www.samajalive.in
Monday, December 8, 2025
17.1 C
Bhubaneswar

ଭାରତ ଆସିବେନି ବ୍ରିଟେନ ପ୍ରଧାନମନ୍ତ୍ରୀ, କରୋନା ପାଇଁ ବାତିଲ କଲେ ଗସ୍ତ

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ ଭାରତ ଗସ୍ତ ବାତିଲ କରିଛନ୍ତି। ବ୍ରିଟେନରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ଲକ୍‌ଡାଉନ ଘୋଷଣା ହୋଇଥିବାରୁ ସେ ଭାରତ ଆସିବେ ନାହିଁ। ଜାନୁୟାରୀ ୨୬ରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ସେ ମୁଖ୍ୟଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା।

ଜନସନ୍‌ କହିଛନ୍ତି ଯେ, ୨୦୨୧ର ପ୍ରଥମ ୬ମାସ ଭିତରେ ମୋର ଭାରତ ଗସ୍ତ କରିବାର ଆଶା ରହିଛି। ବ୍ରିଟେନରେ ଅନୁଷ୍ଠିତ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର ଆଶା ଅଛି, ଯେଉଁଥିରେ ସେ ନିଜ ଅତିଥି ଭାବେ ଯୋଗଦେବେ। ତେବେ ବ୍ରିଟେନ​ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ସୋମବାର ରାତିରୁ ଲାଗୁ ହୋଇଥିବା ଦେଶବ୍ୟାପୀ ଲକ୍‌ଡାଉନ ଏବଂ କରୋନାର ନୂଆ ଷ୍ଟ୍ରେନ ଦ୍ରୁତଗତିରେ ବ୍ୟାପୁଥିବା କାରଣରୁ ପ୍ରଧାନମନ୍ତ୍ରୀ ବ୍ରିଟେନରେ ହିଁ ରହିବାକୁ ଇଚ୍ଛା କରିଛନ୍ତି। ଏହାଦ୍ବାରା ସେ ଭୂତାଣୁ ବିରୋଧରେ ଜାରି ରହିଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଧ୍ୟାନ କେନ୍ଦ୍ରିତ କରିପାରିବେ।

- Advertisement -

ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଦ୍ରୁତଗତିରେ ବ୍ୟାପୁଥିବାରୁ ଦେଶବ୍ୟାପୀ ଲକଡାଉନକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ଜନ୍‌ସନ୍‌ ମଙ୍ଗଳବାର କହିଛନ୍ତି ଯେ, ସଂକ୍ରମଣ ଯେଉଁଭଳି ଭାବେ ବ୍ୟାପୁଛି ତାହା ଅତ୍ୟନ୍ତ ଦୁଃଖ ଏବଂ ଚିନ୍ତାର ବିଷୟ। ବର୍ତ୍ତମାନ ଦେଶର ହସ୍ପିଟାଲଗୁଡ଼ିକରେ ସବୁଠୁ ଅଧିକ ଚାପ ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories