ୍ଦିଷ୍ଟ ଏହି ଦୁଇଟି ଭାରତୀୟ ଟିକା ଦ୍ୱାରା ସମ୍ପୂର୍ଣ୍ଣ ବିଶ୍ୱ ଲାଭବାନ ହୋଇପାରିବ। ସେ କହିଛନ୍ତି, ଦେଶ ବାହାରେ ରହି ମଧ୍ୟ ପ୍ରବାସୀ ଭାରତୀୟମାନଙ୍କର କୋଭିଡ୍‍ ୧୯ ମହାମାରୀ ବିପକ୍ଷ ଲଢ଼େଇରେ ଏକ ବଡ଼ ଅବଦାନ ରହିଛି। ପି.ଏମ୍‍. କେୟାର୍ସ ପାଣ୍ଠିକୁ ତାଙ୍କର ଅବଦାନ ଦେଶର ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଦିଗରେ ସହାୟକ ହୋଇଛି। ଏବେ ଦେଶ ଯେତେବେଳେ ଆତ୍ମନିର୍ଭର ଭାରତ ଗଠନ ଦିଗରେ କାର୍ଯ୍ୟ କରୁଛି ପ୍ରବାସୀ ଭାରତୀୟମାନଙ୍କୁ ବ୍ରାଣ୍ଡ ଇଣ୍ଡିଆକୁ ସଶକ୍ତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତେବେ ପ୍ରବାସୀ ଭାରତୀୟମାନେ ଯେତେବେଳେ ମେଡ୍‍ ଇନ୍‍ ଇଣ୍ଡିଆ ଉତ୍ପାଦ ବ୍ୟବହାର କରିବେ ସେତେବେଳେ ବିଶ୍ୱବ୍ୟାପୀ ଲୋକଙ୍କର ଏହିସବୁ ସାମଗ୍ରୀ ଉପରେ ବିଶ୍ୱାସ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

ମୋଦୀ କହିଛନ୍ତି, ଭାରତରେ ବିକଶିତ ନୂତନ ଯୋଜନା ବିଶ୍ୱବ୍ୟାପୀ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଉଚ୍ଚପ୍ରଶଂସିତ ହୋଇଛି। ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଦେଶର ଅତି ଗରିବ ଲୋକଙ୍କୁ ମଧ୍ୟ ସଶକ୍ତ କରାଯିବା ସମ୍ପର୍କୀତ ଭାରତର ଅଭିଯାନ ବିଷୟରେ ବିଶ୍ୱର ପ୍ରତି କୋଣ ଅନୁକୋଣରେ ଚର୍ଚ୍ଚା କରାଯାଉଛି। ସେହିଭଳି କୋଭିଡ୍‍ ମହାମାରୀରେ ଆରୋଗ୍ୟ ହାର ଅଧିକ ହେବା ସହ ମୃତ୍ୟୁହାର ମଧ୍ୟ ସର୍ବନିମ୍ନ ଥିବା ଦେଶମାନଙ୍କ ସହିତ ଭାରତ ସାମିଲ ହୋଇଛି। ଏହାଛଡ଼ା ଏହି ମହାମାରୀକୁ ପ୍ରତିହତ କରିବା ଲାଗି ଭାରତ ସମଗ୍ର ବିଶ୍ୱକୁ ମଧ୍ୟ ଔଷଧ ଯୋଗାଇବାରେ ସକ୍ଷମ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

- Advertisement -

ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍‍. ଜୟଶଙ୍କର ଏହି ସମାରୋହରେ ଉଦ୍‍ବୋଧନ ଦେଇ କହିଛନ୍ତି, କରୋନା ମହାମାରୀ ଆମ ଦେଶକୁ ଅନେକ ଶିକ୍ଷା ଦେଇଛି। ସେଥିମଧ୍ୟରୁ ଆତ୍ମନିର୍ଭର ହେବା ଅନ୍ୟତମ। କରୋନା ମହାମାରୀର ଅନିଶ୍ଚିତତା ଘେରା ବିଶ୍ୱରେ ଏକ ବିଶ୍ୱାସ ଯୋଗ୍ୟ ଯୋଗାଣ ଶୃଙ୍ଖଳର ଆବଶ୍ୟକତା ସମ୍ପର୍କରେ ଆମେ ଶିକ୍ଷାଲାଭ କରିଛୁ। ଭାରତରେ ଆମେ ଆତ୍ମନିର୍ଭର ଭାରତ ନୀତିକୁ ଆପଣାଇ ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା ସହ ବିଦେଶକୁ ଏହାର ଅଧିକ ରପ୍ତାନୀ କରିବାରେ ସକ୍ଷମ ହୋଇପାରିଛୁ। କୋଭିଡ୍‍ ମହାମାରୀ ସମୟରେ ଭାରତ ନିଜର ଔଷଧ ଆବଶ୍ୟକତା ମେଣ୍ଟାଇବା ସହ ବିଶ୍ୱକୁ ମଧ୍ୟ ଆବଶ୍ୟକ ଔଷଧ ଯୋଗାଇବାରେ ସକ୍ଷମ ହୋଇଛି। ସେହିଭଳି ଏହି ବିପର୍ଯ୍ୟୟ ସମୟରେ ଭାରତ କେବଳ ନିଜ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିନାହିଁ ବରଂ ଏ ଦିଗରେ ପଡ଼ୋଶୀଙ୍କୁ ମଧ୍ୟ ସାହାଯ୍ୟ କରିଛି।

ପ୍ରବାସୀ ଭାରତୀୟ ଦିବସ ସମାରୋହର ମୁଖ୍ୟ ଅତିଥି ତଥା ସୁରିନାମ୍‍ର ରାଷ୍ଟ୍ରପତି ଚନ୍ଦ୍ରିକା ପ୍ରସାଦ ସନ୍ତୋଖି କହିଛନ୍ତି, ଭାରତ ସହ ସୁରିନାମ୍‍ର ସଂସ୍କୃତି ଓ ଐତିହ୍ୟ କ୍ଷେତ୍ରରେ ଏକ ଦୃଢ଼ ସମ୍ପର୍କ ରହିଆସିଛି। ସେହିଭଳି ବ୍ୟବସାୟ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଦିଗରେ ଦୁଇ ଦେଶ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories