www.samajalive.in
Saturday, December 13, 2025
21.1 C
Bhubaneswar

ବିଜୟଧାରା ବଜାୟ ରଖିବା ଆଶାରେ ଓଡ଼ିଶା ଏଫ୍‌ସି

କଟକ : ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ର ୭ମ ସଂସ୍କରଣର ରବିବାର ବାମ୍ବୋଲିମ୍‌ରେ ଓଡ଼ିଶା ଏଫ୍‌ସି ଓ ଚେନ୍ନଇୟିନ୍‌ ଏଫ୍‌ସି ମଧ୍ୟରେ ଟୁର୍ଣ୍ଣାମେଣ୍ଟର ୫୩ତମ ଲିଗ୍‌ ମ୍ୟାଚ ଖେଳାଯିବ। ଉଭୟ ଦଳ ଚଳିତ ସିିଜିନ୍‌ର ପ୍ରଥମ ରାଉଣ୍ଡର ଶେଷ ଲିଗ୍‌ ମ୍ୟାଚରେ ମୁହାଁମୁହିଁ ହେବେ। ଓଡ଼ିଶା ଏଫ୍‌ସି ଗତ ମ୍ୟାଚରେ କେରଳ ବ୍ଲାଷ୍ଟର୍ସକୁ ପରାସ୍ତ କରିଥିବା ବେଳେ ଚେନ୍ନଇୟିନ୍‌ ଏଫ୍‌ସି ହାଇଦରାବାଦ୍‌ ଏଫ୍‌ସିଠାରୁ ପରାଜିତ ହୋଇଥିଲା। ଉଭୟ ଦଳ ବିଜୟ ସହ ପ୍ରଥମ ରାଉଣ୍ଡ ଶେଷ କରିବା ଲକ୍ଷ୍ୟରେ ରହିଛନ୍ତି।
ଷ୍ଟିୱାଟ୍‌ ବାକ୍ସଟରଙ୍କ ପ୍ରଶିକ୍ଷଣପ୍ରାପ୍ତ ଓଡ଼ିଶା ଏଫ୍‌ସି ୮ଟି ମ୍ୟାଚ ପରେ ଶେଷ ଲିଗ୍‌ ମ୍ୟାଚରେ କେରଳ ବ୍ଲାଷ୍ଟର୍ସକୁ ୪-୨ ଗୋଲରେ ପରାଜିତ କରି ସିଜିନ୍‌ର ପ୍ରଥମ ବିଜୟ ସ୍ବାଦ ଚାଖିଛି। କେରଳ ବ୍ଲାଷ୍ଟର୍ସ ବିପକ୍ଷରେ ଦଳ ସବୁ ବିଭାଗରେ ଭଲ ପ୍ରଦର୍ଶନ କରିଥିଲା। ବ୍ରାଜିଲିଆନ ଫରୱାର୍ଡ ଡିଏଗୋ ମୁରାସିଓ, ଅଧିନାୟକ ଷ୍ଟିଭେନ୍ ଟେଲରଙ୍କ ସମେତ ହେଣ୍ଡ୍ରି ଆଣ୍ଟୋନି, ଜ୍ୟାକସନ, ଜ୍ୟାକବ ଟ୍ରେଟ୍‌, ଶୁଭମ ଷଡଙ୍ଗୀ ପ୍ରମୁଖ ଭଲ ପ୍ରଦର୍ଶନ କରିଥିଲେ। ଦଳ ୯ଟି ମ୍ୟାଚରୁ ୨ଟି ଡ୍ର ,ଗୋଟିଏ ବିଜୟ ଓ ୬ଟି ପରାଜୟ ସହ ମାତ୍ର ୫ ପଏଣ୍ଟ ପାଇ ଟେବୁଲର ସର୍ବନିମ୍ନ ସ୍ଥାନରେ ରହିଛି। ଦଳକୁ ଆଗକୁ ବଢିବା ନେଇ ଏବେ ପ୍ରତି ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। କୋଚ ଷ୍ଟିୱାଟ୍‌ ବାକ୍ସଟର କୁହନ୍ତି, ଶେଷ ମ୍ୟାଚରେ ଆମେ ଦଳଗତ ପ୍ରଦର୍ଶନ କରିଥିବା ବେଳେ ବ୍ୟକ୍ତିଗତ ସ୍ତରରେ ଖେଳାଳି ଭଲ ପ୍ରଦର୍ଶନ କରିଥିଲେ। କେରଳ ବ୍ଲାଷ୍ଟର୍ସ ବିପକ୍ଷ ବିଜୟ ଆମକୁ ଆଗାମୀ ମ୍ୟାଚ ପାଇଁ ଉତ୍ସାହିତ କରିଛି। ବିଜୟକୁ ବଜାୟ ରଖିବା ନେଇ ଖେଳାଳିମାନେ ଆଶାବାଦୀ ବୋଲି ବାକ୍ସଟର କହିଛନ୍ତି। ଅନ୍ୟପକ୍ଷରେ ଚେନ୍ନଇୟିନ୍‌ ଏଫ୍‌ସି ୯ଟି ମ୍ୟାଚରୁ ୨ଟି ବିଜୟ, ୪ଟି ଡ୍ର ଓ ୩ ଟି ପରାଜୟ ସହ ୧୦ ପଏଣ୍ଟ ପାଇଛି। କାସ୍‌ବା ଲାସ୍‌ଜୋଲୋଙ୍କ ପ୍ରଶିକ୍ଷଣପ୍ରାପ୍ତ ଚେନ୍ନଇୟିନ୍‌ ବିଜୟ ଧାରାକୁ ଫେରିବା ନେଇ ନିଶ୍ଚିତ ଉଦ୍ୟମ କରିବ। ଉଭୟ ଦଳ ମଧ୍ୟରେ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ନେଇ ଅନୁମାନ କରାଯାଉଛି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories