www.samajalive.in
Saturday, December 13, 2025
26.1 C
Bhubaneswar

ଆଜିଠାରୁ ୩ୟ ଟେଷ୍ଟ; ଖେଳିବେ ରୋହିତ, ପଦାର୍ପଣ କରିବେ ସୈନି

ସିଡନୀ: ଭାରତ ଓ ଘରୋଇ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ମଧ୍ୟରେ ୩ୟ ଟେଷ୍ଟମ୍ୟାଚ୍ ଗୁରୁବାରରୁ ସିଡନୀରେ ଖେଳାଯିବ। ଏହି ଟେଷ୍ଟ ମ୍ୟାଚ୍‌ ନିମନ୍ତେ ଚୂଡ଼ାନ୍ତ ଭାରତୀୟ ଏକାଦଶ ଘୋଷିତ ହୋଇଛି। ତାରକା ବ୍ୟାଟସମ୍ୟାନ୍ ରୋହିତ ଶର୍ମା ୩ୟ ଟେଷ୍ଟରେ ଖେଳିବେ। ଓପନର୍‌ ମୟଙ୍କ ଅଗ୍ରୱାଲ୍‌ଙ୍କ ସ୍ଥାନରେ ରୋହିତଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି। ମୟଙ୍କ ଖେଳିଥିବା ୨ଟି ଟେଷ୍ଟରେ ଆଶାନୁରୂପ ପ୍ରଦର୍ଶନ କରିନଥିବାରୁ ତାଙ୍କ ସ୍ଥାନରେ ରୋହିତ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି। ୩ୟ ଟେ​‌ଷ୍ଟରେ ରୋହିତଙ୍କ ସହ ଶୁବମାନ୍‌ ଗିଲ୍‌ ବ୍ୟାଟିଂ ଓପନ୍‌ କରିବେ। ରୋହିତଙ୍କୁ ଦଳର ଉପଅଧିନାୟକ ଭାବେ ନିଯୁକ୍ତ କରାଯାଇଛି।

୨ୟ ଟେଷ୍ଟରେ ଓପନର୍‌ ଭାବେ ଶୁବମାନ୍‌ ୪୫ ଓ ଅପରାଜିତ ୩୫ ରନ୍‌ କରିଥିଲେ। ୩ୟ ଟେଷ୍ଟ ମ୍ୟାଚ୍‌ରେ ଭାରତ ତରଫରୁ ପଦାର୍ପଣ କରିବେ ଦ୍ରୁତ ବୋଲର ନବଦୀପ ସୈନି। ୨ୟ ଟେଷ୍ଟରେ ଦ୍ରୁତ ବୋଲର ଉମେଶ ଯାଦବ ଆହତ ହୋଇଥିବାରୁ ତାଙ୍କ ସ୍ଥାନରେ ନବଦୀପଙ୍କୁ ଖେଳାଯିବାକୁ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଛି। ଉମେଶଙ୍କ ସ୍ଥାନରେ ଟି. ନଟରାଜନ୍‌ କିମ୍ବା ସାର୍ଦ୍ଦୁଳ ଠାକୁରଙ୍କୁ ମଧ୍ୟରୁ ଜଣଙ୍କୁ ଭାରତୀୟ ଦଳରେ ସାମିଲ କରାଯିବ ବୋଲି ଚର୍ଚ୍ଚା ହେଉଥିଲା। ତେବେ ନଟରାଜନ୍‌ ଓ ସାର୍ଦ୍ଦୁଳଙ୍କଠାରୁ ନବଦୀପ ଅଧିକ ଗତିରେ ବୋଲିଂ କରୁଥିବାରୁ ତାଙ୍କୁ ୩ୟ ଟେଷ୍ଟ ମ୍ୟାଚ୍‌ରେ ଖେଳିବାର ସୁଯୋଗ ମିଳିଛି। ୩ୟ ଟେଷ୍ଟ ମ୍ୟାଚ୍‌ରେ ଅନ୍ୟତମ ଦ୍ରୁତ ବୋଲର ଭାବେ ଯଶପ୍ରୀତ୍‌ ବୁମରା ଓ ମହମ୍ମଦ ସିରାଜ୍‌ ଖେଳିବେ। ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିବା ବେଳେ ୨ୟ ଟେଷ୍ଟରେ ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ ଭାରତୀୟ ଦଳ ବିଜୟୀ ହୋଇ ସିରିଜ୍‌କୁ ସମାନ ସ୍ଥିତିକୁ ଆଣିଥିଲା। ରାହାଣେ ବର୍ତ୍ତମାନ ସୁଦ୍ଧା ୩ଟି ଟେଷ୍ଟରେ ଭାରତୀୟ ଦଳର ନେତୃତ୍ବ ନେଇଥିବା ବେଳେ ସବୁ ମ୍ୟାଚ୍‌ରେ ଭାରତ ଜିତିଛି। ସିଡନୀ ଗ୍ରାଉଣ୍ଡରେ ଭାରତର ରେକର୍ଡ ଭଲ ନୁହେଁ। ଦଳ ଏଠାରେ ୧୨ଟି ଟେଷ୍ଟ ଖେଳି ସାରିଥିବା ବେଳେ ମାତ୍ର ଗୋଟିଏ ମ୍ୟାଚ୍‌ ଜିତିଛି। ୧୯୭୮ରେ ବିଶେନ ସିଂହ ବେଦିଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ସିଡନୀରେ ଜିତିଥିଲା। ଭାରତ ଏହି ଗ୍ରାଉଣ୍ଡରେ ୫ଟି ଟେଷ୍ଟ ହାରିଥିବା ବେଳେ ୬ଟିକୁ ଡ୍ର ରଖିପାରିଛି। ୭୦ ପ୍ରତିଶତ ଫିଟ୍‌ ଥିବା ସତ୍ତ୍ବେ ଡେଭିଡ୍‌ ୱାର୍ଣ୍ଣରଙ୍କୁ ସିଡ୍‌ନୀ ଟେଷ୍ଟରେ ଓହ୍ଲାଇବାକୁ ଅଷ୍ଟ୍ରେଲିଆ ବାଧ୍ୟହେବ। କାରଣ ଦଳରୁ ଓପ୍‌ନର ଜୋ ବର୍ନସ ବାଦ୍ ପଡ଼ିଛନ୍ତି। ଅନ୍ୟ ଓପ୍‌ନର ୱିଲ୍ ପ୍ୟୁକୋୱସ୍କି ଟେଷ୍ଟ ଜୀବନ ଆରମ୍ଭ କରିବେ। ଫଳରେ ଖରାପ ଫର୍ମରେ ଥିବା ଟ୍ରାଭିସ୍ ହେଡ୍‌ଙ୍କ ସ୍ଥାନରେ ମାଥ୍ୟୁ ୱେଡ୍‌ ମଧ୍ୟକ୍ରମରେ ବ୍ୟାଟିଂ କରିପାରିବେ। ମ୍ୟାଚ୍ ପ୍ରତ୍ୟହ ଭାରତୀୟ ସମୟ ଭୋର୍ ୫ଟାରୁ ଆରମ୍ଭ ହେବ।

- Advertisement -

୩ୟ ଟେଷ୍ଟ ପାଇଁ ଭାରତୀୟ ଏକାଦଶ: ଅଜିଙ୍କ୍ୟ ରାହାଣେ (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଶୁବମାନ୍‌ ଗିଲ୍‌, ଚେତେଶ୍ବର ପୂଜାରା, ହନୁମା ବିହାରୀ, ଋଷଭ ପନ୍ତ୍‌, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍‌ ଅଶ୍ବିନ୍‌, ନବଦୀପ ସୈନି, ମହମ୍ମଦ ସିରାଜ୍‌ ଓ ଯଶପ୍ରୀତ୍‌ ବୁମରା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories