www.samajalive.in
Saturday, December 13, 2025
26.1 C
Bhubaneswar

ଭ୍ରମଣର ପ୍ରକୃତ ମଜା ମଣିପୁରରେ

ଏପରି କେତେକ ପର୍ୟ୍ୟଟନସ୍ଥଳୀ ରହିଛି ଯାହା ମନକୁ ଖୁବ ବିମୋହିତ ଓ ଆକର୍ଷିତ କରିଥାଏ। ସେଠାକୁ ପର୍ୟ୍ୟଟକ ଯିବା ମାତ୍ରେ ନିଜକୁ ଏକ ସ୍ୱତନ୍ତ୍ର ଦୁନିଆରେ ହଜାଇ ଦେବା ସହ ଭ୍ରମଣ ପ୍ରକୃତ ଆନନ୍ଦ ଓ ମଜା ଉଠାଇଥାଆନ୍ତି। ସେଭଳି ଏକ ସ୍ଥାନ ହେଉଛି ଭାରତର ମଣିପୁର । ଯାହାର ସୁନ୍ଦରତା ସ୍ୱଚକ୍ଷୁରେ ନଦେଖିଲେ ଆପଣ ଭ୍ରମଣର ପ୍ରକୃତ ମଜା ନେଇପାରିବେ ନାହିଁ। ଶାନ୍ତି ଓ ପ୍ରକୃତି ପ୍ରେମୀଙ୍କ ପାଇଁ ଏହି ସ୍ଥାନ ସ୍ୱତନ୍ତ୍ର । ମଣିପୁରର ସୌନ୍ଦର୍ୟ୍ୟ ହେତୁ ଏହାକୁ ଭାରତର ସୁଇଜରଲ୍ୟାଣ୍ଡ ବୋଲି ମଧ୍ୟ କୁହାଯାଏ। ଏଠାରେ ବୁଲିବା ପାଇଁ ଶହୀଦ ମୀନାର, ଗୋବିନ୍ଦଜୀ ମନ୍ଦିର, ବିଷ୍ଣୁପୁରର ହ୍ରଦ,ପୁରୁଣା ମହଲ, ସଂଗ୍ରହାଳୟ, ଜାତୀୟ ଉଦ୍ୟାନ ଭଳି ବହୁ ସ୍ଥାନ ରହିଛି। ଭ୍ରମଣ ସହ ଆପଣ ଏଠାରେ ଭିନ୍ନ ଭିନ୍ନ ଖାଦ୍ୟପେୟର ମଧ୍ୟ ମଜା ନେଇପାରିବେ। ଦୂରଦୂରାନ୍ତରରୁ ପର୍ୟ୍ୟଟକ ଏଠାକୁ ବୁଲିବା ସହ ଖାଦ୍ୟର ମଜା ନେବାକୁ ଆସିଥାଆନ୍ତି। ଯଦି ଆପଣ ମଣିପୁର ବୁଲିବା ପାଇଁ ଯୋଜନା କରୁଛନ୍ତି ତେବେ ଏଠାରେ ଆପଣ ଖାଦ୍ୟର ମଧ୍ୟ ମଜା ନିଅନ୍ତୁ। ଜାଣନ୍ତୁ ମଣିପୁରର ସ୍ୱତନ୍ତ୍ର ଖାଦ୍ୟ ବିଷୟରେ
ପାକ୍ନମ –
ମଣିପୁରର ଲୋକେ ମାଛ ଓ ଭାତ ଖାଇବାକୁ ଅଧିକ ପସନ୍ଦ କରିଥାଆନ୍ତି। ଏହି ବ୍ୟଞ୍ଜନ ମଧ୍ୟ ମାଛରୁ ପ୍ରସ୍ତୁତ କରାଯାଏ। ଏହା ଆଳୁ ଟିକ୍କୀ କିମ୍ବା କବାବ ଭଳି ଲାଗିବ। ଏହାକୁ ସସ କିମ୍ବା ଚଟଣି ସହ ଖାଇପାରିବେ।
ସୁପ –
ଏଠାରେ ସମସ୍ତ ପ୍ରକାରର ପରିବା ପକାଇ ଏକ ପ୍ରକାର ସୁପ ପ୍ରସ୍ତୁତ ହୋଇଥାଏ। ଏହା ଖାଇବାକୁ ଖୁବ ସ୍ୱାଦ ଲାଗେ। ଏହି ସୁପକୁ ମାଛ ଓ ଭାତ ସହ ଖାଇଲେ ଖୁବ ସୁଆଦିଆ ଲାଗେ।
ଏରୋବା –
ଏହି ବ୍ୟଞ୍ଜନ ମାଛକୁ ସିଜାଇ, ଫ୍ରାଏ କରି କରାଯାଏ। ଏହାକୁ ଆପଣଙ୍କୁ ଭାତ ସହ ଖାଇବାକୁ ଦିଆଯାଏ। ଯଦି ଆପଣଙ୍କୁ ମାଛ ଖାଇବା ପସନ୍ଦ ତେବେ ଏହାକୁ ନିଶ୍ଚୟ ଖାଆନ୍ତୁ।
ସିଙ୍ଗଜୁ –
ମଣିପୁର ଠାରେ ପ୍ରସିଦ୍ଧ ସାଲାଡ଼ ମିଳେ। ଏହି ସାଲାଡ଼ରେ କୋବି, ପିଆଜ ଓ ଅନ୍ୟାନ୍ୟ ଦ୍ରବ୍ୟ ପଡ଼ିଥାଏ। ସମସ୍ତ ପ୍ରକାରର ଖାଦ୍ୟ ସହ ଏହା ନିଶ୍ଚୟ ମିଳେ।
ମୋରୋକକ ମେଟପା –
ଏହା ଏକ ପ୍ରକାରର ସ୍ୱାଦିଷ୍ଟ ଚଟଣି ଅଟେ। ଏହାକୁ ପିଆଜ ଓ କଞ୍ଚା ଲଙ୍କା ପକାଇ ପ୍ରସ୍ତୁତ ହୋଇଥାଏ। ସମସ୍ତ ପ୍ରକାରର ଖାଦ୍ୟରେ ଏହି ଚଟଣିକୁ ଖାଇପାରିବେ।
ଚାହାଓ ଖିରୀ –
ଏହି ଖିରୀକୁ ଚାଉଳ, କ୍ଷୀର, କିଛି ଫଳ ଆଦିକୁ ମିଶାଇ ପ୍ରସ୍ତୁତ କରାଯାଏ। ଏହି ମିଠାଦ୍ରବ୍ୟ ଖାଇବାକୁ ଖୁବ ସ୍ୱାଦିଷ୍ଟ ଲାଗିଥାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories