www.samajalive.in
Wednesday, December 10, 2025
16.1 C
Bhubaneswar

ତେଜିଲା ମାହାଙ୍ଗା ରାଜନୀତି: ମୃତ କୁଳମଣି ଓ ଦିବ୍ୟସିଂହଙ୍କ ଘରେ ପିସିସି ପ୍ରତିନିଧିଦଳ

ଭୁବନେଶ୍ୱର: ମାହାଙ୍ଗା ଡ଼ବଲ ମର୍ଡ଼ର ଘଟଣାରେ ଏବେ ନୂଆ ମୋଡ଼ । ଗତ କିଛିଦିନ ହେଲା ବିଜେପି ମାହାଙ୍ଗା ଡ଼ବଲ ମର୍ଡ଼ର ଘଟଣାକୁ ହାଇଜାକ କରି ନେଇ ରାଜ୍ୟ ସରକାରଙ୍କୁ କାଠଗଡ଼ାକୁ ଟାଣିଥିବାବେଳେ ଏବେ କଂଗ୍ରେସ ବି ମାହାଙ୍ଗା ପ୍ରସଙ୍ଗକୁ ନେଇ ସରକାରଙ୍କ ଉପରେ ବର୍ଷିଛି ।   ମାହାଙ୍ଗା ବ୍ଲକ ନୃତାଙ୍ଗ ଗ୍ରାମରେ  ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କର ସମ୍ପର୍କୀୟ ଦିବ୍ୟସିଂହ ବରାଳଙ୍କ ପରିବାରକୁ ଭେଟି ପିସିସି ସଭାପତି ଓ ଅନ୍ୟ କଂଗ୍ରେସ ନେତାମାନେ ସମବେଦନା ଜଣାଇଛନ୍ତି । ଏହା ସହ ସ୍ଥାନୀୟ ଜନସାଧାରଣଙ୍କ ସହ ଏ ସଂପର୍କରେ ଆଲୋଚନା କରିଛନ୍ତି ।

- Advertisement -

ସ୍ବର୍ଗତ କୁଳମଣିଙ୍କ ଗୃହ ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ହତ୍ୟାକାଣ୍ଡକୁ ରାଜନୈତିକ ହିଂସା ପ୍ରଣୋଦିତ ବୋଲି ଅଭିଯୋଗ କରିବା ସହ ରାଜ୍ୟ ସରକାର ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ  ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି ମାହାଙ୍ଗା ବ୍ଲକରେ ବିଗତ ୪୦ବର୍ଷ ଧରି କଂଗ୍ରେସ ଦଳରେ ସକ୍ରିୟ ରାଜନୀତି କରି ବ୍ଲକ ଚେୟାରମ୍ୟାନ ସହ ବିଭିନ୍ନ ପଦପଦବୀରେ ରହି ଜନତାଙ୍କ ସେବା କରିଥିବା ସ୍ୱର୍ଗତ କୁଳମଣି ବରାଳ ୨୦୧୮ ମସିହାରେ ଭାରତୀୟ ଜନତାପାର୍ଟିରେ ସାମିଲ ହୋଇଥିଲେ। ସ୍ଥାନୀୟ ଜନପ୍ରତିନିଧି ଓ ସରକାରଙ୍କର ବରିଷ୍ଠ ମନ୍ତ୍ରୀଙ୍କ ଦ୍ୱାରା କରାଯାଉଥିବା ଦୁର୍ନୀତି ବିରୋଧରେ  ସ୍ୱର ଉତୋଳନ କରୁଥିବା ସ୍ୱର୍ଗତ ବରାଳଙ୍କୁ ହତ୍ୟା କରାଯାଇଥିଲା। ପୁଲିସ ପ୍ରକୃତ ଅଭିଯୁକ୍ତଙ୍କୁ ଘଂଟ ଘୋଡାଇବା ପାଇଁ ଅପପ୍ରୟାସ କରୁଛି ବୋଲି ଅଭିଯୋଗ କରି ହତ୍ୟାକାରୀକୁ ଉଚିତ ଦଣ୍ଡ ଦେବାକୁ ସେ ଦାବି କରିଥିଲେ ।

ସେହିପରି ଆଇନ ଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିବାରେ ବିଫଳ ହୋଇଥିବା  ମୁଖ୍ୟମନ୍ତ୍ରୀ  ନୈତିକତା ଦୃଷ୍ଟିରୁ ପଦତ୍ୟାଗ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। କଂଗ୍ରେସ ପ୍ରତିନିଧି ମଣ୍ଡଳରେ ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ମନ୍ତ୍ରୀ  ଗଣେଶ୍ୱର ବେହେରା, କଟକ ଜିଲ୍ଲା ସଭାପତି  ମାନସ ଚୌଧୁରୀ, ବରିଷ୍ଠ କଂଗ୍ରେସ ନେତା ଜ୍ଞାନ ବେଉରା, ମହିଳା କଂଗ୍ରେସ ରାଜ୍ୟ ସଭାନେତ୍ରୀ  ବନ୍ଦିତା ପରିଡ଼ା, ୨୦୧୯ର କେନ୍ଦ୍ରାପଡ଼ାର ଲୋକସଭା ପ୍ରାର୍ଥୀ ଧରଣୀ ଧର ନାୟକ, ପ୍ରଦେଶ କଂଗ୍ରେସର ମୁଖପାତ୍ର  ପଦ୍ମାକର ଗୁରୁ, ମାହାଙ୍ଗା କଂଗ୍ରେସ ନେତା  ଦେବେନ୍ଦ୍ର ସାହୁ, ସାଲେପୁର କଂଗ୍ରେସ ନେତା ରବୀନ୍ଦ୍ର କର, ଯୁବ ନେତା ବୁଟୁ କର, ଶିବ ପ୍ରସାଦ ବେହେରା, ମାହାଙ୍ଗା ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବେଉରା, କଂଗ୍ରେସ ନେତ୍ରୀ କୁସୁମ ପ୍ରଧାନ, ରିତା ସ୍ୱାଇଁ ପ୍ରମୁଖ ସାମିଲ ହୋଇଥିଲେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories